Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡ଼. ଯାଜ୍ଞାସେନି ପ୍ରଧାନୀ ଙ୍କ ପୁସ୍ତକ ଭତରା ଜନଜାତି ର ସଂସ୍କୃତି ଲୋକାର୍ପଣ ଉତ୍ସବ ଅନୁଷ୍ଠିତ।

କଳାହାଣ୍ଡି:୧୬/୧୦
ରିପୋର୍ଟ _ସନତ ପ୍ରଧାନୀ
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ ଠାରେ ସାହିତ୍ୟିକା, ଗବେଶିକା, ଆକାଶବାଣୀ ଭବାନୀପାଟଣା ର ଉଦଘୋଷିକା ଡ଼.ଯାଜ୍ଞାସେନି ପ୍ରଧାନୀ ଙ୍କ ଲେଖନୀ ମୁନ ରୁ ୮ ତମ ପୁସ୍ତକ ଭତରା ଜନଜାତି ର ସଂସ୍କୃତି ପୁସ୍ତକ ଲୋକାର୍ପଣ ଉତ୍ସବ ପବିତ୍ର କୁମାର ପୂର୍ଣ୍ଣିମା ଅବସରରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ପ୍ରଦୀପ ପ୍ରଜ୍ଜ୍ୱଳନ ସହ ସ୍ୱାଗତ ସଙ୍ଗୀତ ଗାନ କରା ଯାଇଥିଲା। ସ୍ୱାଗତ ଅଭିଭାଷଣ ମକର ଧ୍ଵଜ ରାଉତ ରଖିଥିବା ବେଳେ ଲୋକାର୍ପଣ ଉତ୍ସବ ରେ ବରିଷ୍ଠ ଶିକ୍ଷାବିଦ ମିନିକେତନ ପ୍ରଧାନୀ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ସାହିତ୍ୟ ଜଗତ ର ଜଣେ ସୁଲେଖକ, ସାହିତ୍ୟିକ, ତଥା ସମ୍ବଲପୁର ବିଶ୍ଵ ବିଦ୍ୟାଳୟ ଓଡ଼ିଆ ବିଭାଗର ପ୍ରଫେସର ଡ଼. ଗୋପୀନାଥ ବାଗ,ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଶିକ୍ଷାବିଦ ତଥା ଭତରା ସମାଜ ର ଗବେଷକ ବନମାଳୀ ମାଝୀ,ସମ୍ମାନିତ ଅତିଥି ଭାବେ ଯୁବ ଲେଖକ ଋତୁରାଜ ମାଝୀ, ଭତରା ଜନଜାତି ସଂସ୍କୃତି ର ଲେଖିକା ଡ଼. ଯାଜ୍ଞାସେନି ପ୍ରଧାନୀ, ଓଡ଼ିଆ ଅଧ୍ୟାପକ ଅଶ୍ୱିନୀ କୁମାର ପଟ୍ଟନାୟକ ମଞ୍ଚ ରେ ଉପସ୍ଥିତ ରହି ଭତରା ଜନଜାତି ର ପରମ୍ପରା,ଚାଲି ଚଳଣି,ଭତରା ଜନଜାତି ରେ ଦେବାଦେବୀ ଙ୍କ ଧର୍ମ ବିଶ୍ୱାସ,ପର୍ବ ପର୍ବାଣୀ,ଭାଷା,ତଥା ଭତରା ଜନଜାତି ର ପୂର୍ବ କାଳରେ ଓ ବର୍ତ୍ତମାନ କାଳ ରେ ରହିଥିବା ସାମାଜିକ ସ୍ଥିତି ଉପରେ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଡକ୍ଟର ପ୍ରଧାନୀ ପୂର୍ବରୁ କବିତା ସଙ୍କଳନ ଶବ୍ଦଚର, ମଲାଭୋକ,କଳାହାଣ୍ଡି ର ଲୋକଗୀତ ବୋରିଆ, କଳାହାଣ୍ଡି ର ଢଗଢ଼ ମାଳି,କଳାହାଣ୍ଡି ର ଲୋକ କ୍ରୀଡା, କଳାହାଣ୍ଡି ର ପୁରାତନ ରନ୍ଧାବଢା ପୁସ୍ତକ ପ୍ରକାଶିତ ହୋଇ ଜନାଦୃତ ହୋଇଛି ।ଆଜିର କାର୍ଯ୍ୟକ୍ରମ ରେ ଭତରା ସମାଜ ର କର୍ମକର୍ତ୍ତା ନୀଳକଣ୍ଠ ମାଝୀ,ଗୋପୀଚନ ନାଏକ,ଗରୁଡ଼ ଧ୍ଵଜ ମାଝୀ,କ୍ଷୀରୋଦ ମାଝୀ,ଲକ୍ଷ୍ମୀକାନ୍ତ ପୁଝାରି, ସୁଧୀର ପାତ୍ର, ସୁଧୀର ଧଙ୍ଗଡା ମାଝୀ,ଧର୍ମାନନ୍ଦ ନେଗି ସମେତ ପୂର୍ବତନ ବ୍ଲକ ଅଧ୍ୟକ୍ଷା ତପସ୍ୱିନୀ ପ୍ରଧାନୀ,ଶ୍ରୀନିବାସ ପ୍ରଧାନୀ, କେଶବ ଚନ୍ଦ୍ର ନାଏକ,ଶିକ୍ଷକ ଭାଗ୍ୟବାନ ବାଗ, ଦେବାନନ୍ଦ ରାଉତ ଅନେକ ସାହିତ୍ୟ, ଜନଜାତି ଗବେଷଣା ଉପରେ ରୁଚି ରଖୁଥିବା ଜନ ସାଧାରଣ ଉପସ୍ଥିତ ଥିଲେ। ଏହି ପୁସ୍ତକ ଲୋକାର୍ପଣ ଉତ୍ସବ କାର୍ଯ୍ୟକ୍ରମ କୁ ଅଧ୍ୟାପକ ତଥା ସ୍ତମ୍ଭକାର ମୋହନ ଚରଣ ବିଶି ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ବିଜୟ ରାଉତ, ଭାବଗ୍ରାହୀ ପ୍ରଧାନୀ, ଶାରଳା ପ୍ରସାଦ ପ୍ରଧାନୀ,ଶିଶିର ପ୍ରଧାନୀ, ପଲ୍ଲବୀ ରାଉତ,ସଚିନ କୁମାର ରାଉତ ସହଯୋଗ କରିଥିଲେ।କାର୍ଯ୍ୟକ୍ରମ ପରିଶେଷରେ ଅଧ୍ୟାପକ ଐରି ନାସନ ଚିନ୍ଦା ଧନ୍ୟବାଦ ଅର୍ପଣ କରିଥିଲେ।