Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା ସର୍ଵ ମଙ୍ଗଳା ଘାଟି ମୁଣ୍ଡିଆଣି ଦେବୀ ଙ୍କ ଦଶରା,ତିନିଦିନ ଧରି ଉତ୍ସବ ମୁଖର ଦଣ୍ଡପାଟ ଅଞ୍ଚଳ।

କଳାହାଣ୍ଡି:୨୪/୧୦
ରିପୋର୍ଟ—ସନତ କୁମାର ପ୍ରଧାନୀ
କଳାହାଣ୍ଡିର ଆରଧ୍ୟ ଦେବତା ପ୍ରଭୁ ବୁଢ଼ାରଜାଙ୍କ ଦଶରା ସମ୍ପନ୍ନ ହେବାପରେ ପ୍ରତିବର୍ଷ ଭଳି ରବିବାର ଗୋତୋମୁଣ୍ଡା ଠାରେ ମା’ ସର୍ବମଙ୍ଗଳା ଘାଟି ମୁଣ୍ଡିଆଣୀ ଦଣ୍ଡପାଟ ଦଶରା ପାଳିତ ହୋଇଥାଏ। ୩ ଦିନ ଧରି ଚାଲିଥିବା ଦଣ୍ଡପାଟ ଦଶରା ମହୋତ୍ସବ ମଙ୍ଗଳବାର ବିଲମ୍ବିତ ରାତିରେ ଶାନ୍ତି ଶୃଙ୍ଖଳା ସହକାରେ ସମ୍ପନ୍ନ ହୋଇଛି। ରବିବାର ସକାଳୁ ରୀତିନୀତି ଅନୁସାରେ ମା ସର୍ବ ମଙ୍ଗଳା ଘାଟି ମୁଣ୍ଡିଆଣି ଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇ ଅପରାହ୍ନରେ ଖଣ୍ଡାଧୁଆ ଯାତ୍ରା ଅନୁଷ୍ଠିତ ହୋଇଥାଏ। ରବିବାର ଓ ସୋମବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ସାଂସ୍କୃତିକ ଓ ନାଟକ ପ୍ରତିଯୋଗିତା ହୋଇଥିଲା। ମଙ୍ଗଳବାର ବାର୍ଷିକ ଦଶରା ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା। ପରେ ମାନସିକ ଧାରି ଭକ୍ତମାନେ ମନସ୍କାମନା ପୂରଣ ପୂର୍ବକ ପୀଠରେ ଶୁକ୍ଳ ଭୋଗ ସହ ରକ୍ତ ଭୋଗ ଅର୍ପଣ କରିଥିଲେ। ମନ୍ଦିରରେ ପୂଜା ପରେ ସନ୍ଧ୍ୟାରେ ଦେବୀଙ୍କ ଲାଠି କାଲିଶୀମାନେ ନାଗରା, ମହୁରୀ ସହ ଗଣାବଜା ବଜାଇ ଦଶରା ମହୋତ୍ସବର ସାଂସ୍କୃତିକ ମଞ୍ଚ ନିକଟକୁ ପହଞ୍ଚିଥିଲେ। ପୂଜାର୍ଚ୍ଚନା ପରେ ମଞ୍ଚ ଉପରକୁ ଦେବାଦେବୀ ପଦାର୍ପଣ କରିଥିଲେ। ପରେ ଘାଟିମୁଣ୍ଡିଆଣୀ ମା’ ସର୍ବମଙ୍ଗଳା ବିଭିନ୍ନ ଦେବୀଙ୍କ ରୁପରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଥିଲେ। ଦେବୀଙ୍କ ଦର୍ଶନ ପାଇ ଶ୍ରଦ୍ଧାଳୁ ଓ ଦର୍ଶକମାନେ ମଙ୍ଗଳ କାମନା କରି ଆଶୀର୍ବାଦ ଭିକ୍ଷା କରିଥିଲେ।ଦଶରା ପୂଜାର ଉଦଯାପନୀ ଦିବସରେ ପାରମ୍ପରିକ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଡମ୍ବରୁଧର ନାଏକ,ସମ୍ମାନୀତ ଅତିଥି ଭାବେ ବିଜେଡି ନେତା ବଦ୍ରୀ ନାରାୟଣ ପଟ୍ଟନାୟକ, ପୋଲିସ ଅଧିକାରୀ ଅମିତ ମାଝୀ, ସୁପରିଚିତ ଲୋକ କଳାକାର ଯଯାତି ନାଏକ,ବିଜେପି ନେତା ତ୍ରିନାଥ ଶବର,ଜିଲ୍ଲା ପରିଷଦ ଧର୍ମଗଡ ଶଙ୍କର ଜୁଏଡ଼, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମଗଡ ବଳରାମ ପୁଝାରି, ଜୟନ୍ତପୁର ସରପଞ୍ଚ ଜୟନ୍ତୀ ବାଗ, ସାନ ପୋଡ଼ାଗୁଡା ସମିତି ସଭ୍ୟ ରାଜୀବ ଖମାରି, ସମାଜସେବୀ ଈଶ୍ୱର ଲାଲ ଅଗ୍ରୱାଲ, ବେହେରା ପେକ୍ସ ସମ୍ପାଦକ ହେମନ୍ତ ନାଏକ, ବେହେରା ସରପଞ୍ଚ କୁମୁଦିନି ଗଇନ୍ତା,ସମିତି ସଭ୍ୟ କିଶୋର ଚନ୍ଦ୍ର ନାଗ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଦଣ୍ଡପାଟ ମହୋତ୍ସବ ଆୟୋଜକ କମିଟି ର ସଭାପତି ହେମନ୍ତ ମାଝୀ ସ୍ବାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ରେ ଅଞ୍ଚଳ ର ବିଭିନ୍ନ ସମସ୍ୟା କୁ ଗଣମାଧ୍ୟମ ଜରିଆରେ ଲୋକ ଲୋଚନ କୁ ଆଣୁଥିବା ସାମ୍ବାଦିକ ବରିଷ୍ଠ ସାମ୍ବାଦିକ ସନତ କୁମାର ପ୍ରଧାନୀ, ଶରତ ଚନ୍ଦ୍ର ରାଉତ,ବାଳକୃଷ୍ଣ ନାଏକ, ଯୁବ ସାମ୍ବାଦିକ ଦୁଷ୍ମନ୍ତ ପାଟ୍ଟଯୋଶୀ,ଜଗଦୀଶ ନାଏକ ଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା।ଏହା ବ୍ୟତୀତ ନାଟ ଓ ଘୁମୁରା ଗୁରୁ ଓ କଳାକାର ଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି।
କାର୍ଯ୍ୟକ୍ରମ କୁ ସୁନ୍ଦର ଶବ୍ଦ ସଂଯୋଜନା କରି କ୍ଷୀରସିନ୍ଧୁ ବାଣୁଆ ମଞ୍ଚକୁ ପରିଚାଳନା କରିଥିଲେ।
୩ ଦିନ ଧରି ଚାଲିଥିବା ମା’ ସର୍ବମଙ୍ଗଳା ଦେବୀଙ୍କ ଦଶରା ମହୋତ୍ସବରେ ପ୍ରତ୍ୟହ ସନ୍ଧ୍ୟା ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା। ଏଥିରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା। ଆମପାଣି ପୁଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ନିମନ୍ତେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଦଣ୍ଡପାଟ ଦଶରା ମହୋତ୍ସବ ପରିଚାଳନା କମିଟି ଓ ଗ୍ରାମବାସୀ ଉପସ୍ଥିତ ରହି ଦଶରା ମହୋତ୍ସବ ପରିଚାଳନାରେ ସହଯୋଗ କରିଥିଲେ।