Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶା ଲୋକସେବା ଆୟୋଗ ରେ ସଫଳତା ପାଇଲେ କୋକସରା ବ୍ଲକ ର ଶିବାନୀ ଓ ଦୀପ୍ତିମୟୀ ।

କଳାହାଣ୍ଡି:୨୦/୧୦
ରିପୋର୍ଟ—ସନତ ପ୍ରଧାନୀ
ରାଜ୍ୟ ସ୍ତରୀୟ ଓଡିଶା ଲୋକସେବା ଆୟୋଗ ଫଳାଫଳ ପ୍ରକାଶ ପାଇଛି। ଏଥିରେ କୋକସରା ବ୍ଲକ ଟେମରା ଗ୍ରାମର ରାଜେନ୍ଦ୍ର ନାଏକ ଙ୍କ ଝିଅ ଶିବାନୀ ନାଏକ ଓ ଲଡୁଗାଁ ଗ୍ରାମ ଟେକା ପାଣିଗ୍ରାହୀ ଙ୍କ ଝିଅ ଦୀପ୍ତିମୟୀ ପାଣିଗ୍ରାହୀ ଓଡ଼ିଶା ଲୋକସେବା ଆୟୋଗ ପରୀକ୍ଷାରେ ସଫଳତା ର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ଦୀପ୍ତିମୟୀ ପାଣିଗ୍ରାହୀ ୫୧୮ ରେଙ୍କ ରେ ରହିଥିବା ବେଳେ ଶିବାନୀ ନାଏକ ୬୨୭ ରେଙ୍କ ରେ ରହି ସଫଳତା ପାଇଛନ୍ତି। ଦୀପ୍ତିମୟୀ ଭବାନୀପାଟଣା ୟୁନିଭାରସିଟି ରେ ଅତିଥି ଅଧ୍ୟାପିକା ଭାବେ କାର୍ଯ୍ୟରତ ରହିଥିବା ବେଳେ ଶିବାନୀ ଧର୍ମଗଡ ବ୍ଲକ ରେ ୱବୁଇଓ ଭାବେ ଅବସ୍ଥାପିତ ଥିଲେ। କଠିନ ପରିଶ୍ରମ ଓ ଅଧ୍ୟବସାୟ ହିଁ ସଫଳତା ର ଚାବିକାଠି ବୋଲି ଦୁଇ ଜଣ ନିଜ ପ୍ରତିକ୍ରିୟା ରେ କହିଛନ୍ତି। ବ୍ଲକ ରେ ଦୁଇଜଣ ଓଡିଶା ଲୋକସେବା ଆୟୋଗ ରେ ସଫଳତା ଖବର ପରେ ଏହି ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି ଓ ଶୁଭେଚ୍ଛୁ ଙ୍କ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।