ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ହତ୍ୟା, ଦୁଇ ଅଭିଯୁକ୍ତ କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ଧର୍ମଗଡ ଏଡିଜେ କୋର୍ଟ।


କଳାହାଣ୍ଡି:୨୮/୧୦
ଗତ ୨୦୧୫ ମସିହାର ଏକ ହତ୍ୟାକାଣ୍ଡ ର ରାୟ ପ୍ରକାଶ ପାଇଛି ।ଧର୍ମଗଡ ଅତିରିକ୍ତ ଜିଲ୍ଲା ଦ୍ୟୈରାଜଜ୍ (ADJ)ସୁରେଶ ଚନ୍ଦ୍ର ପ୍ରଧାନ ଦୁଇଜଣ ହତ୍ୟା ଅଭିଯୁକ୍ତ ଙ୍କୁ ଆଜୀବନ କାରାଦଣ୍ଡାଦେଶ ରେ ଦଣ୍ଡିତ କରିଛନ୍ତି । ଏବଂ ଜଣକା ୧୦ ହଜାର ଆର୍ଥିକ ଦଣ୍ଡାଦେଶ ଶୁଣାଇଛନ୍ତି।ଅର୍ଥ ଜମା ନକଲେ ଆହୁରି ୬ମାସ ଦଣାଦେଶ ଶୁଣାଇଛନ୍ତି । ଗତ ୨୦୧୫ ମସିହାରେ କଳାହାଣ୍ଡି ଜୟପାଟଣା ଥାନା ଆମଯୋର ଗ୍ରାମର ଖଗେଶ୍ବର ରାଉତ ଓ ଗଦାଧର ରଣା ମିଶି ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ମନୁରଣା କୁ ରାସ୍ତା ରେ ତଣ୍ଟିଚିପି ହତ୍ୟା କରିବା ପରେ ନିକଟସ୍ଥ ଶିଶୁଘାଟି ଡଙ୍ଗର ରେ ଫିଙ୍ଗି ଦେଇଥିଲେ । ପରେ ଜୟପାଟଣା ପୋଲିସ ଉଭୟ ଅଭିଯୁକ୍ତ କୁ ଗିରଫ କରିଥିବା। ସେମାନେ ଏବେ ଜାମିନ ରେ ଥିବା ବେଳେ ଆଜି କେସର ଶେଷ ଶୁଣାଣି କରି ଦଣ୍ଡାଦେଶ ଶୁଣାଇଛନ୍ତି ।