ବୀରମହାରାଜପୁର କଲେଜରେ ଏଡସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ


ବୀରମହାରାଜପୁର : (ସୌମିତ୍ରି ମେହେର )
ବୀରମହାରାଜପୁର ମହାବିଦ୍ୟାଳୟର ରେଡ଼କ୍ରସ, ଜାତୀୟ ସେବା ଯୋଜନା ବୀରମହାରାଜପୁର ଚିକିତ୍ସାଳୟ ର ମିଳିତ ଆନୁକୂଲ୍ୟରେ ଏଡ଼ସ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା | ସୋମବାର ଆୟୋଜିତ ଉକ୍ତ ସଭାରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ହିମାଂଶୁ ଶେଖର ପାଢ଼ୀ ସଭାପତି ଭାବରେ ଯୋଗଦେଇ ସଚେତନତା ହିଁ ଏହି ମହାମାରୀକୁ ରୋକିପାରିବ ବୋଲି କହିଥିଲେ | ଅଧ୍ୟାପକ ବିଜୟ କୁମାର ପୁରୋହିତ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ରେଡ଼କ୍ରସ ଓ ଜାତୀୟ ସେବlଯୋଜନାର ମହତ୍ୱ ସମ୍ପର୍କରେ କହିଥିଲେ |ଅଧ୍ୟାପକ ଶିବ କୁମାର ପୁରୋହିତ ଏଡ଼ସର କାରଣ ସମ୍ପର୍କରେ କହିଥିଲେ | ସମ୍ୱନ୍ୱିତ ପରାମର୍ଶ କେନ୍ଦ୍ରର କାଉନସେଲର ନରସିଂହ ମହନ୍ତ ବିଷୟ ବିଶେଷଜ୍ଞ ଭାବରେ ଯୋଗଦେଇ ଏଡ଼ସ ରୋଗର କାରଣ , ନିରାକରଣ , ସଚେତନତା କରିବା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ | ଛାତ୍ରୀ ସୁପ୍ରିତା ମେଣ୍ଡଲି , ଶ୍ରୀୟା ମଞ୍ଜରୀ ସାହୁ , ସ୍ଵାଗତିକା ରଥ , ଛାତ୍ର ବିନୟ କୁମାର ପଣ୍ଡା ପ୍ରମୁଖ ଏହି ରୋଗର ଭୟାବହତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ | ରେଡ଼କ୍ରସ ସଂଚାଳକ ସିଦ୍ଧେଶ୍ୱର ତ୍ରିପାଠୀ ସଭା ସଂଯୋଜନା ସହିତ ଧନ୍ୟବାଦ ଅର୍ପଣ କରିଥିଲେ | ଅଧ୍ୟାପକ ମାଧବ ପଧାନ , ପ୍ରାଧ୍ୟାପିକା ଗୀତାଞ୍ଜଳୀ ପୂଜାରୀ , ଅଧ୍ୟାପିକା ସୁପ୍ରଭା ନନ୍ଦ , ନିତାରାଣୀ ପଧାନ,ଜାତୀୟ ସେବା ଯୋଜନା ସଂଚାଳିକା ଯାମିନୀ ଦାଶ ଉପସ୍ଥିତ ଥିଲେ | ଏ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗଦେଇଥିଲେ |