Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ରେ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ….

ଲକ୍ଷ୍ମୀପୁର ୧୮/୦୯
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଠାରେ ଚଳିତ ବର୍ଷ ଦୁର୍ଗା ପୂଜା ପାଳନ ନେଇ ଏକ ପ୍ରସ୍ତୁତି ବୈଠକ  ସ୍ଥାନୀୟ ବାସନ୍ତୀ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି।  ଫ୍ରେଣ୍ଡସ ୟୁଥ୍ ଆସୋସିଏସନ୍ ର ସଭାପତି ଦେବେନ୍ଦ୍ରନାଥ ସାହୁଙ୍କ ସଭାପତିତ୍ଵରେ  ଅନୁଷ୍ଠିତ ବୈଠକ ରେ ପ୍ରଥମେ ଗତ ବର୍ଷ ଦୁର୍ଗାପୂଜାର ଆୟ ବ୍ୟୟ ର ହିସାବ ଦେବା ପରେ ଚଳିତ ବର୍ଷ କିପରି ପୂଜା ଆୟୋଜନ କରାଯିବ ସେନେଇ ଆଲୋଚନା ହୋଇଥିଲା।ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଷଷ୍ଠୀ ରୁ ପୂଜା ଆରମ୍ଭ କରାଯିବା ସହ  ରାବଣ ପୋଡ଼ିଓ ସାଂସ୍କୃତିକ କାର୍ଯ୍ୟକ୍ରମ  କରାଯିବାକୁ ନିଷ୍ପତି ନିଆ ଯାଇଥିଲା।ପ୍ରତ୍ୟକ ବର୍ଷ ଆୟ ଠାରୁ ଅଧିକ ଖର୍ଚ୍ଚ ହଉଥିବା, ବିଶେଷ ସହଯୋଗ ମିଳୁନଥିବା କାରଣରୁ ପୁରୁଣା କମିଟି ପୂଜା କରିବା ସକାଶେ  ଅମଙ୍ଗ  ପ୍ରକାଶ କରିଥିଲେ ତେଣୁ ବୈଠକ ରେ ପ୍ରଥମେ କମିଟି ରେ ଥିବା ସଦସ୍ୟ ମାନଙ୍କ ଦ୍ୱାରା ପ୍ରଥମେ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଆଦାୟ କରାଯାଇଥିଲା, ପରେ ପୂର୍ବତନ ସାଂସଦ ଝିନ ହିକକା ଙ୍କ ସହମତି କ୍ରମେ ଚଳିତ ବର୍ଷ ର ପୂଜା ପାଇଁ ପୁରୁଣା ଓ କିଛି ନୁଆଁ ସଦସ୍ୟ କୁ ନେଇଁ ଏକ ନୂତନ ଅସ୍ଥାୟୀ ପୂଜା କମିଟି ଗଠନ କରା ଯାଇଥିଲା, କମିଟିରେ ସଭାପତି ଭାବେ ଅମରେଶ ଶତପଥି ,ଉପ ସଭାପତି ଭାବେ ମନୋଜ କୁମାର ସାହୁ ,ସମ୍ପାଦକ ଭାବେ ଉମାଶଙ୍କର କର୍କରା ଓ କୋଷାଧ୍ୟକ୍ଷ ଭି. ଶ୍ରବଣ କୁମାର  ଙ୍କୁ ଚୟନ କର ଯାଇଥିଲା।କମିଟି ରେ ଉପଦେଷ୍ଟା ଭାବେ ସଂଗ୍ରାମ ବେହେରା, ପରମେଶ୍ୱର ସାହୁ, ପଞ୍ଚାନନ ଟାକ୍ରୀ,ଏକଲବ୍ୟ ଚୌଧୁରୀ,ଭି.ରାମ କ୍ରିଷ୍ଣା,ଭି.ଚାନ୍ଦୁ,ତପନ କୁମାର ସାହୁ, ଅଜସ୍ୱୀ ସାହୁ ଙ୍କୁ ଦାଇତ୍ୱ ଦିଆ ଯାଇଥିଲା।  ପୂଜାର ଆୟୋଜନ ସକାଶେ  କମିଟିର ଅନ୍ୟ  ୨୦ରୁ ଉର୍ଧ୍ଵ ସଦସ୍ୟ ମାନଙ୍କୁ ଅନ୍ୟାନ୍ୟ କମିଟି କରାଯାଇ ବିଭିନ୍ନ ପ୍ରକାରର ଦାୟିତ୍ବ ଦିଆ ଯାଇଥିଲା।ଦୁର୍ଗା ପୂଜା କିପରି ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ କରାଯିବ ସେଥି ନେଇ ଏକ ବିସ୍ତୃତ ଆଲୋଚନା କରା ଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ