Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀରମହାରାଜପୁର ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁଦିବସ ପାଳିତ

ବୀରମହାରାଜପୁର : (ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ରେ ଗୁରୁଦିବସ ମହାସମାରୋହରେ ପାଳିତ ହୋଇଯାଇଛି ।ଏଥିରେ ମୁଖ୍ୟଅତିଥି ଭାବେ ବୀରମହାରାଜପୁର ଷ୍ଟେଟବ୍ୟାଙ୍କ ର ଶାଖା ପରିଚାଳକ ଯୋଗଦେଇ ଶିକ୍ଷକ ମାନଙ୍କର ଅବଦାନ ସମ୍ପର୍କ ରେ ଆଲୋଚନା କରିବା ସହ ସମସ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ବିଦ୍ୟାଳୟ ର ପ୍ରଧାନଶିକ୍ଷକ ନିରଞ୍ଜନ ଦାଶ ଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରମାନେ ଗୁରୁଦିବସ ଉପରେ ନିଜ ନିଜ ର ବକ୍ତବ୍ୟ ରଖିଥିଲେ । ସେହିପରି ସମସ୍ତ ସରକାରୀ ତଥା ବେସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କରେ ଆଜି ସମାରୋହରେ ଗୁରୁ ଦିବସ ପାଳିତ ହୋଇଯାଇଛି I ବୀରମହାରାଜପୁର ସ୍ଥିତ ଅରବିନ୍ଦ ଶିକ୍ଷା ଓ ଗବେସଣା କେନ୍ଦ୍ର ରେ ଆଜି ଗୁରୁ ଦିବସ ପାଳିତ ହୋଇଯାଇଛି I ଏଥିରେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ଅତିଥିଭାବେ ଯୋଗଦେଇ ଥିଲେ I ଏ ଅବସରରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀ ଉପସ୍ଥିତ ରହିଥିଲେ l