Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଂକ୍ରିଟ କରଣ ରାସ୍ତାରେ ଅନିୟମିତତା, ଅଭିଯୋଗ ନେଇ ବିଡ଼ିଓଙ୍କ ଦ୍ୱାରସ୍ତ ହେଲେ ଗ୍ରାମବାସୀ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ବଡମାଳ ପଂଚାୟତ ସଦର ମହକୁମାରେ ହେଉଥିବା ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଲ ମୂଲ୍ୟର କଂକ୍ରିଟ କରଣ ରାସ୍ତା କାର୍ଯ୍ୟ ଅନିୟମିତତା କୁ ନେଇ ଆଜି ବିଡ଼ିଓଙ୍କ ଦ୍ୱାରସ୍ତ ହୋଇଛନ୍ତି ଗ୍ରାମବାସୀ। ସୂଚନା ଅନୁସାରେ, ଜମନକିରା ବ୍ଲକ ବଡ଼ମାଳ ପଂଚାୟତରେ ଆର୍ଥିକ ବର୍ଷ ୨୦୨୩-୨୪ ରେ 5th SFC/CFC ଯୋଜନାରେ କଂକ୍ରିଟ କରଣ ରାସ୍ତା ନିମନ୍ତେ ୧୦ ଲକ୍ଷ୍ୟର ଟଙ୍କା ମଞ୍ଜରୁ ହୋଇଛି। ଗ୍ରାମର ଅତୀଶ ଗଳି ଠୁ ଆରମ୍ଭ କରି ଘୁନଘୋଷା ରାସ୍ତା ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ରାସ୍ତା କାର୍ଯ୍ୟରେ ଅନିୟମିତତା ହେଉଥିବା ଗ୍ରାମବାସୀ ଙ୍କ ଅଭିଯୋଗ ହେଉଛି। ରାସ୍ତା କାର୍ଯ୍ୟରେ ବାଲି, ସିମେଣ୍ଟ, ଗୋଡି ମାଟି ଠିକ ମାତ୍ରାରେ ଦିଆଯାଉ ନଥିବା ବେଳେ ସରକାରଙ୍କ ନୂତନ କାର୍ଯ୍ୟାଦେଶ ଅନୁଯାଇ ଅଣକୁଶଳୀ ଶ୍ରମିକଙ୍କୁ ୪୫୦ ଓ କୁଶଳୀ ଶ୍ରମିକଙ୍କୁ ୫୦୦ ଟଙ୍କା ଦିନ ପ୍ରତି ମଜୁରୀ ଦେବା ବଦଳରେ କେବଳ ୨୫୦ ଟଙ୍କା ଗ୍ରାମର ଠିକାଦାର ଦେଉଥିବା ଅଭିଯୋଗ ହେଉଛି। ଏହାକୁ ନେଇ ଗ୍ରାମବାସୀ ଠିକାଦାର ଭରତ ମହାକୁଳ ଙ୍କୁ ପ୍ରତିବାଦ କରିବାରୁ ଠିକାଦାର କୌଣସି ପ୍ରତିକ୍ରିୟା ଦେଉନଥିବା ଅଭିଯୋଗ କରିଛନ୍ତି l ଫଳରେ ଗ୍ରାମବାସୀ ଆଜି ଲେବର କମିଶନର ସମ୍ୱଲପୁର ଙ୍କୁ ବିଡ଼ିଓ ରୀନା ନାଏକଙ୍କ ଜରିଆରେ ଏକ ଦାବିପତ୍ର ଦେଇଛନ୍ତି l ଗ୍ରାମର ଯୁବକ ଦିଲୀପ ବଗାରଙ୍କ ଅଭିଯୋଗ ଯେ ଏହି ସିସି ରୋଡ଼ କୁ ନିର୍ବାଚନୀ ଆଚରଣ ବିଧି ଲାଗୁ ହେବା ଆଗରୁ କାମ ଆରମ୍ଭ କରିଥିଲେ କିନ୍ତୁ କୁଚିଣ୍ଡା ବିଧାୟକ ପରିବର୍ତ୍ତନ ହେଲା ପରେ ତାଙ୍କୁ ଆଉ କାମ କରିବା ପାଇଁ ଦିଆଗଲା ନାହିଁ କି ତାଙ୍କର ହେଇଥିବା ଖର୍ଚ୍ଚ ବିଷୟ ରେ ସଂପୃକ୍ତ ଠିକାଦାର ବୁଝିଲେ ନାହିଁ। ଏ ନେଇ ସେ ଜେଇ, ଏଇଇ ସୁଶ୍ରୀ ସାଲିନି ସିଂ ଙ୍କୁ ମଧ୍ୟ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ଫଳପ୍ରଦ ହୋଇନାହିଁ। ଏବେ ଗ୍ରାମବାସୀ ଙ୍କ କହିବା ଅନୁଯାଇ ଶ୍ରମିକଙ୍କୁ ସରକାରୀ ଧର୍ଯ୍ୟ ଅନୁସାରେ ଶ୍ରମ ପ୍ରଦାନ କରା ନଗଲେ ଆଗାମୀ ଦିନରେ ଜିଲ୍ଲା ଅଫିସ ଘେରାଉ କରାଯିବ।ବୋଲି ଅଭିଯୋଗ ପାଇଁ ଆସିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ