Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ” ସୁରଭି ” ୨୦୨୪ ଉଦଯାପିତ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ସଦର ମହକୁମା ସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଆଜି ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ” ସୁରଭି ” ୨୦୨୪ ଉଦଯାପିତ ହୋଇଯାଇଛି। ଉଦଘାଟନୀ ମହୋତ୍ସବରେ ମୂଖ୍ୟଅତିଥି ଭାବେ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ମନ୍ତ୍ରୀ ରବି ନାରାୟଣ ନାୟକ ଯୋଗଦେଇ ଛାତ୍ରୀ ଛାତ୍ରଙ୍କୁ ଧର୍ମପଦ ଓ ଏକଲବ୍ୟ ଙ୍କ ଉଦାହରଣ ଦେଇ ତୁମ୍ଭେ ମାନେ ମଧ୍ୟ ଦୃଢ଼ ଶକ୍ତି ବଳରେ ସେହିପରି ହୋଇ ପାରିବ ବୋଲି ନିଜ ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିଥିଲେ। ମୁଖ୍ୟବକ୍ତା ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଆଶ୍ରିତ ଭୋଇ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଗୋଷ୍ଟି ଶିକ୍ଷା ଅଧିକାରୀ ରୁକ୍ମଣ ପ୍ରଧାନ ଯୋଗଦେଇ ଛାତ୍ରୀ ଛାତ୍ରଙ୍କୁ ପାଠ ପଢିବା ସହ ବିନା ଦ୍ବିଧାରେ ନିଜସ୍ଵ ଲୁକ୍କାୟତ ପ୍ରତିଭା କୁ ବିକାଶ କଲେ ଜୀବନରେ ବଡ ମଣିଷ ହେବ ବୋଲି କହିଥିଲେ। ଷଣ୍ଢପଥର ସରକାରୀ ସ୍କୁଲର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ଜଗତ ମଞ୍ଚ ପରିଚାଳନା କରିଥିବା ବେଳେ ସିଆରସି ଶ୍ରୀକାନ୍ତ ପଟେଲ ବ୍ଲକ ଶିକ୍ଷା ଦିଗରେ ଥିବା ବିଭିନ୍ନ ସମସ୍ୟା ନେଇ ମନ୍ତ୍ରୀଙ୍କୁ ଅବଗତ କରିଥିଲେ। ଏଥିରେ ରଚନା, ନାଚ, ବାତ୍କୃତା, ପେଣ୍ଟିଂ, ଡ୍ରଇଂ, ମଧ୍ୟାହ୍ନ ଭୋଜନ ସମ୍ପର୍କିତ ଆର୍ଟ ଏବଂ କ୍ରାଫ୍ଟ, ଦିକ୍ଟେସନ, ହସ୍ତ ଲିଖନ, ସଙ୍ଗୀତ ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଜମନକିରା ବ୍ଲକ ଅନ୍ତର୍ଗତ ୧୯ ଟି କ୍ଲଷ୍ଟର ରୁ ମୋଟ ୪ ଶହ ୫୦ ଜଣ ଛାତ୍ରୀ ଛାତ୍ର ଯୋଗ ଦେଇଥିଲେ। ସେହିପରି ଉଦଯାପନୀ ମହୋତ୍ସବରେ ଅତିରିକ୍ତ ଶିକ୍ଷା ଗୋଷ୍ଠୀ ଅଧିକାରୀ ସୁଶ୍ରୀ ଦେବକୀ ନାଏକ ଅଧ୍ୟକ୍ଷତା କରୁଥିବା ବେଳେ ମୁଖ୍ୟଅତିଥି ଭାବେ ବିଡ଼ିଓ ସୁଶ୍ରୀ ରୀନା ନାଏକ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ତହସିଲଦାର ହରେକୃଷ୍ଣ ବରିହା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ବେହେରା ଯୋଗ ଦେଇଥିଲେ। ମଞ୍ଚ ପରିଚାଳନା ପ୍ରଧାନ ଶିକ୍ଷକ ଶ୍ରୀ ଜଗତ ପରିଚାଳନା କରିଥିବା ବେଳେ ଶେଷରେ ଶ୍ରୀ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ମୋଟ ୨୦ ଟି ନୃତ୍ୟ ପରିବେଷଣ ହୋଇଥିବା ବେଳେ ପ୍ରଥମ ସ୍ଥାନ ଟିକିଳିପଡ଼ା ହୋଇଥିବା ବେଳେ ଦ୍ଵିତୀୟ ସ୍ଥାନ ଭୋଜପୁର ହୋଇଥିଲେ। ତୃତୀୟ ସ୍ଥାନ ବଡରମା ବନଦୂର୍ଗା ସ୍କୁଲ ହୋଇଥିଲେ। ବିତର୍କ ପ୍ରତିଯୋଗିତାରେ ଆଦ୍ୟାଶା ମହାକୁଲ ପ୍ରଥମ ସ୍ଥାନ ହାସଲ କରିଥିଲେ। ଆଜି ଏହି କାର୍ଯ୍ୟକ୍ରମ ପୂର୍ବାହ୍ନ ସାଢ଼େ ୧୦ ଟା ରେ ଆରମ୍ଭ ହୋଇ ରାତି ୮ ଟା ପର୍ଯ୍ୟନ୍ତ ଚାଲିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ