ବାତ୍ୟା ‘ଦାନା’ ପାଇଁ କେଣାର୍କ ସୂର୍ଯ୍ୟ ମନ୍ଦିର ଦୁଇଦିନ ବନ୍ଦ


ପୁରୀ: ଆସୁଛି ବାତ୍ୟା ‘ଦାନା’ । ଭୀଷଣ ରୂପ ନେଇ ସମୁଦ୍ରରୁ ସ୍ଥଳଭାଗ ମୁହାଁ ହୋଇଛି ସାମୁଦ୍ରିକ ଝଡ଼ । ଆଜି ରାତିରୁ ଆସନ୍ତାକାଲି ସକାଳ ଭିତରେ ଭିତରକନିକା ଓ ଧାମରା ମଧ୍ୟରେ କରିବ ଲ୍ୟାଣ୍ଡଫଲ । ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ଦାନା ଏବେ ପାରାଦୀପଠାରୁ ୨୬୦ କିଲୋମିଟର ଦକ୍ଷିଣ ପୂର୍ବ ଓ ଧାମରାରୁ ୨୯୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଛି ।

ସାମୁଦ୍ରିକ ଝଡ଼କୁ ଦୃଷ୍ଟିରେ ରଖି ଦୁଇ ଦିନ ପାଇଁ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ବନ୍ଦ ରହିବ । ପର୍ଯ୍ୟଟକଙ୍କ ସୁରକ୍ଷାକୁ ନଜରରେ ରଖି ଆଜି ଓ ଆସନ୍ତାକାଲି କୋଣାର୍କ ମନ୍ଦିର ବନ୍ଦ ରଖିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି । ଗରୁବାରଠାରୁ ଆସନ୍ତା ଶୁକ୍ରବାର ୨୫ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ସମେତ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି ।

ଏନେଇ ପ୍ରତ୍ନତତ୍ତ୍ୱ ବିଭାଗ ପୁରୀ ଜିଲ୍ଲା ସର୍କଲ ଅଧିକ୍ଷକ ସୂଚନା ଦେଇଛନ୍ତି । ଏବେଠାରୁ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ଅର୍କକ୍ଷେତ୍ର ଖାଁ ଖାଁ ହୋଇଯାଇଥିବା ଦେଖିବାକୁ ମିଳିଛି ।