Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଡ଼ ପିଟ୍ ଅଭିଯୋଗରେ ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ, ଦୁଇଟି ମାମଲା ରୁଜୁ

ଜମନକିରା : ଜମନକିରା ଥାନା ସଦର ମହକୁମାରେ ଗତକାଲି ମାଡ଼ ପିଟ ଅଭିଯୋଗରେ ଉଭୟ ଆଡୁ ୨ ମାମଲା ରୁଜୁ ହୋଇଛି। ଦୁଇ ଅଭିଯୁକ୍ତ ଙ୍କ ନାଁ ରେ ଦୁଇଟି ମାମଲା ରୁଜୁ କରି ଉଭୟ ଙ୍କୁ କୋର୍ଟ ଚାଲାଣ କରାଯାଇଛି। ତେବେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗ କୋର୍ଟ ହାଜତକୁ ପଠାଇ ଦିଆଯାଇଛି। ଏନେଇ ଅଧିକ ତଦନ୍ତ ଚାଲିଥିବା ନେଇ ଥାନା ଅଧିକାରୀ ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି।
ପୋଲିସର ସୂଚନା ଅନୁଯାୟୀ ଗତକାଲି ସାଢେ଼ ୧ ଟା ସମୟରେ ଜମନକିରା ମୁଖ୍ୟ ଛକରେ କୌଣସି କାରଣ ବଶତଃ ଜଗନ୍ନାଥପଡ଼ାର ଲିଗନ୍ ନାଏକ ଓରଫ ଗାମଲ୍ (୩୦) ସହ ହନୁମାନପଡ଼ାର ସନ୍ଦୀପ ପଲେଇ (୩୪) ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉଭୟ ମାରପିଟ କରିବା ସହ ଲହୁ ଲୁହାଣ କରି ପକାଇଥିଲେ। ଏଥିସହ ଉଭୟେ ଉଭୟଙ୍କୁ ଜୀବନରେ ମାରି ଦେବା ପାଇଁ ଧମକ ପୂର୍ଣ୍ଣ ଚେତାବନୀ ଦେଇଥିଲେ। ଏଥି ପାଇଁ ଉଭୟ ପଟୁ ଦୁଇଟି ଜମନକିରା ଥାନାରେ ମାମଲା ପୋଲିସ ରୁଜୁ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ