Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କତଙ୍ଗପାଣି: ନୂତନ ଗାଁ ସାଥି ଚୟନ କୁ ବିରୋଧ

ଜମନକିରା : ଜମନକିରା ବ୍ଲକ କଟଙ୍ଗପାଣି ପଞ୍ଚାୟତ ଅନ୍ତର୍ଗତ ବଡ଼କଛାର ଗ୍ରାମ ଓ କଲାପାଟ ଗ୍ରାମରେ ନିୟୋଜିତ ଥିବା ଗାଁ ସାଥିଙ୍କୁ ତାଙ୍କ କାର୍ଯ୍ୟରୁ ନିବୃତ କରି ନୂତନ ଗାଁ ସାଥି ଚୟନକୁ ନେଇ ଜମନକିରା ଗାଁ ସାଥି ସଂଘ ପକ୍ଷରୁ ସଂଘ ସଭାପତି ଅଖିଳ ରଞ୍ଜନ ବାଘ ଏବଂ ସମ୍ପାଦକ ପ୍ରଶାନ୍ତ କୁମାର ରାଉତଙ୍କ ନେତୃତ୍ବରେ ଏକ ଦାବିପତ୍ର ଜମନକିରା ବିଡ଼ିଓଙ୍କ ଅନୁପସ୍ଥିତିରେ ଆକାଉଣ୍ଟ ଅଫିସର ରୁଷବ ମାଝୀଙ୍କୁ ପ୍ରଦାନ କରାଯାଇଛି।
ସୂଚନା ଅନୁସାରେ, ଉକ୍ତ ଦାବିପତ୍ର lରେ ଉଲ୍ଲେଖ କରାଯାଇଛି ଯେ, ବଡ଼କଛାର ଓ କଲାପାଟ ଗ୍ରାମରେ ୨୦୦୮ ମସିହାରେ ଗାଁ ସାଥି ଭାବେ ନିଯୁକ୍ତି ପାଇଥିବା ଅନ୍ତରାମ କିଷାନ ଓ ସୀମନ ବିଲୁଙ୍ଗ ଙ୍କୁ କଟଙ୍ଗପାଣି ଗ୍ରାମପଞ୍ଚାୟତର ସରପଞ୍ଚ ଓ ଜଣେ ୱାର୍ଡ ସଭ୍ୟ ଚଞ୍ଚକତା କରି ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରି ଅନ୍ୟ ଦୁଇ ଜଣକୁ ନୂତନ ଗାଁ ସାଥି ଭାବେ ନିୟୋଜିତ କରିଛନ୍ତି ଯାହାର ବିରୋଧରେ ଗାଁ ସାଥି ସଂଘ ପକ୍ଷରୁ ଜମନକିରା ବଜ଼ାର ପ୍ରାଙ୍ଗଣରେ ଏକ ବୈଠକ ବସିଥିଲା ଓ ବୈଠକରେ ସର୍ବସମ୍ମିତ କ୍ରମେ ଜମନକିରା ବିଡ଼ିଓ ଙ୍କୁ ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ ପାଇଁ ନିଷ୍ପତି ହୋଇଥିଲା। ଏଥିସହ ଏହାର ସମାଧାନ ସହିତ ପୁରୁଣା ଗାଁ ସାଥିଙ୍କୁ ପୁନର୍ବାର ନିୟୋଜିତ କରି ନୂତନ ଗାଁ ସାଥି ଚୟନ ପ୍ରକ୍ରିୟା ବନ୍ଦ କରିବା ପାଇଁ ଅନୁରୋଧ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ