Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରକ୍ତ ଦାନ କରି ଜୀବନ ବଞ୍ଚାଇଲେ ଯୁବକ ସଂଘ ସଦସ୍ୟ ।

କଳାହାଣ୍ଡି:୦୫/୧୦
ରିପୋର୍ଟ-ସନତ କୁମାର ପ୍ରଧାନୀ
ରକ୍ତ ଦାନ କରି ଜୀବନ ବଞ୍ଚାଇଛନ୍ତି ଦନ୍ତେଶ୍ୱରୀ ଯୁବକ ସଂଘ ସଦସ୍ୟ। ସୂଚନା ଅନୁସାରେ ଭଇଁରିପାଲି ଗ୍ରାମର ମଦନ ରାଉତ ନିଜ ସ୍ତ୍ରୀ ବୈଦେହି ରାଉତ (୨୭) ଙ୍କୁ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହୋମୋଗ୍ଲୋବିନ ୫ ପଏଣ୍ଟ ଥିବା ଯୋଗୁଁ ଚିକିତ୍ସାରେ ସମସ୍ୟା ଦେଖା ଦେଇଥିଲା। ଚିକିତ୍ସା ପାଇଁ B+ ରକ୍ତର ଆବଶ୍ୟକତା ଥିଲା। ମଦନ ରକ୍ତ ଟିକିଏ ଯୋଗାଡ଼ କରିବା ପାଇଁ ଘୁରି ବୁଲୁଥିବା ବେଳେ ଖବର ପାଇ ସାଙ୍ଗେ ସାଙ୍ଗେ ଦଣ୍ଡପାଟ ଅଞ୍ଚଳ ଦନ୍ତେଶ୍ୱରୀ ଯୁବକ ସଂଘ ବେହେରାର ସଦସ୍ୟ ମାନେ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାରେ ପହଞ୍ଚି ଯାଇଥିଲେ। ସଂଘର ସଦସ୍ୟ ତନୋଜ କୁମାର ନାଏକ (ସାହିଲ) ଉକ୍ତ ମହିଳାଙ୍କୁ ରକ୍ତ ଦାନ କରି ଜୀବନ ବଞ୍ଚାଇ ଥିଲେ। ରକ୍ତ ଦାନ ସମୟରେ ଯୁବକ ସଂଘର ସଭାପତି କିରଣ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ଉପ ସଭାପତି ଅନନ୍ତ ପଟେଲ,ସମ୍ପାଦକ ଗଗନ ନାଏକ, ସହ ସମ୍ପାଦକ ଜିତ୍ ନାଏକ, କୋଷାଧ୍ୟକ୍ଷ ଟଙ୍କଧର ରଣା, ସଦସ୍ୟ ଭାଗିରଥି ପଟେଲ, ବିରନ ନାଏକ, କ୍ଷୀରୋଦ ନାଏକ, ଦିଲୀପ ପଟେଲ, ରଶ୍ମୀ ନାଏକ, ହୁକିମ୍ ବିଶି, ରିଙ୍କୁ ବିଶି, ବୀର ଗୋପାଲ ପ୍ରମୁଖ ଉପସ୍ଥିତ ରହିଥିଲେ। ଯୁବକ ସଂଘର ଏପରି ଏକ ମହତ୍ କାର୍ଯ୍ୟକୁ ମହିଳାଙ୍କ ପରିବାର ସହିତ ବିଭିନ୍ନ ମହଲରୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି।