Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀରମହାରାଜପୁର ରେ ବଢି ବଢି ଚାଲିଛି ଜୁଆଖେଳ ; ପୋଲିସ ଚେଇଁ ଶୋଇଛି

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଉଫୁଳା ପଞ୍ଚାୟତ ଅନ୍ତର୍ଗତ କାନପୁର ସ୍ଥିତ ବିକଲପାଲି କାଜୁ ବଗିଚା ଠାରେ ଦୀର୍ଘ ଦିନ ହେବ ଅବାଧରେ ଲକ୍ଷାଧିକ ଟଙ୍କାର ଜୁଆ ଖେଳ ହେଉଥିବା ଅଭିଯୋଗ ହେଉଛି । ସେହିପରି ହିଲୁଙ୍ଗ ପଞ୍ଚାୟତ ଅନ୍ତର୍ଗତ ମେଣ୍ଡାମାଳ ଠାରେ ମଧ୍ୟ ଜୁଆ ଖେଳ ହେଉଥିବା ନଜର ରହିଛି । ଉକ୍ତ ସ୍ଥାନରେ ଜୁଆ ଖେଳ ହେଉଥିବା ନେଇ ସ୍ଥାନୀୟ ପୋଲିସ ପାଖରେ ଖବର ଥିଲେ ମଧ୍ୟ ଜାଣି ନ ଜାଣିଲା ଭଳି ନିରବ ରହିଥିବା ଦେଖାଦେଇଛି I ଏହି ଜୁଆ ଖେଳରେ ଅଧିକ ଟଙ୍କା ଲୋଭରେ ନିରିହ ଯୁବକ ଓ ଅସାମାଜିକ ବ୍ୟକ୍ତି ସାମିଲ ହେଉଛନ୍ତି। ଯାହା ଫଳରେ ବୀରମହାରାଜପୁର ଓ ସୁବଳୟା ଅଞ୍ଚଳରେ ପ୍ରତ୍ୟହ ବିଭିନ୍ନ ସ୍ଥାନରୁ ଚୋରି ଡକାୟତି ଓ ଲୁଟପାଟ ହେଉଥିବା ଥାନାରେ ଅଭିଯୋଗ ହେଇଛି। ଜୁଆ ଖେଳ ପାଇଁ ଅନେକ ପରିବାରରେ ଅଶାନ୍ତ କଳହର ସୃଷ୍ଟି ହୋଇ ଗଣ୍ଡଗୋଳର ଉଗ୍ରରୁପ ଧାରଣ କରୁଥିବା ଦେଖିବାକୁ ମିଳିଛି। ଏଠାରେ ଜୁଆ ଖେଳ ହେଉଥିବା ନେଇ ସ୍ଥାନୀୟ ଜନସାଧାରଣ ପୋଲିସର ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଉକ୍ତ ସ୍ଥାନରେ ଚଢ଼ାଉ ହୋଇପାରିନାହିଁ। ଜଣେ ଜୁଆ ଖେଲାରିଙ୍କ କହିବା ଅନୁଯାୟୀ, ପୁଲିସ ମୋଟା ଅଙ୍କର ଟଙ୍କl ନେଉଛି। ‌ ତେଣୁ ଦିନ ଦ୍ବିପହରରେ ଖୋଲାଖୋଲି ଭାବେ ଏହି ଖେଳ ଚାଲିଥିବା ସାଧାରଣ ରେ ଚର୍ଚ୍ଚା ହେଉଛି । ପୋଲିସର ଜାଣତରେ ଏଠାରେ ଜୁଆ ଖେଳ ହେଉଥିବାରୁ ପ୍ରତ୍ୟହ ଲକ୍ଷାଧିକ ଟଙ୍କାର ଜୁଆ ଖେଳ ହେଉଥିବା ‌କୁହନ୍ତି । ଆଗକୁ ପର୍ବପର୍ବାଣୀ ଆସୁଥିବାରୁ ଜୋରସୋରରେ ଜୁଆଖେଳ ହେଉଥିବା ନେଇ ବିଭିନ୍ନ ସ୍ଥାନରେ ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବା ସହ ବିହିତ ପଦକ୍ଷେପ ନେବାକୁ ଦାବି ହେଉଛି।