Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା କୃଷି ସମବାୟ ସମିତିର ନୂତନ କାର୍ଯ୍ୟାଳୟ ଉଦଘାଟିତ

କଳାହାଣ୍ଡି:୦୯/୧୦
ରିପୋର୍ଟ-ସନତ ପ୍ରଧାନୀ
କୋକସରା ବ୍ଲକ ପ୍ରାଥମିକ କୃଷି ସମବାୟ ସମିତିର ନୂତନ ନିର୍ମିତ କାର୍ଯ୍ୟାଳୟ ବୁଧବାର ଦିନ ଉଦଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମ ରେ କୃଷି ସମବାୟ ସମିତିର ସଭାପତି କିଶୋର ଚନ୍ଦ୍ର ପ୍ରଧାନୀ ଙ୍କ ସଭାପତିତ୍ୱ ରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ଉପ ନିବନ୍ଧକ ସମବାୟ ସମିତି ସମୂହ ପ୍ରମୋଦ କୁମାର ସାହୁ, କେନ୍ଦ୍ର ସମବାୟ ସମିତି ବ୍ୟାଙ୍କ ପରିଚାଳକ ଇନ୍ଦ୍ରମଣି ଧଙ୍ଗଡା ମାଝୀ ପ୍ରମୁଖ ଉଦଘାଟନି ସମାରୋହ ରେ ଉପସ୍ଥିତ ରହିଥିଲେ। ଏହି ଅବସରରେ ବିଧାୟକ ଉପସ୍ଥିତ କୃଷି ସମବାୟ ସମିତିର ଡ଼ାଇରେକ୍ଟର ଓ କର୍ମଚାରୀ ଙ୍କୁ ଚାଷୀ ଙ୍କ ସହ ଉତ୍ତମ ସମ୍ପର୍କ ରଖି ସେମାନଙ୍କ ସୁବିଧା ଅସୁବିଧା ରେ ସଠିକ ସହାୟତା ଓ ପରାମର୍ଶ ଦେବାକୁ କହିଥିଲେ। କାର୍ଯ୍ୟକ୍ରମ କୁ କୃଷି ସମବାୟ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିରଞ୍ଜନ ପ୍ରସାଦ ବାଗ ମଞ୍ଚ ପରିଚାଳନା କରିଥିଲେ। ଏହି ଉଦଘାଟନ ଅବସରରେ ଚାଷୀନେତା ଶିବ ପ୍ରସାଦ ପ୍ରଧାନୀ,ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ବାଗ, କୃଷି ସମବାୟ ର ଡ଼ାଇରେକ୍ଟର ଜୟଲାଲ ନାଏକ, ମୁକ୍ତେଶ୍ଵର ନାଏକ, କ୍ଷୀରସିନ୍ଧୁ ପ୍ରଧାନୀ,ବିଜେପି ନେତା ହରେକୃଷ୍ଣ ପଣ୍ଡା,ଦୁର୍ଗା ପ୍ରସାଦ ପ୍ରଧାନୀ, ତ୍ରିନାଥ ଶବର,ଗୋପାଳ ଅଗ୍ରୱାଲ, ଲକ୍ଷ୍ମୀ ନାରାୟଣ ପ୍ରଧାନୀ,ଶିଶୁଦେଵ ମୁଣ୍ଡ, ସୁଶିଲ ପାଢ଼ୀ, ଶାରଳା ପ୍ରସାଦ ପ୍ରଧାନୀ ସମେତ ସମବାୟ ସମିତିର କର୍ମଚାରୀ ବିକାଶ ପଣ୍ଡା,ରଞ୍ଜନ ପାଣିଗ୍ରାହୀ,ପଦ୍ମନ ବାଗ, ଧନଞ୍ଜୟ ବେହେରା ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ।