Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଏଏସ ପାଇବା ପରେ ଗାଁ ର ସୁନାନାକି ଝିଅ କୁ ସ୍ୱାଗତ ସମ୍ବର୍ଦ୍ଧନା କଲେ ଗ୍ରାମବାସୀ।

କଳାହାଣ୍ଡି:୨୩/୧୦
ରିପୋର୍ଟ—ସନତ କୁମାର ପ୍ରଧାନୀ
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ସହର ଟେକା ପାଣିଗ୍ରାହୀ ଓ ଯୋଗୀତା ପାଣିଗ୍ରାହୀ ଙ୍କ ସୁପୁତ୍ରୀ ଦୀପ୍ତିମୟୀ ପାଣିଗ୍ରାହୀ ଚଳିତ ବର୍ଷ ପ୍ରକାଶିତ ଓଏଏସ ପରୀକ୍ଷା ରେ ୫୧୮ ରେଙ୍କ ରଖି କଳାହାଣ୍ଡି ଜିଲ୍ଲା ତଥା କୋକସରା ବ୍ଲକ ପାଇଁ ଗୌରବ ଆଣିଛନ୍ତି। ଗାଁ ର ସୁନାନାକି ଝିଅ ଗାଁ ପାଇଁ ଗୌରବ ଆଣିଥିବାରୁ ତାଙ୍କୁ ମଙ୍ଗଳବାର ଦୁର୍ଗା ମନ୍ଦିର ଛକ ନିକଟରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ସମ୍ବର୍ଦ୍ଧନା ସଭା ରେ ଅତିଥି ଭାବେ ବରିଷ୍ଠ ଶିକ୍ଷାବିଦ ବନମାଳୀ ମାଝୀ,ମୁକୁନ୍ଦ ପଟ୍ଟନାୟକ,ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଗାଁ ପାଇଁ ଟେକ ରଖିଥିବା ଦୀପ୍ତିମୟୀ କୁ ଅଞ୍ଚଳ ର ଗୌରବ ତଥା ଆଗକୁ ଉତ୍ତରୋତ୍ତର ସଫଳତା ପାଇଁ କାମନା କରିଥିଲେ। ସମ୍ବର୍ଦ୍ଧନା ମଞ୍ଚ କୁ ପଙ୍କଜ ମୁଖ ଚୌଧୁରୀ ପରିଚାଳନା କରିଥିଲେ। ପରେ ଏକ ଶୋଭାଯାତ୍ରାରେ ବାଜାଗାଜା ବଜାଇ ଗ୍ରାମବାସୀ ମାନେ ଦୀପ୍ତିମୟୀ ଙ୍କୁ ଘର କୁ ନେଇ ଛାଡିବା ସହ ତାଙ୍କ ପରବର୍ତ୍ତୀ ଜୀବନ ରେ ଅନେକ ସଫଳତା ମିଳୁ ଓ ଲୋକଙ୍କ ସେବାରେ ବ୍ରତୀ ହେବାକୁ ପରାମର୍ଶ ଦେଇଥିଲେ। ଏହି ସମ୍ବର୍ଦ୍ଧନା ଉତ୍ସବ ରେ ଘିସର ପାଣିଗ୍ରାହୀ,ବୈକୁଣ୍ଠ ଜାଲ,ଗୋବର୍ଦ୍ଧନ ବେମାଲ,ରତ୍ନାକର ବେମାଲ, ଚନ୍ଦ୍ରଭାନୁ ସୁନା, ତ୍ରିଲୋଚନ ପାଣିଗ୍ରାହୀ ଯୁଗେଶ୍ୱର ପାଣିଗ୍ରାହୀ, ଭୋଳା ପାଣିଗ୍ରାହୀ, ଦେବୀସିଂ ପାଣିଗ୍ରାହୀ, ସୁରଞ୍ଜନ ଦାସ,କିଶୋର ଚନ୍ଦ୍ର ଦାସ,ରବି ନାରାୟଣ ଦାସ, ସନ୍ତୋଷ ଦାସ,ଅରୁଣ ଅଗ୍ରୱାଲ, ନାନକ ଅଗ୍ରୱାଲ ସମେତ ଶତାଧିକ ଗ୍ରାମବାସୀ ମାନେ ଉପସ୍ଥିତ ରହି ଶୁଭେଚ୍ଛା ଜଣାଇଛନ୍ତି।