ଦୁଇ ସନ୍ତାନ ଓ ସ୍ୱାମୀ ଙ୍କ ସମୁଖରେ ସ୍ତ୍ରୀ ଙ୍କର ମୋଟର ସାଇକେଲ ଦୁର୍ନେଟଣା ରେ ମୃତ


ପଟ୍ଟାଙ୍ଗି୦୮/୦୮ଦୁଇ ସନ୍ତାନ ଏବଂ ସ୍ୱାମୀ ଙ୍କ ସମୁଖରେ ସ୍ତ୍ରୀ ତଥା ମାଁ ଙ୍କ ମୃତ୍ୟୁବରଣ ଦୃଶ୍ୟ କୁ ନେଇ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଦେଖା ଦେଇଛି ଶୋକାକୂଳ ପରିବେଶ । ଏହିପରି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଜୋଡିମାଦିଲି ନିକଟସ୍ଥ ଟାଙ୍ଗିଣି ଛକ ତଥା ଜାତୀୟ ରାଜପଥ ର ଏକ ବୁଲାଣିଆ ରାସ୍ତାରେ ମୋଟର ସାଇକେଲ ରୁ ଖସି ଜି ପ୍ରମିଳା ନାମକ ମହିଳା ଙ୍କ ଘଟଣା ସ୍ଥଳେ ମୃତ ହୋଇଛି । ସୂଚନା ମୁତାବକ ଜୟପୁର ର ସେକେଣ୍ଡ୍ ଡେଲି ମାର୍କେଟ ଅଞ୍ଚଳର ଜଗଦୀଶ କୁମାର ନିଜ ମୋଟର ସାଇକେଲ ନଂ OD10 q 6081 ଯୋଗେ ଗତ ୦୪ଦିନ ପୁର୍ବେ ଆନ୍ଧ୍ର ରାଜ୍ୟର ପାର୍ବତୀପୁରମ ଯାଇ ବୁଧବାର ନିଜ ଗ୍ରାମ ଜୟପୁର କୁ ସ୍ତ୍ରୀ ଙ୍କ ସହ ୦୧ବର୍ଷର ଝିଅ ଓ ୦୫ବର୍ଷର ଝିଅ ପ୍ରମୁଖ ଚାରିଜଣ ଫେରୁଥିବା ସମୟରେ ଉପରୋକ୍ତ ବୁଲାଣିଆ ରାସ୍ତାରେ ଭାରସାମ୍ୟ ହରାଇବା ଫଳରେ ସ୍ତ୍ରୀ ଜି ପ୍ରମିଳା ଖସି ପଡିବା ଦ୍ୱାରା ମୁଣ୍ଡ ଟି ଜାତୀୟ ରାଜପଥ ଉପରେ ପିଟି ହୋଇଯାଇଥିଲା । ଯାହା ଦ୍ୱାରା ଘଟଣା ସ୍ଥଳେ ସ୍ୱାମୀ ଏବଂ ଦୁଇ ସନ୍ତାନ ଙ୍କ ସମୁଖରେ ସ୍ତ୍ରୀ ମୃତ୍ୟୁବରଣ କରି ଯାଇଥିଲେ । ଏହି ସମୟରେ ପଛରେ ଆସୁଥିବା ଅନ୍ୟ ସମ୍ପର୍କୀୟ ମାନେ ଘଟଣା ସ୍ଥଳରୁ ଜି ପ୍ରମିଳା ଏବଂ ଦୁଇ ସନ୍ତାନ ଓ ସ୍ୱାମୀ ଜଗଦୀଶ କୁମାର ଙ୍କୁ ଉଧାର କରି ପଟ୍ଟାଙ୍ଗି ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚାଇ ଥିଲେ ମଧ୍ୟ ବୁଧବାର ବିଳମ୍ବିତ ରାତି ହୋଇ ଯାଇଥିବାରୁ ଶବ ବ୍ୟବଚ୍ଛେଦ ହୋଇ ପାରି ନଥିବା ବେଳେ ଖବର ପାଇ ସ୍ଥାନୀୟ ପୋଲିସ ଏ ଏସ ଆଇ ନରସିଂହ ଦୋରା ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚି ମୃତଦେହ ଜବତ କରି ଦୁର୍ଘଟଣା ସ୍ଥଳ କୁ ଗସ୍ତ କରି ଦୁର୍ଘଟଣା ସମ୍ପର୍କରେ ଅନୁଧ୍ୟାନ କରି ତଦନ୍ତ ଆରମ୍ଭ କରିଛନ୍ତି । ଏଠାରେ ସୂଚନା ଥାଉକି ଗୁରୁବାର ସକଳେ ମୃତ ମହିଳାଙ୍କ ଶବ ବ୍ୟବଚ୍ଛେଦ କରି ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି ।