Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କୁକମ ଗ୍ରାମକୁ ସମ୍ପୂର୍ଣ୍ଣ ନିଶା ମୁକ୍ତ ନେଇ ସଚେତନତା ସଭା ଓ ଶୋଭାଯାତ୍ରା.. ନ ମାନିଲେ ଦେବେ ଅର୍ଥଦଣ୍ଡ

ଜମନକିରା: କୁଚିଣ୍ଡା ବ୍ଲକ ସ୍ଥିତ କୁସୁମୀ ଜମନକିରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ କୁକମ ଗ୍ରାମକୁ ନିଶା ମୁକ୍ତ କରିବାକୁ ଆଜି ମକର ଯାତ୍ରା ମଣ୍ଡପରେ ସମସ୍ତ ଗ୍ରାମବାସୀଙ୍କ ସହ ୧୧ ଗୋଟି ମହିଳା ସ୍ଵୟଂ ସହାୟକ ଗୋଷ୍ଟିର ସଭ୍ୟା ଓ ପଞ୍ଚାୟତରାଜ ପ୍ରତିନିଧି ଗଣ ହାତ ଉଠାଇ ଶପଥ ନେଇଛନ୍ତି। ଏହି ଉପଲକ୍ଷେ ଓଡ଼ିଶା ନିଶା ନିବାରଣ ଅଭିଯାନ କୁଚିଣ୍ଡା ଉପଖଣ୍ଡ ଶାଖା ସଭାପତି କରୁଣାକର କିଶାନଙ୍କ ସଭାପତିତ୍ବ କରିଥିବା ବେଳେ ଗ୍ରାମ୍ୟ କମିଟି ସଭାପତି ରାଜେନ୍ଦ୍ର ସାହୁଙ୍କ ପରିଚାଳନା କରିଥିଲେ। ଆୟୋଜିତ ସଚେତନତା ସଭାରେ ନିଶା ନିବାରଣ ଅଭିଯାନର ଜିଲ୍ଲା ସଭାପତି ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ନିଶାର ଅପକାରିତା ସଂପର୍କରେ ବିଭିନ୍ନ ଉଦାହରଣ ଦେଇ ବୁଝାଇଥିଲେ। ପରେ ଉପସ୍ଥିତ ଶତାଧିକ ଗ୍ରାମବାସୀଙ୍କୁ ଗ୍ରାମ ଓ ପଞ୍ଚାୟତକୁ ନିଶା ମୁକ୍ତ କରିବାକୁ ଶପଥ ପାଠ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କିଶାନ ସମାଜ ଆଞ୍ଚଳିକ ଗୁଡ଼ି ସମ୍ପାଦକ ଲକ୍ଷ୍ମଣ କିଶାନ, ଗ୍ରାମର ଗୌନ୍ତିଆ ଜୟପ୍ରକାଶ ନାୟକ, ଏମବିକେ ରଞ୍ଜିତା ରଣା, ଚାଇଲ୍ଡ ଲାଇନ ଟିମ୍ ମେମ୍ବର ସୁଶ୍ରୀ ମିଲି ବାଦି, ୱାର୍ଡ ସଭ୍ୟା ସଂଯୁକ୍ତା କିଶାନ, ଶାନ୍ତିଲତା କିଶାନ ପ୍ରମୁଖ ଭାଷଣ ଦେଇ ଗ୍ରାମକୁ ନିଶା ମୁକ୍ତ କରିବାକୁ ବିଭିନ୍ନ ପ୍ରସ୍ତାବ ଦେଇଥିଲେ। ଏହାପରେ ନିଶା ନିବାରଣ କାର୍ଯ୍ୟକ୍ରମରେ ଆକୃଷ୍ଟ ହୋଇ ନିଶା ତ୍ୟାଗ କରିଥିବା ସ୍ଵେଚ୍ଛା ସେବୀ ଯୁବକ ସଞ୍ଜୟ ନାୟକ, ଗ୍ରାମ୍ୟ କମିଟି ସମ୍ପାଦକ ଛବିଳ କିଶାନ, ମିଶ୍ର କିଶାନ, ଧନେଶ୍ଵର କିଶାନ ପ୍ରମୁଖଙ୍କ ନେତୃତ୍ୱରେ ଏକ ଜନ ସଚେତନତା ଶୋଭାଯାତ୍ରା କରାଯାଇଥିଲା। ପୂର୍ବ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ପ୍ରସ୍ତାବ ଅନୁଯାୟୀ ଗ୍ରାମରେ ସମସ୍ତ ବେନିୟମ ନିଶା ବିକ୍ରୟ କୁ ବନ୍ଦ କରିବା ସହ ସଂକଳ୍ପ ନିଆଯାଇଥିବା ନିୟମ କୁ ଯିଏ ନ ମାନିବ ତାଙ୍କୁ ପାଞ୍ଚ ହଜାର କିମ୍ବା ତଦୁର୍ଦ୍ଧ ଜୋରିମାନା କରାଯିବା ପ୍ରସ୍ତାବକୁ ଗ୍ରହଣ କରାଯାଇଥିଲା। ଶେଷରେ ୱାର୍ଡ ସଭ୍ୟା ଶ୍ରୀମତୀ କିଶାନ ଧନ୍ୟବାଦ ଅର୍ପଣ କରିଥିଲେ। ଆଗାମୀ ଏକ ମାସ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ କୁ ସମୀକ୍ଷା କରିବା ପାଇଁ ପ୍ରତ୍ୟେକ ସପ୍ତାହରେ ବୈଠକ କରିବା ଓ ପରେ ମାସିକ ବୈଠକ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।