ପୋଲିସ ଫୋର୍ସ ଉପସ୍ଥିତିରେ ଉଚ୍ଛେଦ ହେଲା ବାଦାମବାଡ଼ି ପୂଜାମଣ୍ଡପ


କଟକ: ବହୁ ବାଦ ବିବାଦ ଓ ଆଇନ କାନୁନର ଲଢ଼େି ପରେ ଉଚ୍ଛେଦ ହେଲା ଶଙ୍କରପୁରର ବାଦାମବାଡି ପୂଜା ମଣ୍ଡପ । ତାହା ପୁଣି ପୋଲିସ ଫୋର୍ସ ଉପସ୍ଥିତିରେ । ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହି ଉଚ୍ଛେଦ କରାଯାଇଛି ।

ଏକ ଜନସ୍ବାର୍ଥ ସମ୍ବଳିତ ମାମଲାର ଶୁଣାଣି କରି ହାଇକୋର୍ଟ ବାଦାମବାଡିରୁ ଲିଙ୍କ ରୋଡ ମଧ୍ୟରେ ନାଳ ଉପରେ ଥିବା ଜବରଦଖଲକୁ ତୁରନ୍ତ ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ପୂର୍ବରୁ ପୂଜା ମଣ୍ଡପକୁ ଉଚ୍ଛେଦ କରିବା ପାଇଁ ପ୍ରଶାସନ ଓ ପୋଲିସ ଉଦ୍ୟମ କରି ବିଫଳ ହୋଇଥିଲା । ଗତକାଲି ୩ ପ୍ଲାଟୁନ ଫୋର୍ସ ଉପସ୍ଥିତିରେ ଜିଲ୍ଲା ପ୍ରଶାସନ ମଣ୍ଡପକୁ ମାପଚୁପ କରିବା ପରେ ଭଙ୍ଗା କାମ ଆରମ୍ଭ କରିଛି । ତେବେ ମଣ୍ଡପ ଉଚ୍ଛେଦକୁ ବିରୋଧ କରିଥିଲେ ପୂଜା କମିଟି ସଦସ୍ୟ ଓ ସାହି ବାସିନ୍ଦା । ଘଟଣାସ୍ଥଳରେ ସ୍ଥାନୀୟ ଏସିପିଙ୍କ ସମେତ ସିଏମସି ଡେପୁଟି କମିଶନର ଉପସ୍ଥିତ ରହି ଲୋକଙ୍କୁ ବୁଝାଶୁଝା କରିଥିଲେ ।