Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୋଜପୁର କଲେଜରେ ଅଭିଭାବକ ଓ ଅବିଭାବିକା ଙ୍କୁ ନେଇ ଏପାର ଆଇଡି ସଚେତନତା କାର୍ଯ୍ୟକ୍ରମ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଭୋଜପୁର ବିଛାଲାଲ ରାମ ଚନ୍ଦ୍ର ଗୁପ୍ତା ମହାବିଦ୍ୟାଳୟରେ ଅଭିଭାବକ, ଅବିଭାବିକା, ଛାତ୍ରୀ ଛାତ୍ରଙ୍କୁ ନେଇ ଏପାର ଆଇଡି ସଚେତନତା କାର୍ଯ୍ୟକ୍ରମ କଲେଜ ଅଧ୍ୟକ୍ଷ ପ୍ରତାପ ମହାକୁଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମ୍ମାନୀୟ ଅତିଥି ଭାବେ ସମ୍ବଲପୁର ଜିଲ୍ଲା ରାଜ୍ୟ ସାମ୍ବାଦିକ ସଂଘ (ଏସୟୁଜେ) ସଭାପତି ରବୀନ୍ଦ୍ର ପ୍ରସାଦ ଦାନୀ ଯୋଗଦେଇ ଏପାର୍ ଆଇଡି କାର୍ଡ ନେଇ ନିଜସ୍ଵ ବକ୍ତବ୍ୟ ପ୍ରଦାନ କରିଥିଲେ। ଆଧାର କାର୍ଡ, ଭୋଟର କାର୍ଡ, ଡ୍ରାଇବିଂ ଲାଇସେନ୍ସ, ପାସପୋର୍ଟ ରେ ଯେପରି ଆମର ପରିଚୟ ମିଳିଥାଏ। ସେହିପରି ଏହି ଇପାର କାର୍ଡ ମାଧ୍ୟମରେ ଛାତ୍ରୀ ଛାତ୍ର ମାନେ ନିଜର ଶିକ୍ଷା ସମନ୍ଧୀୟ ସମସ୍ତ ତଥ୍ୟ କାର୍ଡ ରେ ପାଇ ପାରିବେ। ଏଥିସହ ଯେଉଁଠାରେ ବି ସେମାନେ ପାଠ ପଢିବା କିମ୍ବା ଚାକିରି ପାଇଁ ଆବେଦନ କରିବେ।ସେଠାରେ ସବୁ ତଥ୍ୟ ଏହି କାର୍ଡ ମାଧ୍ୟମରେ ମିଳିପାରିବ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଅଧ୍ୟାପକ ଘାସିରାମ ବାରିକ, ଜନ୍ମଞ୍ଜୟ କୁମୁରା, ତପନ କୁମାର ଜୟପୁରୀୟା, ସୁବାଶିନି ଶତପଥି ଏବଂ ଅନିତା ପଟେଲ ପ୍ରମୁଖ ମଞ୍ଚାଷିନ ଥିଲେ। ଏଥିରେ ୩ ଶହରୁ ଅଧିକ ଛାତ୍ରୀ ଛାତ୍ର, ଅଭିଭାବକ ଅବିଭବିକା ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ