Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବ୍ଲକ ସ୍ତରୀୟ ଶ୍ରୀ ଅନ୍ନ ଅଭିଯାନ ଖାଦ୍ୟ ମେଳା ଅନୁଷ୍ଠିତ।

କଳାହାଣ୍ଡି:୨୮/୧୦
ରିପୋର୍ଟ—ସନତ କୁମାର ପ୍ରଧାନୀ
ଓଡିଶା ସରକାର ଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ସହକାରୀ ସଂସ୍ଥା ଦ ହ୍ୟୁମାନ ଡେଭଲପମେଣ୍ଟ ,କୋକସରା ଶାଖା ପକ୍ଷରୁ ମିଲେଟ ମିଶନ ର ପ୍ରଚାର ପ୍ରସାର ପାଇଁ ଶ୍ରୀ ଅନ୍ନ ଅଭିଯାନ ଯୋଜନାରେ ବିଲୁପ୍ତ ହେଉଥିବା ଖାଦ୍ୟ ଶସ୍ୟ ର ପୁନରୁଦ୍ଧାର ପାଇଁ ବ୍ଲକ ସ୍ତରୀୟ ଖାଦ୍ୟ ମେଳା ସୋମବାର ବ୍ଲକ ଗୋଷ୍ଟି କୃଷି ବିଭାଗ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ କୁ ବିପିସି ସୁରେନ୍ଦ୍ର ଜୁଏଡ଼ ଙ୍କ ପରିଚାଳନା ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଯୋଗଦେଇ ଉଦଘାଟନ କରିଥିଲେ। ମୁଖ୍ୟ ବକ୍ତା ଉକ୍ତ ଗୋଷ୍ଟି କୃଷି ଅଧିକାରୀ ରାକେଶ ରଞ୍ଜନ ମାଝୀ, ସମ୍ମାନିତ ଅତିଥି ଭାବେ ଦ ହ୍ୟୁମାନ ଡେଭଲପମେଣ୍ଟ ଅଧ୍ୟକ୍ଷ ଦୁଷ୍ମନ୍ତ ପୁରୋହିତ, ସିଇଓ ଜୟ କୋକସରା ଫାର୍ମର ପ୍ରଡ୍ୟୁସର କମ୍ପାନୀ ଅଭିମନ୍ୟୁ ବାଗ ପ୍ରମୁଖ ମଞ୍ଚ ରେ ଉପସ୍ଥିତ ରହି ମିଲେଟ ମିଶନ ର ପ୍ରଚାର ପ୍ରସାର ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇ ମାଣ୍ଡିଆ ଚାଷ କୁ ପ୍ରୋତ୍ସାହିତ କରିବା ସହ ଚାଷୀ ଙ୍କୁ ମାଣ୍ଡିଆ ଚାଷ ପାଇଁ ଆବଶ୍ୟକ ଭିତ୍ତିଭୂମି ସରକାରୀ ସ୍ତରରେ ପ୍ରୋତ୍ସାହନ ରାଶି ଓ ବଜାର ବ୍ୟବସ୍ଥା ଯୋଗାଇ ଦେଇଛନ୍ତି। ମାଣ୍ଡିଆ ଏକ ଗୁଣାତ୍ମକ ଖାଦ୍ୟ ହୋଇଥିବା ଯୋଗୁଁ ବର୍ତ୍ତମାନ ମାଣ୍ଡିଆ ରେ ତିଆରି ଅନେକ ଖାଦ୍ୟ ସାମଗ୍ରୀର ଚାହିଦା ମଧ୍ୟ ଗ୍ରାହକ ଙ୍କ ମଧ୍ୟରେ ବୃଦ୍ଧି ପାଇଛି ଏଣୁ ମାଣ୍ଡିଆ ଚାଷ କୁ ଚାଷୀମାନେ ଧାନ ଚାଷ ଭଳି ଆପଣେଇ ଅଧିକ ରୋଜଗାରକ୍ଷମ ହୋଇ ପାରିବେ ବୋଳି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ। ଏହି ଅବସରରେ ବ୍ଲକ ର ଅନେକ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ମାଣ୍ଡିଆ ରେ ତିଆରି ହୋଇଥିବା ଅନେକ ସୁସ୍ୱାଦୁ ଖାଦ୍ୟ ବ୍ୟଞ୍ଜନ ପ୍ରଦର୍ଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଥିଲା। କାର୍ଯ୍ୟକ୍ରମ ପରିଶେଷରେ ଅଭିମନ୍ୟୁ ବାଗ ଧନ୍ୟବାଦ ଅର୍ପଣ କରିଥିଲେ।