Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଧାରୁଆ ଅସ୍ତ୍ରରେ ଆକ୍ରମଣ ଅଭିଯୋଗରେ ଜଣେ କୋର୍ଟ ଚାଲାଣ

ଜମନକିରା : ଜମନକିରା ଥାନା ତରଣ୍ଡା ଗାଁର ଦୀପକ ମାଝୀ (୩୨) କି ତା ସମ୍ପର୍କୀୟ ଭାଇ ମାରଣା ଅସ୍ତ୍ରରେ ଆକ୍ରମଣ କରିବା ଅଭିଯୋଗରେ ଜମନକିରା ପୋଲିସ ଅଭିଯୁକ୍ତ ଭାଇ ସିଳୁ ଧୂରୁଆ(୨୯) କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗ ହାଜତ କୁ ପଠେଇ ଥିବା ନେଇ ଥାନା ଅଧିକାରୀ ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି। ଏନେଇ କେସ ନ. ୧୪୬/୨୪ (୧୨୬/୧୧୫/୧୧୮) ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।
ପୋଲିସର ସୂଚନା ଅନୁଯାୟୀ, ଗତ ୧୭ ତାରିଖ ଦିନ ତରଣ୍ଡା ଗାଁର ସୀଲୁ ନିଜ ସମ୍ପର୍କୀୟ ଭାଇ ଦୀପକ ପାଖକୁ ଯାଇ ଖତିଆନ ପଟ୍ଟା ମାଗିଥିଲା। ଏଥିରେ ଅରାଜି ହେବାରୁ ଶିଲୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। ଯୋଉଥିରେ ଦୀପକ ଗୁରୁତର ହୋଇଥିଲା। ପରେ ଚିକିତ୍ସା ହୋଇ ଟିକିଏ ଭଲ ହେବା ପରେ ଗାଁରେ ଏକ ପଞ୍ଚନାମା ହୋଇଥିଲା। ସେଥିରେ ରାଜି ନହୋଇ ସେଠାରୁ ଅଭିଯୁକ୍ତ ସିଲ୍ଲୁ ଫେରାର ମରିଥିଲା।ଏନେଇ ଗତ ୨୦ ତାରିଖ ଦିନ ଦୀପକ ଜମନକିରା ଥାନାରେ ଲିଖିତ ଅଭିଯୋଗ କରିଥିଲା। ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ କୁ ଖୋଜୁଥିଲା। ଆଜି ଅଭିଯୁକ୍ତ କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଥିଲା।