Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଣ୍ଡର ୧୭ ବର୍ଷ ହକି ଚମ୍ପିୟାନସିପ ରେ କୋକସରା ଓଏଭି ଛାତ୍ରୀ ପ୍ରୀତି ରାଉତ।

କଳାହାଣ୍ଡି:୨୦/୧୦
ରିପୋର୍ଟ—ସନତ କୁମାର ପ୍ରଧାନୀ
କଳାହାଣ୍ଡି ଜିଲ୍ଲା ଗୋଷ୍ଟି ଶିକ୍ଷା ବିଭାଗ କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ହାଇସ୍କୁଲର ଛାତ୍ରଛାତ୍ରୀ ଙ୍କୁ ନେଇ ଅଣ୍ଡର ୧୭ ବାଳକ ଓ ବାଳିକା ବର୍ଗ ରେ ହକି ଚମ୍ପିୟାନସିପ ପାଇଁ ଛାତ୍ରଛାତ୍ରୀ ଙ୍କୁ ମନୋନୀତ କରାଯାଇଛି। ସୁନ୍ଦରଗଡ ଜିଲ୍ଲା ସଦର ମହକୁମା ମ୍ୟୁନସିପାଲଟି ହାଇସ୍କୁଲ ଠାରେ ୨୦ ରୁ ୨୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଅଣ୍ଡର ୧୭ ବାଳିକା ହକି ଚମ୍ପିୟାନସିପ ରେ କୋକସରା ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ର ନବମ ଶ୍ରେଣୀର ଛାତ୍ରୀ ପ୍ରୀତି ରାଉତ ଭାଗ ନେଇଛନ୍ତି। ୧୭ ଜଣିଆ ଟିମ ରେ ପ୍ରୀତି ରାଉତ ଙ୍କୁ ସ୍ଥାନ ମିଳିବା ପରେ ଓଏଭି ଭାରପ୍ରାପ୍ତ ଅଧ୍ୟକ୍ଷା ନିଝୁମ ରାଣୀ ପଣ୍ଡିତ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଶୁଭେଚ୍ଛା ଜଣାଇଛନ୍ତି।