ସୋନପୁର : (ସୌମିତ୍ରି ମେହେର) ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର , ସୋନପୁର ଠାରେ ବିଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା–୨୦୨୪ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା ବିକାଶ ସମିତି, ଓଡିଶାଙ୍କ ଯୋଜନା ଅନୁସାରେ ସୁବର୍ଣ୍ଣପୁର ବିଭାଗ ଅନ୍ତର୍ଗତ ୨୧ ଟି ବିଦ୍ୟାଳୟ ରୁ ଅଂଶଗ୍ରହଣ କରିଥିବା ଏହି କାର୍ଯ୍ୟକ୍ରମକୁ ଟାଟା ପାୱାର ସୋନପୁର ଉପଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ବିବେକାନନ୍ଦ ଦୀକ୍ଷିତ ଉଦଘାଟନ କରି ବିଜ୍ଞାନର ଆବଶ୍ୟକତା ଓ ପ୍ରଭାବ ବିଷୟରେ ଶିଶୁମାନଙ୍କୁ ଉଦବୋଧନ ଦେଇଥିଲେ । ବିଦ୍ୟାଳୟର ସଭାପତି ଡ. ପୌଲସ୍ତ ସାହୁଙ୍କୁ ଅଧ୍ୟକ୍ଷତାରେ ଉଭୟ ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର ଜିଲ୍ଲା ପ୍ରମୁଖ ମାନନୀୟ ଶ୍ରୀ ବିଭୁତି ଭୂଷଣ ଓତା ଓ ଶ୍ରୀ କାର୍ତ୍ତିକେଶ୍ଵର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ସୁବାସ ଚନ୍ଦ୍ର ମିଶ୍ରଙ୍କ ସଂଯୋଜନାରେ , ଏହି କାର୍ଯ୍ୟକ୍ରମ ଶିକ୍ଷା ବିକାଶ ସମିତି , ଓଡିଶାଙ୍କ ପ୍ରାନ୍ତ ବିଦ୍ୟା ମନ୍ଦିର ଶୈକ୍ଷିକ ସଂଯୋଜକ ଆଶିଷ କୁମାର ରଥ ଓ ବିଭାଗ ନିରୀକ୍ଷକ ମନୋରଞ୍ଜନ କର ଉପସ୍ଥିତ ରହି ପ୍ରତ୍ୟକ୍ଷ ମାର୍ଗଦର୍ଶନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା ପାଇଁ ୩୧ ଜଣ ପରିଚାଳକ ରୂପୀ ଆଚାର୍ଯ୍ୟ , ଆଚାର୍ଯ୍ୟl ଯୋଗଦାନ କରିଥିଲେ । ୧୮୭ ଜଣ ଶିଶୁ ବୈଜ୍ଞାନିକଙ୍କୁ ନେଇ ଏଥିରେ ବିଭିନ୍ନ ବର୍ଗରେ ପ୍ରଶ୍ନମଞ୍ଚ , ପତ୍ର ବାଚନ , କଥା କଥନ , ଗଣିତ ଓ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନ, ଆଶୁଭାଷଣ , ମୂର୍ତ୍ତିକଳା , ଗୀତ , ଲୋକନୃତ୍ୟ ଆଦି ପ୍ରତିଯୋଗୀତା ମାନ ଅନୁଷ୍ଠିତ ହୋଇଥିବା ବେଳେ ସମସ୍ତ କୃତି ପ୍ରତିଭାଗୀଙ୍କୁ ପୁରସ୍କାର ପ୍ରଦାନ କରଯାଇଥିଲା । ବିଦ୍ୟାଳୟରେ ସମସ୍ତ ଗୁରୁଜୀ ଗୁରୁମା ଓ ସେବକ ସେବିକାଙ୍କ ସହାୟତାରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା । ପରିଚାଳନା ସମିତିର ସଂପାଦକ କୈଳାସ ଚାନ୍ଦ , ଯୁଗ୍ମ–ସଂପାଦକ ଘନଶ୍ୟାମ ମିଶ୍ର , କୋଷାଧ୍ୟକ୍ଷ ବନମାଳୀ ପଣ୍ଡା ପ୍ରମୁଖ ପ୍ରତ୍ୟକ୍ଷ ଭାବେ ଉପସ୍ଥିତ ରହି ଶିଶୁ ମାନଙ୍କୁ ଉତ୍ସାହ ପ୍ରଦାନ କରିଥିଲେ । ବିଭିନ୍ନ ସରକାରୀ ବିଦ୍ୟାଳୟର ଶିକ୍ଷକ ଗଣ ବିଚାରକ ଭାବେ ଯୋଗଦେଇ ପ୍ରତିଯୋଗୀତା ଗୁଡିକର ମୂଲ୍ୟାୟନ କରିଥିଲେ। ଏ ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହ ଜିଲ୍ଲା ଶିକ୍ଷା ବିଭାଗକୁ ମଧ୍ୟ ବିଦ୍ୟାଳୟ ତରଫରୁ ଧନ୍ୟବାଦ ଜ୍ଞାପନ କରାଯାଇଛି । କାର୍ଯ୍ୟକ୍ରମ ଶେଷରେ କୋଷାଧ୍ୟକ୍ଷ ବନମାଳୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।