ସ୍ତ୍ରୀ କୁ ନିର୍ଯ୍ୟାତନା ମାମଲା…ସ୍ୱାମୀ ବିରୋଧରେ  ଥାନାରେ ଦ୍ୱାରସ୍ତ ହେଲେ ମହିଳା…ଥାନା ରେ ନ୍ୟାୟ ମିଳୁନଥିବା କଲେ ଅଭିଯୋଗ…


ଲକ୍ଷ୍ମୀପୁର ୦୧ /୦୯ … ସ୍ୱାମୀ ଙ୍କ ଠାରୁ ଶାରୀରିକ ମାନସିକ ନିର୍ଯ୍ୟାତନା ପାଇ ବାରମ୍ବାର ଥାନାରେ ଦ୍ୱାରସ୍ତ ହେଲେ ଜଣେ ତିନୋଟି ସନ୍ତାନ ର ମହିଳା, କିନ୍ତୁ ଥାନା ରେ ମଧ୍ୟ ମହିଳା ଙ୍କୁ କୌଣସି ପ୍ରକାରେ ନ୍ୟାୟ ମିଳିପାରୁନାହିଁ, ତେଣୁ କୋରାପୁଟ ଏସପି ଙ୍କ ପାଖରେ ଦ୍ୱାରସ୍ତ ହେବି ବୋଲି ସୂଚାଇଛନ୍ତି ମହିଳା।
ଦିନେ ନୁହେଁ କି ମାସେ ନୁହେଁ, ଦୀର୍ଘ ୭ ବର୍ଷ ହେଲା ସ୍ୱାମୀ ଅରୁଣ କାତ୍ରିଆ ଙ୍କ ଠାରୁ ନିର୍ଯ୍ୟାତିତ ହେଉଥିବା ଅଭିଯୋଗ କରିଛନ୍ତି  ରୀନା ଟାକ୍ରୀ ନାମକ ଜଣେ  ତିନୋଟି ସନ୍ତାନ ର ମହିଳା। ନିର୍ଯ୍ୟାତିତ ହେବା ପରେ ମହିଳା ଜଣକ ଭଡା ଘରେ ରହୁଥିବା ମା ଙ୍କ ପାଖରେ ରହି ଆସୁଛନ୍ତି, କିନ୍ତୁ ସ୍ୱାମୀ ତାଙ୍କ ମା ଘରେ ଆସି ଅନେକ ସମୟରେ ମାଡ ମାରିବା ସହ ଅନେକ ପ୍ରକାର ନିର୍ଯ୍ୟାତନା ଦେଉଥିବା ରୀନା ପ୍ରକାଶ କରିଛନ୍ତୁ। ଗତ କିଛି ମାସ ତଳେ ରୀନା ରହୁଥିବା ତାଙ୍କ ମା ଘରେ ଆସି ତାଙ୍କ ଭାଇ ଙ୍କ ର ଅଟୋ ଟି ଭଙ୍ଗା ରୁଜା କରିବା ସହ ମାଡ ମାରିକି ଚାଲି ଯାଇଥିଲେ, ପୋଲିସ ଥାନାରେ ଅଭିଯୋଗ କରିବା ପରେ ମାମଲା ଟିଏ କରି ଚୁପ ବସି ରହିଲା ପୋଲିସ ବୋଲି କହିଛନ୍ତି ରୀନା, ଗତ କାଲି ମଧ୍ୟ  ଅରୁଣ ଘରେ ଆସି ୨୦ ହଜାର ଟଙ୍କା ର ମୋବାଇଲ ଟାଣି କି ନେଇଯିବା ମହିଳା ଙ୍କୁ  ମାଡ ମାରି ଘର ଉପରେ ପଥର ପକାଇ ଚାଲି ଆସିଛି ବୋଲି ଅଭିଯୋଗ କରିଛନ୍ତି ରୀନା। ଗତ କାଲି ଥାନାରେ ରୀନା ଏକ ଲିଖିତ ଅଭିଯୋଗ ଆଣିଥିଲେ, କିନ୍ତୁ ତାହାକୁ ଅଧିକାରୀ ଜଣକ ଭୁଲ ଅଛି, ପୁରୁଣା କଥା କୁ କାହିଁ କି ଵେଖିଛ କହି ଆଉ ଥରେ ଲେଖାଇ କୋହଳ ମାମଲାରେ କେସ ଦାୟର କରାଯାଇଥିବା ମହିଳା ଜଣକ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଏତେ ବର୍ଷ ହେଲା ନିର୍ଯ୍ୟାତିତ ହୋଇ ଆସୁଛି, କିନ୍ତୁ ଥାନାରେ ନ୍ୟାୟ ମିଳୁନି,ତିନି ତିନୋଟି ସନ୍ତାନ ର ମା, ମରିବାକୁ ଇଚ୍ଛା ହଉଛି, କିନ୍ତୁ ପିଲା ମାନଙ୍କ ଭବିଷ୍ୟତ କୁ ଦେଖି କୁଲି ମଜୁରୀ କରି ବଞ୍ଚିକି ରହିଛି, ତଥାପି ଗତ କିଛି ଦିନ ହେଲା ବଡ଼ ପୁଅ କୁ ତାଙ୍କ ସ୍ୱାମୀ ବିଭିନ୍ନ ପ୍ରୋଲଭନ ଦେଖାଇ ନେଇଁ ଯାଇଛି, ପୁଅ କଉଠି ଅଛି ଜଣା ପଡୁନି, ପୋଲିସ କୁ ପୁଅ ନଥିବା ସମ୍ପର୍କ ରେ ମଧ୍ୟ ଅବଗତ କରାଇଛି, କିନ୍ତୁ କିଛି ବି ଫଳପ୍ରଦ ହଉନି, ଏସପି ଙ୍କ ଦ୍ୱାରସ୍ତ ହେବା ପୂର୍ବରୁ ଗଣ ମାଧ୍ୟମ କୁ ସୂଚନା ଦେଇ ନିଜର କୋହ ଭରା କାହାଣୀ କହିଛନ୍ତି ରୀନା। ଏନେଇଁ ଲକ୍ଷ୍ମୀପୁର ଆଇ ଆଇସି ସୁଜ୍ଞାନୀ ସାହୁ ଙ୍କୁ ପଚାରିବାରୁ ମାମଲା ରୁଜୁ କରାଯାଇଛି, ଓ ତଦନ୍ତ ଜାରି ରଖା ଯାଇଥିବା କହିଛନ୍ତି, ପାରିବାରିକ କୋଳହ  ମାମଲା ତେଣୁ କିଛି ବିଳମ୍ବ ହୋଇଛି, ଲିଖିତ ଅଭିଯୋଗ ରେ ପୁରୁଣା ବିଷୟ ଉଲେଖ ଥିବା କାରଣରୁ ପରିବର୍ତନ କରି ଆଣିବାକୁ କୁହାଯାଇଥିଲା ବୋଲି ପ୍ରକାଶ କରିଛନ୍ତି। ବର୍ତ୍ତମାନ ମହିଳା ଙ୍କୁ କି ପ୍ରକାର ନ୍ୟାୟ ମିଳୁଛି ତାହା ଦେଖିବାକୁ ଅପେକ୍ଷା।