Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୀମାନ୍ତ ବର୍ତ୍ତି ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ପ୍ରତି ବିଭାଗୀୟ ଉଚ୍ଚ ଅଧିକାରୀ ଙ୍କ ବୈଇମାତ୍ରୁକ ମନଭାବ ବଦଳି ପରେ ବଦଳି ହେଉଛନ୍ତି ପ୍ରିନ୍ସପାଲ୍

ପଟ୍ଟାଙ୍ଗି୧୫/୦୯ଗ୍ରାମାଞ୍ଚଳର ଶିକ୍ଷିତ ଯୁବତୀ ଯୁବକ କିପରି ଶିଳ୍ପ ତାଲିମ ଶିକ୍ଷା ଲାଭରୁ ବଞ୍ଚିତ ଯେପରି ନହେବେ ଏହାକୁ ଦୃଷ୍ଟିରେ ରଖି ତତ୍କାଳୀନ ସରକାର ରାଜ୍ୟର ପ୍ରତ୍ୟେକ ବ୍ଲକ ସ୍ତରରେ ଶିଳ୍ପ ତାଲିମ ଅନୁଷ୍ଠାନ ସ୍ଥାପନ କରିଲେ ସତ କିନ୍ତୁ ଉକ୍ତ ଅନୁଷ୍ଠାନରେ କିପରି ସ୍ଥାଇ ପ୍ରିନ୍ସପାଲ ରହି ଶିକ୍ଷା ବ୍ୟବସ୍ଥା କୁ ତଦାରଖ କରିବେ ସେଥିପ୍ରତି ବିଭାଗୀୟ ଉଚ୍ଚ ପଦାଧିକାରୀ ଦୃଷ୍ଟି ରହୁ ନଥିବା ବେଳେ ବୈଇମାତ୍ରୁକ ମନଭାବ ବା ଇଛାଶକ୍ତି ଯୋଗୁ ଏକ ବର୍ଷ ନପୁରୁଣୁ ବଦଳି ପରେ ବଦଳି ହେଉଛନ୍ତି ଉକ୍ତ ଶିକ୍ଷା ଅନୁଷ୍ଠାନ ର ପ୍ରିନ୍ସପାଲ୍ । ଏହିପରି ଦୃଶ୍ୟ ବା ଘଟଣା ବଳୀ ଦେଖିବା କୁ ମିଳିଛି କୋରାପୁଟ ଜିଲ୍ଲାର ପଡୋଶୀ ଆନ୍ଧ୍ର ରାଜ୍ୟ ସୀମା କୁ ଲାଗି ରହିଥିବା ପଟ୍ଟାଙ୍ଗି ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ କ୍ଷେତ୍ରରେ । ସୂଚନା ମୁତାବକ ପଟ୍ଟାଙ୍ଗି ବ୍ଲକ ଏକ ଆନ୍ଧ୍ର ରାଜ୍ୟ ସୀମାନ୍ତ ବର୍ତ୍ତି ହୋଇଥିବାରୁ ବ୍ଲକର ପଞ୍ଚାୟତ ମାନଙ୍କରେ ତଥା ଗ୍ରାମାଞ୍ଚଳରେ ରହିଥିବା ଶିକ୍ଷିତ ଯୁବତୀ ଯୁବକ କିପରି ଶିଳ୍ପ ଶିକ୍ଷା ପ୍ରତିଷ୍ଠାନ ପ୍ରତି
ଆଗ୍ରହ ପ୍ରକାଶ କରିବେ ଏହି ଲକ୍ଷ୍ୟ ରଖି ୨୦୧୭ ମସିହା
ରେ ବ୍ଲକ ସଦର ମହକୁମା ସ୍ଥିତ ତଥା ନୁଆଗାଁ ପଞ୍ଚାୟତ କୁ ସଂଯୋଗ ହୋଇଥିବା ରାସ୍ତା ପାର୍ଶ୍ଵରେ ୮୦ ସିଟ୍ ବିଶିଷ୍ଟ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ସ୍ଥାପିତ ହୋଇଥିଲା । ଯେଉଁଥିରେ କି ଉକ୍ତ ଅନୁଷ୍ଠାନରେ ପ୍ରଥମ କରି ପ୍ରିନ୍ସପାଲ ଧର୍ମ ପଦ ସାମଲ ୨୦୧୭ ମେ ୧୫ ତାରିଖରେ ଦାଇତ୍ଵ ଭାର ଗ୍ରହଣ କରି ୨୦୨୩ ମେ ୦୭ ତାରିଖରେ ଅନ୍ୟତ୍ର ବଦଳି ହୋଇ ଚାଲିଗଲେ । ଏହାପରେ ସାମଲ ଙ୍କ ସ୍ଥାନରେ ନବରଙ୍ଗପୁର ଜିଲ୍ଲାରୁ ପ୍ରବୀଣ କୁମାର ପଟ୍ଟନାୟକ ୨୦୨୩ ମେ ୦୮ ତାରିଖରେ ଦାଇତ୍ଵ ଭାର ଗ୍ରହଣ କରି ସୁଚାରୁରୂପେ ଅନୁଷ୍ଠାନ କୁ ପରିଚାଳନା କରି ୧୧ ମାସ ଧରି ଦାଇତ୍ଵ ରେ ରହିଥିବା ଉକ୍ତ ପ୍ରିନ୍ସପାଲ ପଟ୍ଟନାୟକ ଙ୍କୁ ୨୦୨୪ ମାର୍ଚ୍ଚ ୧୫ ତାରିଖରେ ପୁଣି ନବରଙ୍ଗପୁର ଜିଲ୍ଲାର ପୁର୍ବ ସ୍ଥାନକୁ ବଦଳି କରି ଦିଆଗଲା ।ଏହାପରେ ସେହି ନବରଙ୍ଗପୁର ଜିଲ୍ଲାରୁ ମିଥୁନ କୁମାର କେଶରୀ ୨୦୨୪ ମାର୍ଚ୍ଚ ୧୬ ତାରିଖରେ ପୁର୍ବ ପ୍ରିନ୍ସପାଲ ପଟନାୟକ ଙ୍କ ଠାରୁ ଦାଇତ୍ଵ ଭାର ଗ୍ରହଣ କରି ନିଜର କାର୍ଯ୍ୟ କୁ ସୁରୁଖୁରୁରେ ତୁଲାଇ ଆସୁଥିବା ବେଳେ ପୁଣି ଉକ୍ତ ପ୍ରିନ୍ସପାଲ ୧୭ ଅଗଷ୍ଟ ୨୦୨୪ ରେ ସେହି ପୁର୍ବ ସ୍ଥାନ ନବରଙ୍ଗପୁର ଜିଲ୍ଲା କୁ ବଦଳି ହୋଇଗଲା । ଯାହାକି ପାଞ୍ଚ ଦିନ ପରେ ନନ୍ଦପୁର ବ୍ଲକ କୁ ପଟ୍ଟାଙ୍ଗି ରୁ ଡେପୁଟେସନ୍ ହୋଇ ଚାଲି ଯାଇଥିବା ସୈଉଦା ମିନି ସିଂ ଙ୍କୁ ପଟ୍ଟାଙ୍ଗି ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ର ପ୍ରିନ୍ସପାଲ ଦାଇତ୍ଵ ଭାର ୨୩ ଅଗଷ୍ଟ ୨୦୨୪ ରେ ପ୍ରଦାନ କରିବା ର ୨୪ ଘଣ୍ଟା ଭିତରେ ପୁଣି ଏକ ବଦଳି ନିର୍ଦ୍ଦେଶ ପ୍ରକାଶ ପାଇଥିଲା । ଯେଉଁ ଥିରେ କି ଉକ୍ତ ଭାରପ୍ରାପ୍ତ ପ୍ରିନ୍ସପାଲ ଙ୍କୁ କୋଟପାଡ ବଦଳି କରା ଯାଇଥିଲା । ଏହାପରେ ସୁଦୂର ବରଗଡ଼ ଜିଲ୍ଲାରୁ ପଟ୍ଟାଙ୍ଗି ଉକ୍ତ ଅନୁଷ୍ଠାନ କ ବଦଳି ହୋଇ ଆସିଥିବା ସୁକାନ୍ତ କୁମାର ସ୍ୱାଇଁ ଭାରପ୍ରାପ୍ତ ପ୍ରିନ୍ସପାଲ୍ ସିଂ ଙ୍କ ଠାରୁ ଦାଇତ୍ଵ ଗ୍ରହଣ କରି ବର୍ତ୍ତମାନ କାର୍ଯ୍ୟରତ ରହିଥିବା ବେଳେ ସେ ମଧ୍ୟ ଚଳିତ ମାସ ୩୦ ତାରିଖରେ ଅବସର ଗ୍ରହଣ କରିବେ ବୋଲି ଜଣାପଡିଛି । ଯାହାକି ଗତ ୦୭ ମାସ ମଧ୍ୟରେ ଦୁଇ ପ୍ରିନ୍ସପାଲ୍ ଙ୍କ ବଦଳି ସହ କାର୍ଯ୍ୟରତ ଗୋଟିଏ ପ୍ରିନ୍ସପାଲ୍ ଙ୍କ ଅବସର ଗ୍ରହଣ କରିବା ପରେ ଦୃଶ୍ୟ କୁ ନେଇ ଶିକ୍ଷା ଅନୁଷ୍ଠାନରେ ପାଠ ପଢୁଥିବା ଆଦିବାସୀ ଅଧ୍ୟୁଷିତ ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ଉପରେ ପ୍ରଶ୍ନ ଉଠୁଥିବା ସହ ଶିକ୍ଷା ଅନୁଷ୍ଠାନ ରେ କାର୍ଯ୍ୟରତ ଅନ୍ୟ କର୍ମଚାରୀ ମାନଙ୍କ ଭବିଷ୍ୟତ କୁ ନେଇ ଅନେକ କିଛି ପ୍ରଶ୍ନ ଉଠୁଛି । ଅନ୍ୟପକ୍ଷରେ ଉକ୍ତ ଅନୁଷ୍ଠାନ ଟି ଏକ ସୀମାନ୍ତ ବର୍ତ୍ତି ହୋଇଥିବା ବେଳେ ଅନୁଷ୍ଠାନରୁ ଏହିପରି ବାରମ୍ବାର ପ୍ରିନ୍ସପାଲ୍ ମାନଙ୍କ ବଦଳି କୁ ନେଇ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଶିକ୍ଷା ଅନୁଷ୍ଠାନ ରେ ରହିଥିବା ବିଦ୍ୟୁତ , ପାନୀୟ ଜଳ ପରି ଅନେକ ସମସ୍ୟା ର ସମାଧାନ ହୋଇ ପାରୁ ନଥିବା ସହ ଉକ୍ତ ତାଲିମ୍ ଅନୁଷ୍ଠାନ ସୀମାନ୍ତ ଅଞ୍ଚଳ ପାଇ ଏକ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ବିଭାଗର ଉଚ୍ଚ ପଦାଧିକାରୀଙ୍କ ମଧ୍ୟରେ ଅନୁଷ୍ଠାନ ପ୍ରତି କାହିଁକି ବୈଇମାତ୍ରୁକ ମନଭାବ
ବୋଲି ଛାତ୍ରଛାତ୍ରୀ ପ୍ରଶ୍ନ ଉଠାଇଥିବା ସହ ଏହିପରି ବାରମ୍ବାର ବଦଳି କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏହାର ସ୍ଥାଇ ପ୍ରତିକାର ନେବା ଆବଶ୍ୟକ ରହିଛି ବୋଲି ଦାବି କରିଛନ୍ତି । ଏଠାରେ ସୂଚନା ଥାଉକି ଉକ୍ତ ତାଲିମ୍ ଅନୁଷ୍ଠାନରେ ପ୍ରଥମ ଏବଂ ଦ୍ୱିତୀୟ ବର୍ଷ ପାଇଁ ୧୪୮ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ୦୭ ଜଣ ତାଲିମ୍ ଦାତା ଶିକ୍ଷକ ରହିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories