ଦକ୍ଷିଣ ଓଡିଶା ନାଟକ ରେ ଦକ୍ଷ ବିନ୍ଧାଣୀ ଙ୍କ ଦଖଲ


ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): ଗଞ୍ଜାମ ଓ କନ୍ଧମାଳ ଜ଼ିଲ୍ଲାର ବିଭିନ୍ନ ପୌରାଣିକ ନାଟକ ରେ ଦକ୍ଷ ବିନ୍ଧାଣୀ ଙ୍କ ଦଖଲ l ଦକ୍ଷିଣ ଓଡିଶା ର ବିଭିନ୍ନ ମଞ୍ଚରେ ଦକ୍ଷ ଙ୍କୁ ଦେଖିବାକୁ ମିଳେ l ପୌରାଣିକ ନାଟକ ରାମାୟଣ ରେ ହନୁମାନ ଭୂମିକା ରେ ବଳିଷ୍ଠ ଅଭିନୟ କରି ଏବେ ସାରା ଓଡିଶା ରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି ଦକ୍ଷ l ନିଜର ବଳିଷ୍ଠ ଚେହେରା, ଷ୍ଟଣ୍ଟ ସାଙ୍ଗକୁ ଅଭିନୟ ର ଯାଦୁ ଦର୍ଶକ ଙ୍କୁ ବାନ୍ଧିରଖିଛି l ଗଞ୍ଜାମ ଓ କନ୍ଧମାଳ ଜ଼ିଲ୍ଲା ରେ ଯେଉଁଠି ପୌରାଣିକ ନାଟକ ହୁଏ ଦକ୍ଷ ଙ୍କୁ ଖୋଜା ପଡେ l କେବଳ ପୌରାଣିକ ନାଟକ ନୁହେଁ ସାମାଜିକ କାଳ୍ପନିକ ଓ ଥିଏଟର ରେ ମଧ୍ୟ ଦକ୍ଷ ଙ୍କ ଦଖଲ ରହିଛି ତା ଛଡା ସେ ଜଣେ ଏକାଧାରାରେ କଣ୍ଠଶିଳ୍ପୀ ଓ ବାଦ୍ୟକାର ମଧ୍ୟ, ପାରମ୍ପରିକ ବାଦ୍ୟ ଚାଙ୍ଗୁ, ଢୋଲ, ତବଲା ବାଦ୍ୟ ବଜାଇବାରେ ମଧ୍ୟ ସେ ନିପୁଣ l କନ୍ଧମାଳ ଜ଼ିଲ୍ଲା କ. ନୂଆଗାଁ ବ୍ଲକ ସିର୍ତ୍ତିଗୁଡା ରେ ଜନ୍ମିତ ଦକ୍ଷ ବିନ୍ଧାଣୀ ପିଲାଟି ବେଳୁ କୁସ୍ତି କସରତ ଓ ଅଭିନୟ ପ୍ରତି ରୁଚିଥିଲା l ଗାଁ ନାଟକ ରେ ସେ ବିଭିନ୍ନ ଭୂମିକା ରେ ଅଭିନୟ କରୁକରୁ ଆଉ ପଛକୁ ଫେରି ନାହାନ୍ତି ଏବେ ସେ ଓଡିଶା ର ସଫଳ ହନୁମାନ ଭାବେ ବେଶ ପରିଚିତ l