ନିଲମ୍ବିତ ଶିକ୍ଷକ ଙ୍କ ସଫକ୍ୟ ରେ ବାହାରି କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ବିରୋଧ କରି ବିଦ୍ୟାଳୟ ଫାଟକ ରେ ତାଲା ପକାଇଲେ ରାଜୁଗୁଡା ଗ୍ରାମବାସୀ


ପଟ୍ଟାଙ୍ଗି୦୨/୦୮ନିଲମ୍ବିତ ହେବାପରେ ମଧ୍ୟ ବିଦ୍ୟାଳୟ ରୁ ଲୋଭ ଛାଡୁ ନଥିବା ସହ ଗ୍ରାମବାସୀ ଙ୍କୁ ମତାଇ ବିଦ୍ୟାଳୟ ରେ ତାଲା ପକାଇ ପୁଣି ଆରମ୍ଭ କରିଛନ୍ତି ଆଉ ଏକ ନୂଆଁ ବିବାଦ । ଏହିପରି ଦୃଶ୍ୟ ଦେଖିବା କୁ ମିଳିଛି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ରାଲେଗଡା ପଞ୍ଚାୟତ ରେ ରହିଥିବା ରାଜୁଗୁଡା ହାଇସ୍କୁଲ କ୍ଷେତ୍ରରେ । ସୂଚନା ମୁତାବକ ଉକ୍ତ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଦାଇତ୍ୱ ରେ ରହିଥିବା ପ୍ରଶାନ୍ତ କୁମାର ପଟ୍ଟନାୟକ ଙ୍କ ନାମରେ ବିଭିନ୍ନ ସମୟରେ ଅନେକ କିଛି ଅଭିଯୋଗ ଯଥା ଛାତ୍ର ମାନଙ୍କୁ ବିଦ୍ୟାଳୟରେ ଶ୍ରମିକ ଭାବେ କାମ କରାଇ ଗାତ ଖୋଳାଉ ଥିବା ସମ୍ପର୍କିତ ଭିଡିଓ ଭାଇରାଲ୍ ପରି ଘଟଣାରେ ଉକ୍ତ ଶିକ୍ଷକ ଙ୍କୁ ସୁରକ୍ଷା ଦେବା ପାଇଁ ପ୍ରଚେଷ୍ଟା ହୋଇଥିଲା କିନ୍ତୁ ପରବର୍ତ୍ତୀ ସମୟରେ ପୁଣି ଉକ୍ତ ଶିକ୍ଷକ ଜଣକ ଜଣେ ଛାତ୍ର ଙ୍କ ଠାରୁ ମାଟ୍ରିକ ସାର୍ଟିଫିକେଟ୍ ଦେବା ପାଇଁ ୫୦୦ ଟଙ୍କା ନେଉଥିବା ଭିଡିଓ ଭାଇରାଲ୍ ଦୃଶ୍ୟ କୁ ଜିଲ୍ଲାପାଳ ଗୁରୁତର ଭାବେ ଗ୍ରହଣ କରି ଏଡିଏମ୍ (ରାଜସ୍ୱ) ଆଲୋମଣି ସେଠି ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି ଙ୍କୁ ତଦନ୍ତ ଭାର ଦେଇ ଘଟଣା ର ସତ୍ୟା ସତ ଜାଣିବା ପରେ ଉକ୍ତ ଶିକ୍ଷକ ପଟ୍ଟନାୟକ ଙ୍କୁ ଗତ ୨୪ ତାରିଖରେ ନିଲମ୍ବିତ କରିଥିଲେ କିନ୍ତୁ ଶିକ୍ଷକ ଜଣକ ନିଲମ୍ବିତ ହେବାର ୨୪ ଘଣ୍ଟା ମଧ୍ୟରେ ସ୍କୁଲ ପରିସର ଛାଡିବା ସରାକାରୀ ନିୟମ ରହିଥିବା ବେଳେ ନିଲମ୍ବିତ ଶିକ୍ଷକ ପଟ୍ଟନାୟକ ସ୍କୁଲର ଏକ ଗୃହକୁ ନିଜ ଦଖଲରେ ରଖି ସ୍କୁଲ ଭିତରେ ରହି ପୁଣି ଏକ ନୂଆଁ ଚାଲ କରି ଗ୍ରାମବାସୀ ଙ୍କୁ ମତାଇ ଶୁକ୍ରବାର ବିଦ୍ୟାଳୟ କୁ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ପହଞ୍ଚିବା ପୁର୍ବରୁ ସ୍କୁଲର ମୁଖ୍ୟ ଫାଟକ ରେ ତାଲା ପକାଇ ବିବାଦ ଆରମ୍ଭ
କରିଥିବା ଜଣାପଡ଼ିଛି । ଏହିପରି କି ସ୍କୁଲ ଫାଟକ ରେ ତାଲା ପକାଇଥିବା ଗ୍ରାମବାସୀ ଆମେ ଜିଲ୍ଲା ପ୍ରଶାସନ ଙ୍କୁ
ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ ଲିଖିତ ଦାବିପତ୍ର ଦେଇଥିଲୁ କିନ୍ତୁ ଏହା କଣ ପାଇଁ ହେଲାନାହିଁ ବୋଲି ଦାବି ଉଠାଇଥିବା ବେଳ ସେପଠେ ଛାତ୍ରଛାତ୍ରୀ ନିଲମ୍ବିତ ଶିକ୍ଷକ ଆମ ମାନଙ୍କୁ ନିଜର ପ୍ୟାଣ୍ଟ୍ ସାର୍ଟ ସଫା ସୁତରା କରାଇ ଏକ ପ୍ରକାର ଭୟଭୀତ କରାଉଥିଲେ ଏବଂ ସ୍କୁଲରେ ରହିଥିବା ଶିକ୍ଷକ ଶିକ୍ଷୟିତ୍ରୀ ଠିକ୍ ସମୟରେ ବିଦ୍ୟାଳୟରେ ପହଞ୍ଚି ଆମ ମାନଙ୍କୁ ପାଠ ମଧ୍ୟ ପଢାଉଛନ୍ତି ବୋଲି ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଗ୍ରାମବାସୀ ଏବଂ ଛାତ୍ରଛାତ୍ରୀ ଉଭୟ ମତାମତ କୁ ଦୃଷ୍ଟିରେ ରଖିଲେ ଜାଣା ପଡୁଛି କି ବିଦ୍ୟାଳୟ ରେ ତାଲା ପକାଇ ଏହା ଗୋଟିଏ ଚାଲ୍ ସୃଷ୍ଟି କରିବା ସହ ନିଲମ୍ବିତ ଶିକ୍ଷକ ଙ୍କୁ ସୁରକ୍ଷା ଦେବା ହେଉଛି ଏହା ଏକ ପ୍ରଚେଷ୍ଟା । ଏଠାରେ ସୂଚନା ଥାଉଁକି ଗତ ୨୪ ତାରିଖରୁ ଶିକ୍ଷକ ପଟ୍ଟନାୟକ ନିଲମ୍ବିତ ହୋଇଥିଲେ ମଧ୍ୟ ଶିକ୍ଷକ ପଟ୍ଟନାୟକ ରାଜୁଗୁଡା ହାଇସ୍କୁଲ ର ଏକ ଗୃହକୁ ମାଡି ବସି ଦୀର୍ଘ ୧୦ ଦିନ ହେଲା ରହୁଛନ୍ତି । ଖବର ପାଇ ବିଡ଼ିଓ ସୁକାନ୍ତ କୁମାର ପଟ୍ଟନାୟକ , ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ , ବ୍ଲକ ଶିକ୍ଷା ଅଧିକାରୀ ଟି ମିନତୀ ଏବଂ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଅନିଲ କୁମାର ସେଠି ପ୍ରମୁଖ ଅଧିକାରୀ ପହଞ୍ଚି ଗ୍ରାମବାସୀ ଙ୍କୁ ବୁଝାସୁଝା କରି ବିଦ୍ୟାଳୟ ର ଫାଟକ ରୁ ତାଲା ଖୋଲି ଉପସ୍ଥିତ ଗ୍ରାମବାସୀ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହ ଆଲୋଚନା କରିଥିଲେ ।