Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିଶୁଵିକାଶ ଯୋଜନା ର ଡ୍ରେସ କିଣା ଦୁର୍ନୀତି….ତଦନ୍ତ ନିର୍ଦେଶ ଦେଲେ ଉପଜିଲ୍ଲାପାଳ….

ଲକ୍ଷ୍ମୀପୁର ୦୬/୦୯ …. ଲକ୍ଷ୍ମୀପୁର ସମନ୍ୱିତ ଶିଶୁ ବିକାଶ ଯୋଜନା ତରଫରୁ ପ୍ରି ସ୍କୁଲ ଡ୍ରେସ କିଣା ରେ ଦୁର୍ନୀତି ସହ କିଛି ଅଙ୍ଗନବାଡି ବାଡ଼ି କେନ୍ଦ୍ର ରେ ବିଭାଗ ତରଫରୁ ଦିଆଯାଉଥିବା ଖାଦ୍ୟ ସାମଗ୍ରୀ ଠିକ ଭାବେ ହିତାଧିକାରୀ ପାଉନଥିବା ଶୀର୍ଷକ ଖବର ଗଣମାଧ୍ୟମ ରେ ପ୍ରକାଶିତ ହେବାପରେ ପ୍ରଶାସନ ତପ୍ତରତା ଦେଖାଇଛି। ଉପଜିଲ୍ଲାପାଳ ବେଣୁଧର ଶବର ଆଜି ଲକ୍ଷ୍ମୀପୁର ଶିଶୁ ବିଭାଗ କାର୍ଯ୍ୟାଳୟ ରେ ପହଞ୍ଚି ବିଭାଗ ର କାଗଜପତ୍ର ତଦାରଖ କରିବା ପରେ ଗଣମାଧ୍ୟମ କୁ କହିଛନ୍ତି ସମ୍ମନିତ ଶିଶୁବିଭାଗ ତରଫରୁ ଅଙ୍ଗନବାଡି କର୍ମୀ କେଉଁଠାରୁ କି ପ୍ରକାର ପ୍ରି ସ୍କୁଲ ଡ୍ରେସ କିଣିଛନ୍ତି, ଓ କେଉଁ କେଉଁ ଅଙ୍ଗନବାଡି କେନ୍ଦ୍ର ରେ ଅନିୟମିତତା ହୋଇଛି, କେଉଁ ସେଣ୍ଟର କୁ ଅଙ୍ଗନବାଡି କର୍ମୀ ସେଣ୍ଟର ଯାଉନାହାନ୍ତି, ବିଭାଗ ତରଫରୁ ଦିଆଯାଉଥିବା ସାମଗ୍ରୀ ହିତାଧିକାରୀ ଙ୍କୁ ପ୍ରଦାନ କରୁନାହାନ୍ତି ତାହାର ତଦନ୍ତ କରିବା ସକାଶେ ସିଡିପିଓ ଙ୍କୁ ନିର୍ଦେଶ ଦିଆଯାଇଥିବା କହିଛନ୍ତି।ପ୍ରକାଶ ଥାଉକି ଗତ ଦୁଇ ଦିନ ତଳେ ସମ୍ବାଦ ରେ ଡ୍ରେସ କିଣା ରେ ଅନିୟମିତତା ସହ କେନ୍ଦୁୱାଡା ଗାଁ ରେ ମହିଳା ଓ ଶିଶୁ ମାନଙ୍କୁ ଅଙ୍ଗନବାଡି କର୍ମୀ ଦ୍ୱାରା ଆବଶ୍ୟକୀୟ ସାମଗ୍ରୀ ପ୍ରଦାନ କରାଯାଉନଥିବା ଶୀର୍ଷକ ଖବର ପ୍ରକାଶିତ ହୋଇଥିଲା। ବର୍ତ୍ତମାନ ଉପଜିଲ୍ଲାପାଳ ତଦନ୍ତ ନିର୍ଦେଶ ଦେଇଛନ୍ତି କିନ୍ତୁ ଯେଉଁ ବିଭାଗର କର୍ମଚାରୀ ଙ୍କ ନାମରେ ଅଭିଯୋଗ ଆସିଛି ସେହି ବିଭାଗ ର ଅଧିକାରିଣୀ ଙ୍କୁ ତଦନ୍ତ ନିର୍ଦେଶ ଦିଆଯାଇଥିବା ବେଳେ ସେ କିପରି ଭାବେ ବିଭାଗର କର୍ମଚାରୀଙ୍କ ବିରୋଧରେ ତଦନ୍ତ କରି ରିପୋର୍ଟ ପ୍ରକାଶ କରିବେ ବୋଲି ଗଣମାଧ୍ୟମ ର ପ୍ରଶ୍ନ ର ଉତ୍ତର ରେ ଉପଜିଲ୍ଲାପାଳ କହିଛନ୍ତି ତଦନ୍ତ ରିପୋର୍ଟ ଠିକ ନା ଆସିଲେ ଅନ୍ୟ ଅଧିକାରୀଙ୍କୁ ତଦନ୍ତ କରିବା ସକାଶେ ପୁଣି ପ୍ରଦାନ କରାଯିବ ବୋଲି କହିଛନ୍ତି। ଅନ୍ୟ ପକ୍ଷରେ ଉପଜିଲ୍ଲାପାଳ ଆସିଥିବା ଖବର ଜାଣି ସୂଚନା ଆଧାର ନିୟମ ଅନୁଯାୟୀ ସୂଚନା ମାଗିଥିବା ହେମନ୍ତ କୁମାର ସାହୁ କାର୍ଯ୍ୟାଳୟ ରେ ପହଞ୍ଚି ମେଡ଼ିସିନ କିଣା ରେ ଅନିୟମିତତା ହୋଇଥିବା ନେଇଁ ସୂଚନା ମଗାଯାଇଥିଲା କିନ୍ତୁ ଭୁଲ ତଥ୍ୟ ପ୍ରଦାନ କରାଯାଇଛି ବୋଲି ଅଭିଯୋଗ କରିଥିଲେ, ତଥ୍ୟ ଭୁଲ ଥିଲେ କୋର୍ଟ ରେ ଆଶ୍ରୟ ନିଅନ୍ତୁ ବୋଲି ଉପଜିଲ୍ଲାପାଳ ହେମନ୍ତ ଙ୍କୁ ପ୍ରକାଶ କରିଥିଲେ। ବିଭାଗ ତରଫରୁ ଅନେକ ଅନିୟମିତତା ହୋଇଥିବା ଜଣାପଡୁଥିବା ବେଳେ କିପରି ତଦନ୍ତ ହଉଛି ତାହା ଦେଖିବାକୁ ଅପେକ୍ଷା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ