Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଜାତୀୟ ରାଜପଥ ୪୯ ଉପରେ କାରଖାନା ପାଉଁଶ ଗୁଣ୍ଡ ଯାତାୟାତରେ ଅତିଷ୍ଠ ସାଧାରଣ ଲୋକେ

ଝାରସୁଗୁଡା ୨୪/୧୦ (ଓଡ଼ିଶା ନ୍ୟୁଜ) ଜାତୀୟ ରାଜପଥ ୪୯ ଉପରେ କାରଖାନା ପାଉଁଶ ପଡି ଥିବା ଯୋଗୁଁ ରାସ୍ତାରେ ଯାତାୟାତ କରିବାରେ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ସୂଚନା ମତେ ଝାରସୁଗୁଡା କନକତୋରା ୪୯ ନଂ ଜାତୀୟ ରାଜପଥ ଦେଇ ବିଭିନ୍ନ କଳ କାରଖାନାରୁ ନିର୍ଗତ ବିଷାକ୍ତ ପାଉଁଶକୁ ଶହ ଶହ ସଂଖ୍ୟକ ଭାରିଯାନ ଦ୍ୱାରା ଲଖନପୁର ବ୍ଲକ ସୀମାନ୍ତ ୧୯ଖଣ୍ଡ ମୌଜା ପିଥିଣ୍ଡା ପଞ୍ଚାୟତ ଅମ୍ବାପାଲି ଗାଁ ନିକଟରେ ଥିବା ଏକ ପଥର ଖାଦାନକୁ ପୋତିବା ପାଇଁ ପରିବହନ କରା ଯାଉଛି । କିନ୍ତୁ ଭାରିଯାନ ଦ୍ୱାରା ପାଉଁଶ ପରିବହନ ସମୟରେ ରାଜରାସ୍ତା ସାରା ପାଉଁଶ ଗୁଣ୍ଡ ପଡୁଛି । ଯାହା ଫଳରେ ରାଜରାସ୍ତାରେ ପଡ଼ିଥିବା ପାଉଁଶ ଗୁଣ୍ଡ ଉପରେ ଯାନବାହନ ଚଳାଚଳ ବେଳେ ଉକ୍ତ ପାଉଁଶ ଗୁଣ୍ଡ ଉଡି ଅଞ୍ଚଳରେ ଗୁରୁତର ପ୍ରଦୂଷଣ ସମସ୍ୟା ସୃଷ୍ଟି କରୁଥିବା ସହ ରାଜପଥରେ ଯାତାୟାତ କରୁଥିବା ଜନ ସାଧାରଣ ମଧ୍ୟ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଜନ ଅସନ୍ତୋଷ ପ୍ରକାଶ ପାଉଛି । ତେଣୁ ଜିଲ୍ଲା ପ୍ରଶାସନ ଯଥାଶୀଘ୍ର ଏହା ଉପରେ ରୋକ ଲଗାଇବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଅଞ୍ଚଳବାସୀ ଦାବି କରୁଛନ୍ତି ।