Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା” ତୋର ସାହାରା ପରିବାର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ପ୍ରେସ ମିଟ;ଆସନ୍ତା ସେପ୍ଟେମ୍ବର ୧୪, ୧୫ରେ ହେବ ନୂଆଁଖାଇ ଭେଟଘାଟ

ଜମନକିରା : ଆଜକୁ ୪ ବର୍ଷ ହେଲା ମା’ ତୋର ସାହାରା ପରିବାର ଜମନକିରା ପକ୍ଷରୁ ବେଶ ଉତ୍ସାହ ଉଦ୍ଦୀପନାରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହେଉଛି। ବିଗତ ବର୍ଷରେ ଗୋଟିଏ ଦିନ ନୂଆଁଖାଇ ଭେଟଘାଟ ଆୟୋଜନ ହେଉଥିବା ବେଳେ ଚଳିତ ବର୍ଷ ଦୁଇ ଦିନ ଧରି ଏହା ଅନୁଷ୍ଠିତ ହେବ। ଚଳିତ ବର୍ଷ ଜମନକିରା ବ୍ଲକର ୨୧ ଗୋଟି ପଂଚାୟତ ଅଂଚଳର ଯୁବକ ମାନଙ୍କୁ ସାମିଲ କରିବାକୁ ଚେଷ୍ଟା କରାଯାଉଛି। ପ୍ରତି ପଞ୍ଚାୟତ ରୁ ଅତି କମରେ ୫ ଜଣ ଯୁବକଙ୍କୁ ସାଂସ୍କୃତିକ ଅନୁଷ୍ଠାନ ସହିତ ଯୋଡ଼ି ହେବାକୁ ଉଦ୍ୟମ ଚାଲିଛି। ରବିବାର ଅପରାହ୍ନ ୨ଟାରେ ସ୍ଥାନୀୟ ସାମ୍ୱାଦିକ ଭବନ ଠାରେ ଆୟୋଜିତ ଏକ ପ୍ରେସମିଟରେ ମା’ ତୋର ସାହାରା ପରିବାର ସାଂସ୍କୃତିକ ଅନୁଷ୍ଠାନର ସଭାପତି ଆକାଶ ପଟ୍ଟନାୟକ ସୂଚନା ଦେଇ ଏହା କହିଛନ୍ତି। ସେହିପରି ଅନୁଷ୍ଠାନର ସଂପାଦକ ଅବିନାଶ ଦାନୀ କହିଥିଲେ ଯେ, ଚକିତ ବର୍ଷ ଆହୁରି ବ୍ୟାପକ ଭାବେ ସମାରୋହ ହର୍ଷୋଲ୍ଲାସରେ ନୂଆଁଖାଇ ଭେଟଘାଟ ଆୟୋଜନ କରିବାକୁ ପୂର୍ବ ପ୍ରସ୍ତୁତି କରୁଛନ୍ତି। ପ୍ରାୟ ୪ ବର୍ଷ ଧରି ଗାଁ ଲୋକ ସାମୂହିକ ଭାବେ ଗୋଟିଏ ମଂଚରେ ତଳେ ବସି ନୂଆଁଖାଇବା ର ଅନନ୍ୟ ପରମ୍ପରା ଚାଲି ଆସୁଛି। ଏଭଳି ନୂଆଁଖାଇ ପରମ୍ପରା କ୍ରମେ ଭବିଷ୍ୟତରେ ଜମନକିରାରେ ଲୋକ ମହୋତ୍ସବ ଆୟୋଜନ ପାଇଁ ଉତ୍ସାହର ଖୋରାକ ଯୋଗାଇଛି। ଏ ବର୍ଷ ପ୍ରାୟ ଦେଢ଼ ଲକ୍ଷ ରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ପାଇଁ ବଜେଟ ରହିଥିବା ବେଳେ କଳାହାଣ୍ଡି ଜିଲ୍ଲାର ଘୁବୁକୁଡ଼ ନୃତ୍ୟ, ପଶ୍ଚିମ ଓଡ଼ିଶାର ଲୋକଗୀତ, ଲୋକ ନୃତ୍ୟ କଳାକାରମାନଙ୍କୁ ଆଣି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ। ଏଥିସହ ସମ୍ୱଲପୁର କଳା କେନ୍ଦ୍ରର ନାମୀଦାମୀ କଳାକାର ମାନଙ୍କ ଦ୍ବାରା ନୃତ୍ୟ ଗୀତ ପରିବେଷଣ କରିବାକୁ ଉଦ୍ୟମ ଚଳାଇଛନ୍ତି। ଏଥିରେ ସେମାନେ ନିଶ୍ଚିତ ସଫଳ ହେବେ ବୋଲି ଆଶା ବ୍ୟକ୍ତ କରିଥିଲେ। କୁଚିଣ୍ଡା ଉପଖଣ୍ଡରେ କେବଳ କୁଚିଣ୍ଡା ଓ ବାମରା ବ୍ଲକରେ କଳା ବିକାଶ ପରିଷଦ ରହିଥିଲେ ହେଁ ଜମନକିରା ବ୍ଲକ ଏଥିରୁ ବାଦ ପଡ଼ିଛି। ତେଣୁ ବ୍ଲକ ଅଂଚଳର ଯୁବ କଳାକାର ଓ ବୟୋଜ୍ୟେଷ୍ଠ ପ୍ରତିଭାବାନ କଳାକାର ମାନଙ୍କୁ ସଂଗଠିତ କରି ଜମନକିରା କଳା ବିକାଶ ପରିଷଦ ଗଠନ କରାଯିବାକୁ ପ୍ରସ୍ତାବ ରହିଛି ବୋଲି ସୂଚନା ଦିଆଯାଇଥିଲା। ପୂର୍ବ ବର୍ଷ ନୂଆଁଫୁଲ ସିଜନ୍ -୧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ନୂଆଁଫୁଲ ସିଜନ୍ -୨ ପାଇଁ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ବିଶେଷ କରି ଆଦିବାସୀ ଲୋକ କଳା, ଲୋକ ନୃତ୍ୟ ପରିବେଷଣକୁ ଅଧିକ ପ୍ରାଧାନ୍ୟ ଦିଆଯିବ। ଦୁଇ ଦିନ ଧରି ହେବାକୁ ଥିବା ନୂଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କୁ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ତାଙ୍କୁ ନିମନ୍ତ୍ରଣ କରାଯିବ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାଏକ, ରାଜସ୍ବ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀଙ୍କୁ ଦ୍ୱିତୀୟ ଦିବସରେ ଅତିଥି ଭାବେ ଉପସ୍ଥିତ ରହିବାକୁ ନିମନ୍ତ୍ରଣ କରାଯିବ। କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ଗାଁ ର ମା’ ମାନଙ୍କୁ ନେଇ ବର୍ଣ୍ଣାଢ଼୍ୟ କଳସ ଶୋଭାଯାତ୍ରା ରେ ବାହାରି ସହର ପରିକ୍ରମା କରାଯିବ। ପ୍ରେସମିଟ ବେଳେ ସାଂସ୍କୃତିକ ଅନୁଷ୍ଠାନର ଉପସଭାପତି ଭାବେ ପ୍ରିତମ୍ ଦାନୀ ଓ ସହ ସମ୍ପାଦକ ଭାବେ ଜଗନ୍ନାଥ ସାହୁ ମନୋନୀତ ହୋଇଥିବା ଘୋଷଣା କରଯାଇଥିଲା। ଏଥିସହ ୧୦ ଜଣ କଳାକାର ମା ‘ ତୋର ସାହାରା ପରିବାର ସହିତ ଯୋଡ଼ି ହୋଇଥିବା କହିଥିଲେ। ନିଜସ୍ଵ ସଂଘ ହେପି ଟୁ ହେଲ୍ପ ସଂଘ ଦ୍ୱାରା ଲୋକଙ୍କ ସମସ୍ୟା କୁ ଦୂର କରିବା ପାଇଁ ସଂକଳ୍ପ ବଧ ହୋଇଥିଲେ। ଶେଷରେ ସମ୍ପାଦକ ପ୍ରିତମ ଦାନୀ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories