Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଁ ସର୍ବମଙ୍ଗଳାଙ୍କ ଛତର ଯାତ୍ରା,ଛତର ରୂପେ ଦର୍ଶନ ଦେଲେ ମା, ଉତ୍ସବ ମୁଖର ଚିଲିଗୁଡା ଗ୍ରାମ।

କଳାହାଣ୍ଡି:୦୯/୧୦
ରିପୋର୍ଟ-ସନତ ପ୍ରଧାନୀ
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଚିଲିଗୁଡା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ସର୍ବମଙ୍ଗଳା ଙ୍କ ବାର୍ଷିକ ଛତରଯାତ୍ରା ମହୋତ୍ସବ ମଙ୍ଗଳବାର ଦିନ ମହା ସମାରୋହରେ ପାଳିତ ହୋଇଯାଇଛି । ମା ଙ୍କ ଛତର ଯାତ୍ରା ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ, ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ ଉପସ୍ଥିତ ରହିଥିଲେ। ପୂର୍ବ ପରମ୍ପରା ଅନୁଯାୟୀ ସୋମବାର ମଧ୍ୟରାତ୍ରୀରେ ଦେବୀଙ୍କ ଛତର ମନ୍ଦିରରୁ ବାହାରି ଗାଁ ଗୌନ୍ତିଆ ବିନୋଦ ବିହାରୀ ସିଂ ଘରକୁ ଆସିଥାନ୍ତି । ପୁଣି ତା ପରଦିନ ମଙ୍ଗଳବାର ଦିନ ଦେବୀଙ୍କ ପ୍ରତିମା ଛତର ରୂପରେ ଗୌନ୍ତିଆ ଙ୍କ ଘରେ ପୂଜାର୍ଚ୍ଚନା ପରେ ମନ୍ଦିର ଅଭିମୂଖେ ବାହାରିଥାନ୍ତି । ଗାଁ ଗୌନ୍ତିଆ ବିନୋଦ ବିହାରୀ ସିଂଙ୍କ ଘରୁ ଦେବୀଙ୍କ ଛତର ଦିନ ୧୧ ଘଣ୍ଟା ସମୟରେ ବାହାରିବା ପରେ ନଗର ପରିକ୍ରମା କରି ଅପରାହ୍ନ ୨ ଘଣ୍ଟା ସମୟରେ ମୁଖ୍ୟମନ୍ଦିର ରେ ପହଞ୍ଚିଥିଲା।ଦେବୀଙ୍କ ଛତର ବାହାରିବା ପରେ ବିଭିନ୍ନ ସାଂସ୍କୃତିକ ଦଳ ର କଳାକାର ମାନେ ନିଜର କଳା ପ୍ରଦର୍ଶନ ପୂର୍ବକ ନାଚଗୀତ ରେ ମା ଙ୍କ ଛତର କୁ ପାଛୋଟି ନେଇ ମୁଖ୍ୟ ମନ୍ଦିର ପର୍ଯ୍ୟନ୍ତ ପହଞ୍ଚାଇଥାଆନ୍ତି। ଛତର ଯାତ୍ରା ସମୟରେ ଗ୍ରାମ ର ରାସ୍ତା ର ଦୁଇକଡ଼ ରେ ଶତାଧିକ ମହିଳା ମାନେ ରାସ୍ତା କଡରେ ଠିଆ ହୋଇ ଧୂପ,ଦୀପ,ନଡିଆ ଭାଙ୍ଗି ପୁଜା କରିଥିଲେ । ମନ୍ଦିର କୁ ପହଞ୍ଚିଥିଲା।ଛତର ପୀଠକୁ ପହଞ୍ଚିବା ପରେ ଦେବୀ ଙ୍କ ମୁଖ୍ୟ ପୂଜକ ପୂଜାର୍ଚ୍ଚନା କରିବା ପରେ ଶ୍ରଦ୍ଧାଳୁ ମାନେ ଦର୍ଶନ କରିଥିଲେ। ମା ଙ୍କ ନିକଟରେ ଶତାଧିକ ଅପୁତ୍ରୀକ ମହିଳାମାନେ ପୁତ୍ର ସନ୍ତାନ ପାଇଁ ମା ଙ୍କ ନିକଟରେ ଗୁହାରୀ କରିଥିଲେ । ବିବାହିତ ଅପୁତ୍ରୀକ ମହିଳା ମାନଙ୍କୁ ଗର୍ଭଧାରଣ ସମସ୍ୟା ଦୁର କରିବାରେ ଦେବୀଙ୍କ ପ୍ରମୁଖ ଭୁମିକା ରହିଥିବା ବିଶ୍ୱାସ ଅବାହମାନନ କାଳରୁ ଚାଲି ଆସିଛି । ଯାହାରି ଫଳରେ ଶହଶହ ଅପୁତ୍ରିକ ମହିଳା ଦେବୀଙ୍କ ଠାରୁ ଆଶିର୍ବାଦ ନେବାକୁ ଆସିଥିଲେ ବୋଲି ଦେବୀ ପୂଜକ ମନ୍ଦର ପୁଝାରୀ ଓ ମହିଳା ଭକ୍ତମାନେ ପ୍ରକାଶ କରିଥିଲେ।ଛତର ଯାତ୍ରାର ପୂଜା କାର୍ଯ୍ୟକ୍ରମ ସମପାନ ହେବା ପରେ ମଙ୍ଗଳବାର ନିଶା ରାତ୍ରୀରେ ମା ସର୍ବ ମଙ୍ଗଳା ଙ୍କ ପୀଠରେ ବଳି ପ୍ରକ୍ରିୟା ଆରମ୍ଭ ହୋଇଥିଲା।ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶତାଧିକ ଭକ୍ତ ଓ ମାନସିକଧାରୀ ମାନେ ନିଜ ନିଜର ମାନସିକ ପୂରଣ ସକାଶେ ଦେବୀଙ୍କୁ ଶୁକ୍ଳ ଭୋଗ ସହ ନିଶାର୍ଦ୍ଧରେ ଭୋଗ ଚଢାଇଥିଲେ । ଛତର ଯାତ୍ରା ପାଇଁ ଚଲଚଞ୍ଚଳ ହୋଇ ପଡ଼ିଥିଲା ଚିଲିଗୁଡା ଗ୍ରାମ। ଏହି ଅବସରରେ ରାତିରେ ଦର୍ଶକ ଙ୍କ ମନୋରଞ୍ଜନ ପାଇଁ ନାଟକ ଓ ଘୁମୁରା ପ୍ରତିଯୋଗୀତା ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମ କୁ କମିଟି ର ସଭାପତି ଧର୍ମୁ ନାଗ, ସମ୍ପାଦକ ସୁଧୀର ନିଆଳ,କୋଷାଧ୍ୟକ୍ଷ ଜିତେନ୍ଦ୍ର କୁମାର ନିଆଳ, ଉପଦେଷ୍ଟା କମିଟି ରୁ ଧନେଶ୍ୱର ଗୋପାଳ,ଦୈତାରି ବାରିକ, କୃପା ବେମାଲ, ଅଭିମନ୍ୟୁ ଗୋପାଳ, ଉତ୍ତମ କୁମାର ପଣ୍ଡା,ବିଶି କେଶନ ସିଂ,ବିଦ୍ୟାଧର ଗହୀର, ରଜନୀକାନ୍ତ ପଣ୍ଡା,ନିତ୍ୟାନନ୍ଦ ପଣ୍ଡା ସମେତ ଚିଲିଗୁଡା ଗ୍ରାମବାସୀ ମାନେ ମା ଙ୍କ ଛତର ଯାତ୍ରା ପରିଚାଳନା ରେ ସହଯୋଗ କରିଥିଲେ।