Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ର ସୁଭଦ୍ରା ଯୋଜନା ର ଶୁଭାରମ୍ଭ ର ସାମିଲ ହେଲେ ହଜାର ହଜାର ମହିଳା….. ସ୍ଵଚ୍ଚତା ହିଁ ସେବା କାର୍ଯ୍ୟକ୍ରମ ର ଶପଥ…

ଲକ୍ଷ୍ମୀପୁର ୧୮/୦୯ …. ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱର ର ପହଞ୍ଚି ସୁଭଦ୍ରା ଯୋଜନା ର ଶୁଭାରମ୍ଭ କରିଥିବା ବେଳେ  ଲକ୍ଷ୍ମୀପୁର ବ୍ଳକ ସଦର ମହକୁମା ର ଏହାର ସିଧା ପ୍ରସାରଣ ଭିସି ଜରିଆରେ ହଜାର ହଜାର ମହିଳା ଦେଖିବାକୁ ପାଇଥିଲେ ।ମିଶନ ଶକ୍ତି ଓ ସମ୍ମନିତ ଶିଶୁ ବିଭାଗ କୁ ଏହି କାର୍ଯ୍ୟକ୍ରମ ପରିଚାଳନା କରିବା ସକାଶେ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ସ୍ଥାନୀୟ ବିଡ଼ିଓ ଗୁରେଶ୍ୱର ଭୋଇ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷା ଶୁଆଇ କୁଲେସିକା ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷା ଆରତୀ କୁଲଦୀପ,  ଅତିରିକ୍ତ ଉପ ଜିଲ୍ଲା ପାଳ ସଂଯୁକ୍ତା ବାଗ , ସିଡିପିଓ ପାର୍ବତୀ ଆଚାର୍ଯ୍ୟ,ବିଜେପି ନେତା କୈଳାଶ ଚନ୍ଦ୍ର କୁଲେସିକା, ମନୋଜ ସାହୁ ଙ୍କ ସମେତ ନିର୍ବାଚିତ ଲୋକ ପ୍ରତିନିଧି ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭ ରେ ଅତିଥି ମାନଙ୍କ ଦ୍ୱାରା ପୂଜାର୍ଚନା କରାଯିବା ପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ମନୋନୀତ ହୋଇଥିବା ପ୍ରାୟ ୫୦ ରୁ ଉର୍ଧ୍ଵ ହିତାଧିକାରୀ ଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା, ପରେ ବିଭିନ୍ନ ସ୍କୁଲ ରୁ ଆସିଥିବା ଛାତ୍ରୀ ମାନେ ମଞ୍ଚ ରେ ଢେମସା ନୃତ୍ୟ ପରିବେଷଣ କରିଥିଲେ। ଢେମସା ନାଚ ର ତାଳେ ତାଳେ ମହିଳା ମାନେ ଉତ୍ସାହ ର ସହ ପ୍ରଥମ କିସ୍ତି ଟଙ୍କା ପାଇଁ ଅପେକ୍ଷା କରି ରହିଥିଲେ । ଏହି ଉପଲକ୍ଷେ ବ୍ଳକ ସଦର ରୁ ଅନେକ ମହିଳା ଭୁବନେଶ୍ୱର ର ପହଞ୍ଚି ଥିବା ବେଳେ ବ୍ଳକ ପଡିଆ ର ହେଉଥିବା କାର୍ଯ୍ୟକ୍ରମ ରେ ହଜାର ହଜାର ମହିଳା ଉପସ୍ଥିତ ରହିଥିଲେ ।ଲକ୍ଷ୍ମୀପୁର ବ୍ଳକ ରେ ମଙ୍ଗଳବାର ସୁଧା ୭ ହଜାର ରୁ ଉର୍ଧ୍ଵ ମହିଳା ସୁଭଦ୍ରା ଯୋଜନା ର ଆବେଦନ କରିଥିବା ବେଳେ ପ୍ରାୟ ୧୮୦୦ ମହିଳା ଙ୍କ ଖାତା କୁ ଏକ ଟଙ୍କା ଲେଖାଏଁ ପହଞ୍ଚିଛି, ଏମାନଙ୍କୁ ଆଜି ପୁଣି ୫ ହଜାର ଟଙ୍କା ଆକାଉଣ୍ଟ କୁ ଆସିବାର ଥିବାର ଜାଣି ମହିଳା ମାନେ  ଉତ୍ସାହର ସହ ରହିଥିଲେ । ପ୍ରଧାନ ମନ୍ତ୍ରୀ ସୁଭଦ୍ରା ଯୋଜନା ସହ ସ୍ୱଛତା ହିଁ ସେବାର କାର୍ଯ୍ୟକ୍ରମ ମଧ୍ୟ ଉଦଘାଟନ କରିଥିଲେ। ବିଶେଷ କରି ଓଡିଶା ୧୦ ବର୍ଷ ତଳେ କେନ୍ଦ୍ର ରୁ ଯେପରି ସହାୟତା ପାଉଥିଲା ବର୍ତ୍ତମାନ ସେହିତୁଳନା ର ତିନି ଗୁଣ ଅଧିକ ସହାୟତା ପାଉଥିବା ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦି କହି ଥିବା ବେଳେ ଲକ୍ଷ୍ମୀପୁର, ସିଙ୍ଗାରାମ ଟିକିରି ରେଳରାସ୍ତା ଦେଶ ପାଇଁ ସମର୍ପଣ କରାଯାଉଛି ବୋଲି କହିଥିବାରୁ ଉପସ୍ଥିତ ଲୋକେ ଉତ୍ସାହିତ ହୋଇଥିଲେ । ମିଶନ ଶକ୍ତି କୋ କୋଅରଡିନେଟର ରଜତ ବିଡ଼ିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ