Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଛତୁ ପାଲଟିଲା ବିଷ, ୪ ଗୁରୁତର ଅସୁସ୍ଥ

ଗଜପତି: ଛତୁ ଖାଇବା ହେଲା କାଳ । ଜଙ୍ଗଲୀ ଛତୁ ଖାଇ ଗୋଟିଏ ପରିବାରର ୪ ଗୁରୁତର । ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଖପୁରିପଟା ଗାଁରେ । ଅସୁସ୍ଥମାନଙ୍କୁ ମୋହନା ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

ଗତକାଲି ଜଙ୍ଗଲରୁ ଛତୁ ଆଣି ପରିବାର ଲୋକେ ରୋଷେଇ କରି ଖାଇଥିଲେ । ଖାଇବାର କିଛି ସମୟ ପରେ ପରିବାରର ଜଣଙ୍କ ପରେ ଜଣଙ୍କର ବାନ୍ତି ହେବା ସହ ମୁଣ୍ଡ ଘୁରାଇବା ଆରମ୍ଭ ହୋଇଯାଇଥିଲା । ଘରେ ପ୍ରାଥମିକ ଚିକିତ୍ସା ପରେ ବି ସ୍ୱାସ୍ଥ୍ୟାବସ୍ଥାର କୌଣସି ସୁଧାର ନ ଆସିବାରୁ ସମସ୍ତଙ୍କୁ ମୋହନା ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ପ୍ରାଥମିକ ଚିକିତ୍ସା ପରେ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡ଼ିଛି । ବିଷାକ୍ତ ଛତୁ ଖାଇବା ଦ୍ୱାରା ସମସ୍ତେ ଅସୁସ୍ଥ ହୋଇଥିବା ଜଣାପଡ଼ିଛି ।

More Stories