ଆଜିଠୁ ଭୁବନେଶ୍ବରରେ ତିନି ଦିନିଆ G-20 ଶିକ୍ଷା ବୈଠକ


ଭୁବନେଶ୍ୱର: ଆଜିଠୁ ଭୁବନେଶ୍ବରରେ ହେବ G-20ର ତୃତୀୟ ଶିକ୍ଷା ବୈଠକ । ଆଜିଠୁ ତିନିଦିନ ଧରି ଅନୁଷ୍ଠିତ ହେବ ଏହି ବୈଠକ। ଏଥିରେ ୨୭ଟି ଦେଶର ୬୩ ଜଣ ପ୍ରତିନିଧି ଯୋଗଦେବେ ।

ତିନି ଦିନିଆ ବୈଠକରେ ଶିକ୍ଷାରେ ଦକ୍ଷତା ବିକାଶ, ଶିକ୍ଷାରେ ବୈଷୟିକ ଜ୍ଞାନ କୌଶଳର ବିକାଶ ବାବଦରେ ବିସ୍ତୃତ ଭାବେ ଆଲୋଚନା ହେବ । ଦକ୍ଷତା ବିକାଶ ସ୍କୁଲ ସିଲାବସରେ ସାମିଲ ହେବ । ଏବେ ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମରେ ସାମିଲ ଥିବା ବେଳେ ଷଷ୍ଠ ଶ୍ରେଣୀରୁ ଦକ୍ଷତା ବିକାଶ ପାଠ୍ୟକ୍ରମ ବି ସାମିଲ ହେବ ।