Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଦୁର୍ନୀତି ନିବାରଣ ସପ୍ତାହ ପାଳନ

ଜମନକିରା : ଜମନକିରା ବ୍ଲକ ଭିଶି ହଲ ରେ ଆଜି ତହସିଲଦାର ହରେକୃଷ୍ଣ ବରିହାଙ୍କ ଅଧ୍ୟକ୍ଷତାରେ ଏକ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଇଛି। ଏଥିରେ ଥାନା ଆଇଆଇସି ପଦ୍ମାଳୟା ସାହୁ, ଏବିଡ଼ିଓ ରବୀନ୍ଦ୍ର ରଣା, ସିଡ଼ିପୀଓ ମମତା ପଟେଲ, ଏସଆଇ ଦେବଜାନୀ ଛତର ପ୍ରମୁଖ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଭିସି ସଂକଳ୍ପ ଅନୁଯାୟୀ ଉପସ୍ଥିତ ସମସ୍ତେ ଦୁର୍ନୀତି ନିବାରଣ ନେଇ ସଂକଳ୍ପ ନେଇଥିଲେ। ଏଥିରେ ବ୍ଲକ ବିଭିନ୍ନ ବିଭାଗର ଅଧିକାରୀ, ତହସିଲ କର୍ମଚାରୀ, ଥାନାର ସମସ୍ତ ଅଧିକାରୀ ଓ କନେଷ୍ଟବଳ ପ୍ରମୁଖ ଉପସ୍ଥିତ ଥିଲେ