Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜନ୍ମ ପରେ ଶିଶୁଟି କରୁଥିଲା ଜୀବନ ସହ ସଂଗ୍ରାମ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ହସ୍ତ କ୍ଷେପ ପରେ ପାଇଲା ନୂଆ ଜୀବନ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ’ରଖେ ହରି ମାରେ କିଏ’ ‘ମାରେ ହରି ରଖେ କିଏ’ ଏହି ଲୋକକଥା ବା ପ୍ରହେଳିକା ହେଲେ ମଧ୍ୟ ବାସ୍ତବ ରେ ମଧ୍ୟ ତାହା ସତ୍ୟ । ଏକ ଜନ୍ମିତ ଶିଶୁ ଟି ନିଶ୍ଵାସ ପ୍ରଶ୍ଵାସ ନେବାରେ ସମସ୍ୟା ସୃଷ୍ଟି ହେବା ସହ ଦୀର୍ଘ ଏକ ମାସ ଜୀବନ ସହ ସଂଗ୍ରାମ ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ହସ୍ତକ୍ଷେପ ପରେ ଶିଶୁଟି ନୂଆ ଜୀବନ ପାଇଲା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର କ. ନୂଆଗାଁ ବ୍ଲକ ବଣ୍ଡଗୁଡା ପଞ୍ଚାୟତ ର ଗଟାମାହା ଗ୍ରାମର ଅନନ୍ତ ପ୍ରଧାନ ଙ୍କ ଶିଶୁ ପୁତ୍ର ଙ୍କ ଠାରେ । ଅନନ୍ତ ଙ୍କ ଶିଶୁଟି ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟ ରେ ଜନ୍ମ ହେବା ପରେ ଶିଶୁଟିର ନିଶ୍ଵାସ ପ୍ରଶ୍ଵାସ ନେବାରେ ସମସ୍ୟା ସୃଷ୍ଟି ହେବାରୁ ଡାକ୍ତର ଫୁଲବାଣୀ ରୁ ବ୍ରହ୍ମପୁର ଏମକେସିଜି ବଡ ମେଡିକାଲ ସେଠାରୁ କଟକ ଶିଶୁ ଭବନ ରେ ମଧ୍ୟ ଶିଶୁ ଟିର ଉତ୍ତମ ଚିକିତ୍ସା ହୋଇ ନପାରିବାରୁ ପରିବାର ଲୋକ ବିଜୁ ସ୍ୱାସ୍ଥ୍ୟ କାର୍ଡ ରେ ଅପୋଲ ପ୍ରାଇଭେଟ ମେଡିକାଲ ରେ ଭର୍ତ୍ତି କଲେ ସେହି କାର୍ଡ ରୁ ସମସ୍ତ ଅର୍ଥ ସରିଯିବା ପରେ ମଧ୍ୟ ଶିଶୁଟି ଜୀବନ ମରଣ ସହ ସଂଗ୍ରାମ କରୁଥିଲା । ପରିବାର ଲୋକେ ଆଶା ଛାଡି ଦେଇଥିଲେ ଯେ ତାଙ୍କର ଜନ୍ମିତ ଶିଶୁ ପୁତ୍ର ଟି ବଞ୍ଚିବ ଓ ଦୁନିଆ ଦେଖିବ । ବାଲିଗୁଡା ପୂର୍ବତନ ବିଧାୟକ କରେନ୍ଦ୍ର ମାଝି ଙ୍କ ନଜରକୁ ଏହି ଘଟଣା ଆସିବା ପରେ ଉକ୍ତ ପରିବାର ସଦସ୍ୟ ଙ୍କୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ.ମୁକେଶ ମହାଲିକ ଙ୍କ ନିକଟକୁ ଯାଇ ସମସ୍ତ ଘଟଣା ସମ୍ପର୍କ ରେ କହିବା ଓ ରିପୋର୍ଟ ଦେଖାଇଥିଲେ । ଏହା ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଏହାକୁ ଗୁରୁତର ସହ ନେଇ ତୁରନ୍ତ ରାଷ୍ଟ୍ରୀୟ ବାଲ ବିକାଶ ସ୍ୱାସ୍ଥ୍ୟ ସେବା ମାଧ୍ୟମରେ ଶିଶୁଟି କୁ କଲିକତା ସ୍ଥିତ ନାରାୟଣୀ ସୁପର ସ୍ପେସାଲିଷ୍ଟ ହସ୍ପିଟାଲକୁ ପଠାଇଥିଲେ ସମସ୍ତ ଖର୍ଚ୍ଚ ବହନ କରିବା ପାଇଁ ଆଶ୍ଵାସନା ଦେଇଥିଲେ । ଗଟାମାହା ଗ୍ରାମର ଅନନ୍ତ ପ୍ରଧାନ ତାଙ୍କର ଏକ ମାସ ର ଶିଶୁ କୁ ନେଇ କଲିକତା ନାରାୟଣୀ ସୁପର ସ୍ପେସାଲିଷ୍ଟ ହସ୍ପିଟାଲକୁ ଯିବା ପରେ ଶିଶୁ ଟିର ଉତ୍ତମ ଚିକିତ୍ସା ପରେ ଅଗଷ୍ଟ ୧ ତାରିଖ ଦିନ ଶିଶୁ ଟିର ସଫଳ ଅସ୍ତ୍ରୋପଚାର କରାଯାଇଥିବା ବେଳେ ବର୍ତ୍ତମାନ ଶିଶୁଟି ସୁସ୍ଥ ରହିଥିବା ପରିବାର ଲୋକେ କହିଛନ୍ତି । ଅଞ୍ଚଳ ବାସୀ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ.ମୁକେଶ ମହାଲିକ ଓ ପୂର୍ବତନ ବିଧାୟକ କରେନ୍ଦ୍ର ମାଝି ଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ