Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ମାଣ୍ଡିଆ ଚାଷକ୍ଷେତ୍ର ପରିଦର୍ଶନ

ଝାରସୁଗୁଡା ୨୮/୮ (ଓଡ଼ିଶା ନ୍ୟୁଜ) ଓଡ଼ିଶା ସରକାରଙ୍କ ଶ୍ରୀଅନ୍ନ ଅଭିଯାନ କାର୍ଯକ୍ରମ ଜରିଆରେ ଲଖନପୁର ବ୍ଲକରେ ସ୍ଵେଚ୍ଛାସବୀ ଅନୁଷ୍ଠାନ ଆଜକା ଦ୍ଵାରା ପରିଚାଳିତ ହେଉଥିବା ମାଣ୍ଡିଆ ଓ ଅଣ ମାଣ୍ଡିଆ ଚାଷ ଯଥା:-କୁଦୋ,ଗୁଲଜି,ବାଜରା ଆଦି କରା ଯାଇଥିବା ଚାଷ କ୍ଷେତ୍ରକୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଜେନାମଣି ବିଭୂତି ଭୂଷଣ ରାୟ , ସ୍କିମ ଅଫିସର ଭାଗ୍ୟଶ୍ରୀ ଦାସ, ଲଖନପୁର ବ୍ଲକ ସହକାରୀ କୃଷି ଅଧିକାରୀ ସୀମା ଟେଟେ ଓ ବିଦ୍ୟାଶ୍ରୀ ତ୍ରିପାଠୀ ପ୍ରମୁଖ ଅଧିକାରୀ ବୃନ୍ଦ ଲଖନପୁର ଗ୍ରାମ ବାଣ୍ଡିପାହାଡ ଗାଁର ଲୁକେଶ୍ୱର ଛତ୍ରିଆଙ୍କ କୁଦୋ,ବାଜାରା ଚାଷ ଏବଂ ସୁନାରି ଗ୍ରାମ ପଞ୍ଚାୟତ ଟାଙ୍ଗରପାଲି ଗାଁର ତାରିଣୀ ମହିଳା ଗ୍ରୁପ ପକ୍ଷରୁ କରା ଯାଇଥିବା ମାଣ୍ଡିଆ ଚାଷ ଓ ଫସଲ ବିବିଧତା କ୍ଷେତ୍ର । ସେହିପରି ବିଶିପାଲି ଗ୍ରାମର ଚାଷୀ ବିନୟ ଭୋଇଙ୍କ ମାଣ୍ଡିଆ ଓ କୁଦୋ ଚାଷ କ୍ଷେତ୍ର ପରିଦର୍ଶନ କରି ଚାଷୀ ମାନଙ୍କ ସହିତ ଆଲୋଚନା କରି ଥିଲେ । କାର୍ଯ୍ୟକ୍ରମକୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅଜକା ପକ୍ଷରୁ ଶ୍ରୀଅନ୍ନ ଅଭିଯାନ ପ୍ରକଳ୍ପ ଅତିରିକ୍ତ ସଂଯୋଜକ ରାଜ କୁମାର ଭୋଇ, ଗୋଷ୍ଠୀ ସମ୍ବଳ କର୍ମୀ ପ୍ରକାଶ ମାଝୀ, ନୀତେଶ କୁମାର ସିଂହ, ହରେଶ ବାରିକ, କ୍ଷୀରୋଦ ଖମାରୀ, ନିବାସ ମାଝୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

More Stories