Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାମ୍ବାଦିକ ପାଇବେ ପେନସନ୍

ଓଡ଼ିଶାରେ କାର୍ଯ୍ୟରତ ପ୍ରାୟ ୩୦ ହଜାର ସାମ୍ବାଦିକ ମାନଙ୍କୁ ମିଳିବ ଅବସରକାଳୀନ ଭତ୍ତା । ମାସିକ ୧୦ ହଜାର ଟଙ୍କା ପ୍ରଦାନ ପାଇଁ ଓଡ଼ିଶା ଗଣମାଧ୍ୟମ ପରିଷଦ ଓ ଓଡିଶା ପ୍ରେସ୍ ଏକାଡେମୀର ମିଳିତ ଉଦ୍ୟମରେ ସେପ୍ଟେମ୍ବର ପହିଲାରୁ ଏହା କାର୍ଯ୍ୟକ୍ଷମ ହେବ ବୋଲି ଓଡ଼ିଶା ପ୍ରେସ୍ ଏକାଡେମୀର ଅଧ୍ୟକ୍ଷ ସଞ୍ଜୟ କୁମାର ପ୍ରଧାନ ପ୍ରକାଶ କରିଛନ୍ତି।
ପ୍ରାୟ ୧୦ କୋଟି ଟଙ୍କାର ସ୍ଥାୟୀ ପୁଞ୍ଜିର ସୂତ୍ରରୁ ମିଳୁଥିବା ଅର୍ଥକୁ ୬୦ ବର୍ଷରୁ ଉର୍ଦ୍ଧ୍ବ ଅବସର ଗ୍ରହଣ କରିଥିବା ସାମ୍ବାଦିକମାନଙ୍କୁ ଅନ୍ତର୍ଭୁକ୍ତ ଏଥିରେ କରାଯିବାର ବ୍ୟବସ୍ଥା ରହିଛି। ଓଡ଼ିଶା ଗଣମାଧ୍ୟମ ପରିଷଦ ପକ୍ଷରୁ ସାମ୍ବାଦିକମାନଙ୍କୁ ସବିଶେଷ ବିବରଣୀ ମଧ୍ୟରେ ନାମ, ଠିକଣା, ବୟସ, ମାସିକ ଦରମାର ପ୍ରମାଣ ଏବଂ ସାମ୍ବାଦିକତା ଭାବେ କାର୍ଯ୍ୟ କରୁଥିବା ସମ୍ବାଦପତ୍ର, ସମ୍ବାଦ ସରବରାହ ସଂସ୍ଥା ଏବଂ ଗଣମାଧ୍ଯମ ଅନୁଷ୍ଠାନ ସଂପର୍କରେ ସଂପୂର୍ଣ୍ଣ ତଥ୍ୟ ପ୍ରଦାନ ପାଇଁ ଅନୁରୋଧ କରାଯାଇଛି ।
ରାଜ୍ୟର ସମସ୍ତ ଜିଲ୍ଲାର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମାନଙ୍କୁ ସାମ୍ବାଦିକମାନକର ତଥ୍ୟ ପ୍ରଦାନ କରିବାକୁ ଅଧ୍ୟକ୍ଷ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି। ରାଜ୍ୟ ବଜେଟରେ ଆବଶ୍ୟକୀୟ ଅନୁଦାନ ବ୍ୟବସ୍ଥା କରିବା ପାଇଁ ମାନନୀୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପରିଷଦ ଓ ଏକାଡେମୀ ପକ୍ଷରୁ ଅନୁରୋଧ କରାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ