Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

କଫ ସିରପ ସହ ଦେଶୀ ମଦ ଜବତ, ୪ କୋର୍ଟ ଚାଲାଣ

ଜମନକିରା : ଜମନକିରା ଥାନା ବଡରମା ସ୍ଥିତ ବିଶାଲପାଲି ଠାରେ ଆଜି କିଛି ଅସାମାଜିକ ଯୁବକ ବେଆଇନ ଭାବେ କଫ ସିରପ୍ ସହ ଦେଶୀ ମଦ ବିକ୍ରି କରୁଥିବା ଅଭିଯୋଗରେ ଜମନକିରା ପୋଲିସ ସଦର ଥାନା ଅନ୍ତର୍ଗତ ବହାମ ଗାଁର ରିକୁନ ସ୍ୱାଇଁ (୨୨), ଗଣପଡ଼ା ପଡ଼ିଆବହାଲ ର ମଣ୍ଟ ମାଝୀ (୨୫), କବରାପାଲି ଗାଁର ଜିତେନ୍ଦ୍ର ବାଗ (୨୫) ଏବଂ ଗମ୍ଭାରୀକଟା ଗାଁର ଅମିତ ପ୍ରଧାନ (୧୯) ପ୍ରମୁଖ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗ ହାଜତକୁ ପଠେଇ ଥିବା ନେଇ ଥାନା ଅଧିକାରୀ ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି। ଅନ୍ୟ କିଛି ଯୁବକ ଫେରାର ମାରିଥିଲେ। ସେମାନଙ୍କ ଠାରୁ ୧୦୦ ମିଲି ର ୪୦ଟି କଫ ସିରପ, ୨ ଟି ଖାଲି ପ୍ଲାଷ୍ଟିକ ବୋତଲ, ୧ଟି ବୋତଲ ମିଶା ଯାଇଥିବା ୮ ଶହ ମିଲି ଅପମିଶ୍ରଣ ତରଳ, ନିଶା ବଟିକା ଏକ ଷ୍ଟ୍ରିପ, ୪୦ ଲିଟର ଦେଶୀ ମଦ ଢୋଲ, ଗୋଟିଏ ହିରୋ ଡିଲକ୍ସ ବାଇକ ( ଓଡି ୧୫ ଡବ୍ଲୁ ୦୯୪୩), ୧ଟି ଅପୋ ମୋବାଇଲ, ୧ଟି ପୋକୋ ମୋବାଇଲ, ୧ ଟି ରେଡମି ମୋବାଇଲ, ୫ଟି ପେପର ଗ୍ଲାସ୍ ଓ ୫ ଶହ ଟଙ୍କା ଜବତ କରାଯାଇଛି। ଏନେଇ ଜମନକିରା ଥାନା କେସ ନ.୧୫୮/୨୪(୨୭୬/୨୭୭/୩(୫)/୫୨ରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରଖିଛି।
ପୋଲିସ ର ସୂଚନା ଅନୁଯାୟୀ, ଆଜି ବଡରମା ବିଶଳପାଲି ଛକ ଠାରେ କିଛି ଯୁବକ ବେଆଇନ ଭାବେ କଫ ସିରପ ଓ ଦେଶୀ ମଦ ଓ ନିଶା ବଟିକା ବିକ୍ରି କରୁଥିବା ନେଇ ବିଶ୍ଵସ୍ଥ ସୁତ୍ରୁରୁ ଖବର ପାଇ ପୋଲିସ ଚଢାଉ କରିଥିଲା। ସେଠାରେ ଥିବା କିଛି ଯୁବକ ଫେରାର ମାରିଥିବା ବେଳେ ପୋଲିସ ୪ ଜଣକୁ କାବୁ କରି ଆଜି କୋର୍ଟ ଚାଲାଣ କରିଛି।