Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବନ୍ଧା ହେଲେ କୋଟିପତି ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଭାସ ପ୍ରଧାନ, ଠାବ ହୋଇଛି ୮୫ ପ୍ଲଟ

ବାଲେଶ୍ୱର: ବନ୍ଧା ହେଲେ ଆନନ୍ଦପୁର ବ୍ୟାରେଜ ଡିଭିଜନ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଭାସ ପ୍ରଧାନ ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଗତକାଲି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କର ବିଭିନ୍ନ ଠିକଣାରେ ଚଢଉ କରିଥିଲା। ଗତକାଲି ଚଢ଼ାଉ ବେଳେ ଓଡ଼ିଶା ସହ ପଶ୍ଚିମବଙ୍ଗରେ ୮୫ ପ୍ଲଟ ଠାବ କରିଥିଲା ଭିଜିଲାନ୍ସ। ଗୋଟିଏ ପାଞ୍ଚ ମହଲା କୋଠା, ମାର୍କେଟ କଂପ୍ଲେକ୍ସ ଠାବ ହେବା ସହ ୧୧ ଲକ୍ଷ ନଗଦ ଟଙ୍କା, ୩୩୫ ଗ୍ରାମ୍ ସୁନା, ୭୮ ଲକ୍ଷର ଜମା ପାଇଥିଲା ଭିଜିଲାନ୍ସ ଟିମ୍।

ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ପ୍ରଭାସ କୁମାର ପ୍ରଧାନ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ୮୫ଟି ପ୍ଲଟ୍ ଅଛି । ସେଥିରୁ ୮୦ଟି କେବଳ ଜଳେଶ୍ୱରରେ ଅଛି । ୪ଟି ପୁରୀ ଜିଲ୍ଲାର ଡେଲାଙ୍ଗରେ ଥିବା ବେଳେ ଗୋଟିଏ ପଶ୍ଚିମବଙ୍ଗର ସୁନାକନିଆରେ ଅଛି । ଏସବୁ ପ୍ଲଟ୍‌ର ସେଲ୍‌ ଡିଡ୍ ମୂଲ୍ୟ ୨.୦୭ କୋଟି ଟଙ୍କାରୁ ଅଧିକ । ତେବେ ଏଗୁଡ଼ିକର ପ୍ରକୃତ ମୂଲ୍ୟ ଆହୁରି ଅଧିକ ହେବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।

ଜଳେଶ୍ୱରରେ ପ୍ରଧାନଙ୍କର ଏକ ୫ ମହଲା କୋଠା ଅଛି । ପ୍ରାୟ ୧୨ ହଜାର ୫ ଶହ ବର୍ଗଫୁଟ୍‌ ଅଞ୍ଚଳରେ ଏହି ୫ ମହଲା କୋଠା ନିର୍ମିତ ହୋଇଛି । ସେହିପରି ଜଳେଶ୍ୱରର ଗୋବରା ଘାଟରେ ତାଙ୍କର ଏକ ମାର୍କେଟ କମ୍ପ୍ଲେକ୍ସ ଓ ଲେବର ଶେଲଟର ଶେଡ୍ ଅଛି, ଯାହା ୬୧୫୧ ବର୍ଗଫୁଟ୍ ଜାଗାରେ ନିର୍ମିତ ହୋଇଛି । ଭିଜିଲାନ୍ସର ବୈଷୟିକ ଶାଖା ପକ୍ଷରୁ ସମସ୍ତ ପ୍ଲଟ୍‌ ଓ କୋଠାର ମାପଚୁପ ଓ ମୂଲ୍ୟାୟନ ଜାରି ରହିଛି ।

ଚଢ଼ାଉ ବେଳେ ତାଙ୍କ ଘରୁ ନଗଦ ୧୧ ଲକ୍ଷ ୭୦ ହଜାର ୯୮୦ ଟଙ୍କା ମିଳିଛି । ଏହାସହ ୩୩୪.୫୫ ଗ୍ରାମର ସୁନା ଅଳଙ୍କାର ମିଳିଛି । ସେଥିରେ ଗୋଟିଏ ସୁନା ବିସ୍କୁଟ ରହିଛି । ବ୍ୟାଙ୍କ, ପୋଷ୍ଟାଲ ଓ ବୀମା ଜମା ବାବଦକୁ ସେ ୭୮ ଲକ୍ଷ ୨ ହଜାର ୭୭୯ ଟଙ୍କା ରଖିଛନ୍ତି । ତାଙ୍କର ଗୋଟିଏ ଚାରି ଚକିଆ ଓ ଗୋଟିଏ ଦୁଇ ଚକିଆ ଗାଡ଼ି ଅଛି । ତାଙ୍କ ଘରର ଆସବାବପତ୍ରର ମୂଲ୍ୟ ୬.୬୩ ଲକ୍ଷ ଟଙ୍କାରୁ ଅଧିକ ହେବ । ପ୍ରଭାସ ଏତେ ପରିମାଣରେ ସଂପତ୍ତି କେମିତି ଠୁଳ କଲେ, ସେ ନେଇ ତାଙ୍କୁ ପଚରାଉଚରା କରାଯାଉଛି । ଏହା ସହି ଚଢ଼ାଉ ଜାରି ରହିଥିବା ବେଳେ ମହାଶୟଙ୍କ ପେଡିରୁ ଆଡୁରି ବହୁ ଗୁପ୍ତଧନ ବାହାରିବାର ସମ୍ଭାବନା ରହିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ