୪ ମାସ ପରେ ମଇଦାନକୁ ଫେରି ପାରନ୍ତି ବୁମରା, ଅର୍ଶଦୀପ ଓ ଖଲିଲଙ୍କ ନିକଟରେ ସୁଯୋଗ


ନୂଆଦିଲ୍ଲୀ: ଭାରତ ଟି-୨୦ ବିଶ୍ୱକପ୍ ଜିତିବା ପରେ ଦଳର ତାରକା ବୋଲର ଯଶପ୍ରୀତ ବୁମରାଙ୍କୁ ବିଶ୍ରାମ ମିଳିଛି । ତେବେ ଅକ୍ଟୋବର ୧୬ରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଯଶପ୍ରୀତ ବୁମରାଙ୍କ ଦଳକୁ ପ୍ରତ୍ୟାବର୍ତ୍ତନ ହୋଇପାରେ । କିନ୍ତୁ ସେପ୍ଟେମ୍ବରରେ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ବୁମରାଙ୍କୁ ବିଶ୍ରାମ ଦିଆଯାଇପାରେ । ଭାରତୀୟ ଦଳ ପ୍ରବନ୍ଧକ ଓ ଚୟନକର୍ତ୍ତା ଦ୍ରୁତ ବୋଲିଂ ଆକ୍ରମଣରେ ଆହୁରି ବିବିଧତା ଆଣିବାକୁ ଚାହୁଁଁଛନ୍ତି । ଏଥିରେ ଦ୍ରୁତ ବୋଲିଂ ୟୁନିଟରେ ବାମହାତୀ ସିମ ଓ ସୁଇଙ୍ଗ ବୋଲରଙ୍କୁ ସାମିଲ କରାଯାଇପାରେ । ଅଭିଜ୍ଞତା ଦୃଷ୍ଟିରୁ ଚୟନକର୍ତ୍ତାଙ୍କ ପାଖରେ ଅର୍ଶଦୀପ ସିଂ ଓ ଖଲିଲ ଅହମ୍ମଦଙ୍କ ରୂପେ ଦୁଇ ବିକଳ୍ପ ରହିଛି । ଅର୍ଶଦୀପ ଟି-୨୦ ଫର୍ମାଟରେ ଦଳର ନିୟମିତ ସଦସ୍ୟ ।

ବିସିସିଆଇର ଜଣେ ଜନୈକ ଅଧିକାରୀ କହିଛନ୍ତି, ବୁମରା ନିଜ ଶରୀରକୁ ଠିକ୍ ଭଲ ଭାବେ ଜାଣିଛନ୍ତି । ତାଙ୍କ ଉପରେ ଏହା ନିର୍ଭର କରେ ଯେ ସେ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍ ଖେଳିବେ କି ନାହିଁ । ଦଳ ପ୍ରବନ୍ଧକ ଓ ଚୟନକର୍ତ୍ତା ଏହାକୁ ନେଇ ବହୁତ ସ୍ପଷ୍ଟ ଯେ ଭାରତର ଅ ଷ୍ଟ୍ରେଲିଆ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ଯଶପ୍ରୀତ ବୁମରା ପୁରା ଫିଟ୍ ରୁହନ୍ତୁ । ଦଳକୁ ତାଙ୍କୁ ବହୁତ ଆବଶ୍ୟକତା ରହିଛି । କିନ୍ତୁ ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ଦଳ ଭାରତ ଗସ୍ତରେ ଆସିବ । ଦୁଇ ଦଳ ମଧ୍ୟରେ ହେବାକୁ ଥିବା ଟେଷ୍ଟ ସିରିଜରେ ବୁମରାଙ୍କ ଦଳରେ ପ୍ରତ୍ୟାବର୍ତ୍ତନ ହୋଇପାରେ ।

ଅର୍ଶଦୀପ ସିଂଙ୍କୁ ଟେଷ୍ଟ କ୍ରିକେଟରେ ଖେଳାଇବାର ଯୋଜନା ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳରେ ହୋଇଥିଲା । ଏଥିପାଇଁ ତାଙ୍କୁ ଗତ ବର୍ଷ କିଛି କାଉଣ୍ଟି ମ୍ୟାଚ୍ ଖେଳିବାକୁ କେଣ୍ଟ ପଠାଯାଇଥିଲା । ଖଲିଲ ଅହମ୍ମଦ ଜଣେ ଉତ୍ତମ ବୋଲର ମାତ୍ର ତାଙ୍କ ବୋଲିଂରେ ନିରନ୍ତରତାର ଅଭାବ ରହିଛି । ବାମହାତୀ ଦ୍ରୁତ ବୋଲର ପାଇଁ ଦ୍ୱିତୀୟ ବିକଳ୍ପ ଭାବେ ୟଶ ଦୟାଲ ରହିଛନ୍ତି । କିନ୍ତୁ ସେ ଏହି ଦୌଡରେ ଖଲିଲ ଓ ଅର୍ଶଦୀପଙ୍କଠୁ ପଛରେ ରହିଛନ୍ତି ।