Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ( ଓଷ୍ଟା)ର ବ୍ଲକ ସ୍ତରୀୟ କର୍ମକର୍ତ୍ତା ଗଠିତ

ବୀରମହାରାଜପୁର : (ସୌମିତ୍ରି ମେହେର) ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା )ବ୍ଲକ ସ୍ତରୀୟ କର୍ମକର୍ତ୍ତା ଚୟନ କରାଯାଇଛି । ବୀରମହାରାଜପୁର ବ୍ଲକ ଜଟେସିଂହା, ଉଚ୍ଚ ବିଦ୍ୟାଳୟ ରେ ଓଷ୍ଟା ତରଫରୁ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ରେ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ର ଶିକ୍ଷକ ମାନେ ଉପସ୍ଥିତ ଥିଲେ । ପୂର୍ବତନ ବ୍ଲକ ସମ୍ପାଦକ, ସଭାପତି ଙ୍କ ଉପସ୍ଥିତି ରେ ସୁବଳୟା ଉଚ୍ଚ ବିଦ୍ୟାଳୟ ର ସଂସ୍କୃତ ଶିକ୍ଷକ ଚନ୍ଦ୍ରମଣି ବାଘ ଙ୍କୁ ସଭାପତି ଭାବେ ସର୍ବ ସମ୍ମତି କ୍ରମେ ମନୋଜ କରାଯାଇଥିଲା l ରଘୁନାଥ ଉଚ୍ଚ ବିଦ୍ୟାଳୟ ସହକାରୀ ଶିକ୍ଷକ ସଚ୍ଚିଦାନନ୍ଦ ବେରିହା ଓ ପ୍ରତିଭା ବେଦବାକ ଉପସଭାପତି , ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠ, କେନଝିରିଆପାଲି ପ୍ରଧାନ ଶିକ୍ଷକ ବ୍ରଜମୋହନ ବାରିକ ସମ୍ପାଦକ, ଶାନ୍ତନୁ ମହାକୁର, ମଞ୍ଜୁଲତା ଜଗଦଲା ସହ ସମ୍ପାଦକ ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ କୁମାର ରଥ, ବୈକୁଣ୍ଠ ନାୟକ, ରାଜ୍ୟ ପରିଷଦ ସଭ୍ୟ ଭଞ୍ଜ କୁମାର ରାୟ ଙ୍କୁ ମନୋନୀତ କରାଗଲା । ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ବ୍ଲକ ସମ୍ପାଦକ ଜଟେ ସିଂହା ପ୍ରଧାନ ଶିକ୍ଷକ ତ୍ରିପୁରାରୀ ରଥ ଉପସ୍ଥିତ ଥିଲେ I ଉକ୍ତ କାର୍ଯ୍ୟକ୍ରମ ରେ ୨୦୨୪ ମସିହାରେ ଚାକିରୀରୂ ଅବସର ନେଇଥିବା ଶିକ୍ଷକ ମାନଙ୍କୁ ଓଷ୍ଟl ତରଫରୁ ଇନ୍ଦିରା ଗାନ୍ଧୀ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଅଖୋଜ କୁମାର ପଧାନ ସହକାରୀ ଶିକ୍ଷକ ଉଜ୍ୱଳ ଚନ୍ଦ୍ର ପଧାନ, ନାରାୟଣ ରଥ ଜଟେସିଂଘା ଉଚ୍ଚ ବିଦ୍ୟାଳୟ ର ସହକାରୀ ଶିକ୍ଷକ ଲଳେନ୍ଦ୍ର ତ୍ରିପାଠୀ ବାଗବର ଉଚ୍ଚ ବିଦ୍ୟାଳୟ ର ସହକାରୀ ଶିକ୍ଷକ ଲମ୍ବୋଦର ପଧାନ ଏବଂ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅଞ୍ଜଳି ମିଶ୍ର ଙ୍କୁ ସମ୍ମାନୀତ କରାଯାଇଥିଲା l