Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସେରୁବନ୍ଧ ବକ୍ସାଇଟ ଖଣି ପାହାଡ଼ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଙ୍କ ଦ୍ୱାରା ଭୁମିପୂଜନ ପୁର୍ବରୁ କ୍ଷତିଗ୍ରସ୍ତ ଗ୍ରାମବାସୀ ଙ୍କ ବିରୋଧ ନିରାଶ ହୋଇ ଫେରିଲେ ମନ୍ତ୍ରୀ ଓ ଜିଲ୍ଲା ପ୍ରଶାସନ

ପଟ୍ଟାଙ୍ଗି୧୧/୦୮ଆଜି ନାଲକୋ ତରଫରୁ ସେରୁବନ୍ଧ ଖଣିର ବକ୍ସସାଇଟ ଖନନ ପାଇଁ ଭୂମିପୂଜା କରିବାର କାର୍ଯ୍ୟକ୍ରମ ଥିଲା । ପୂର୍ବ ନିର୍ଦ୍ଧାରିତ ଆନୁସାରେ କେନ୍ଦ୍ର ଖଣି ରାଷ୍ଟ୍ରମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ ବିଶାଖାପାଟଣା ର ବିମାନ ବନ୍ଦର ରୁ ବାହାରି ଦାମନଯୋଡି ରେ ପହଞ୍ଚିଥିଲେ । ପରେ ନାଲକୋ cmd ନାଲକୋ ଅଧିକାରୀ , କୋରାପୁଟ ଜିଲାପାଳ ଭି କୀର୍ତି ଭାର୍ସନ , ଏସପି ଅଭିନବ ସୋନକାର ,କୋରାପୁଟ ବିଧାୟକ ରଘୁରାମ ମାଛ,ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ,କୋଟପାଡ଼ ବିଧାୟକ ରୁପୁ ଭତ୍ରା, ଏସଡିପିଓ ମନୋବ୍ରତା ସତପଥି ,ପଟ୍ଟାଙ୍ଗି ବିଡ଼ିଓ ସୁକାନ୍ତ କୁମାର ପଟ୍ଟନାୟକ , ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ ପ୍ରମୁଖ ପ୍ରଶାସନିକ ଅଧିକାରୀ ଓ ଉପରୋକ୍ତ ତିନି ବିଧାୟକ ସମସ୍ତେ ଭୂମିପୂଜନ ର ପ୍ରସ୍ତାବିତ ଥୁରିୟା କରଞ୍ଜଗୁଡା ନିକଟ ରେ ପହଞ୍ଚିବା ପରେ ଭୂମିପୂଜନ କୁ ଯିବା ଆଗରୁ ରାସ୍ତା ଉପରେ ସେରୁବନ୍ଧ ଅଞ୍ଚଳ ର ପ୍ରଭାବିତ ଗ୍ରାମବାସୀ ମାନେ ଭୂମିପୂଜନ କୁ ବିରୋଧ କରି ପ୍ରତିବାଦ କରିଥିଲେ । ତେବେ ଜିଲାପାଳ ଏସ ପି ଜନ ପ୍ରତିନିଧି ସମସ୍ତେ ଝାଳ ନାଳ ହୋଇ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କଲେ କିନ୍ତୁ ଉକ୍ତ ବକ୍ସାଇଟ ପାହାଡ ର ନିକଟସ୍ଥ ୦୬ଟି ପଞ୍ଚାୟତ ର ଶତାଧିକ ଗ୍ରାମବାସୀ
ଭୂମି ପୂଜନ କୁ ପ୍ରତିବାଦ କରିବା ସହ ଗତ ୨୦୨୧ ମସିହାରୁ ଦେଇଥିବା ଲିଖିତ ଦାବି କୁ ଅଣଦେଖା କରି ପ୍ରଭାବିତ ଲୋକଙ୍କ ସମସ୍ୟା କେହି ବୁଝୁ ନାହାନ୍ତି ତେଣୁ ଆମ ସହ ପ୍ରଥମେ ଆଲୋଚନା କର ପରେ ଭୂମି ପୂଜନ କରିବା ପାଇଁ ଜିଦ ଧରିଥିଲେ । ଲୋକେ ବିରୋଧ କରିବାରୁ ମନ୍ତ୍ରୀ ନାଲକୋ ଗେଷ୍ଟ ହାଉସକୁ ଯାଇ ନଲୋକ cmd ଓ ଅନ୍ୟ ଅଧିକାରୀ ଙ୍କ ସହ ଆଲୋଚନା ପରେ ପୁଣି ଥରେ ତାରିଖ ନିର୍ଧାରଣ ପରେ ଭୂମି ପୂଜନ ହେବ ବୋଲି କହିଥିଲେ । ତେବେ ଲୁଚିଛପି ରେ କାର୍ଯ୍ୟକ୍ରମ କରିବା ପ୍ରଚେଷ୍ଟା କୁ ନେଇ ସାଧାରଣ ରେ ଚର୍ଚ୍ଚାଜୋର ଧରିଛି । ସୂଚନାଯୋଗ୍ୟ କି ଉକ୍ତ ଖଣି ଖନନ ପାଇଁ ପୂର୍ବରୁ ଅଞ୍ଚଳବାସୀ ବିରୋଧ କରି ଆସୁଥିଲେ ଏବଂ ଉକ୍ତ ଖଣି ଖନନ ପାଇଁ ପୂର୍ବରୁ ଅଞ୍ଚଳବାସୀ ବିରୋଧ କରି ଆସୁଥିଲେ ଏବଂ ଉକ୍ତ ଖଣି ଖନନ ପାଇଁ ଦାମନଯୋଡି ନାଲକ ସହିତ ସରକାର ଙ୍କ ସହିତ ଏମଓୟୁ ସ୍ୱାକ୍ଷର ହୋଇଛି ଓ ଆଜି ଭୂମି ପୂଜା ର କାର୍ଯ୍ୟକ୍ରମ ରହିଥିଲା । ଅନ୍ୟପକ୍ଷରେ ଲୋକଙ୍କ ଏହିପରି ପ୍ରତିବାଦ ଜାରି ରହିଥିବା ବେଳେ ସେରୁବନ୍ଧ ବକ୍ସାଇଟ ପାହାଡ଼ ଉପରେ ନାଲକୋ ପକ୍ଷରୁ ଲାଗିଥିଲା ଟେଣ୍ଡ୍ ଏବଂ ନାମ ଫଳକ କୁ ଭାଙ୍ଗି କଡା ବିରୋଧ କରିଥିଲେ । ଏଠାରେ ସୂଚନା ଥାଉକି ନାଲକୋ ଉଚ୍ଚ କତ୍ରୁପକ୍ଷ ଙ୍କ ପୁର୍ବ ପ୍ରସ୍ତୁତି ରେ କୈଣସି ବ୍ୟବସ୍ଥା ଠିକ୍ ଭାବେ ହୋଇ ନଥିବାରୁ ଆନ୍ଦୋଳନ କାରି ଙ୍କ ନିକଟରୁ କେନ୍ଦ୍ର ମନ୍ତ୍ରୀ ଏବଂ ଜିଲ୍ଲା ପ୍ରଶାସନ କୁ ନିରାଶ ହୋଇ ଫେରିବା କୁ ବାଧ୍ୟ ହୋଇଥିଲା

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ