ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଖିଣ୍ଡା ପଞ୍ଚାୟତ ଅନ୍ତର୍ଗତ ତାଳବିର 2 ଓ 3 କୋଇଲା ଖଣି ଦ୍ଵାରା ବିସ୍ଥାପିତ ଗ୍ରାମବାସୀ ବିଭିନ୍ନ ସମସ୍ୟା ନେଇ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଗ୍ରାମବାସୀ ଙ୍କ ସମସ୍ୟା ଗୁଡ଼ିକ ହେଲା
ଏନ୍ ଏଲ୍ ସି କମ୍ପାନୀ ସମ୍ବଲପୁର ଜିଲ୍ଲାରେ ଏକମାତ୍ର ରାଷ୍ଟ୍ରାୟତ କମ୍ପାନୀ ପ୍ରତିଷ୍ଠା ହୋଇଅଛି । ହେଲେ ଯେଉଁ ମାତ୍ରାରେ ଖିଣ୍ଡା ଓ ଠେଳକୋଲୋଇ ଗ୍ରାମପଞ୍ଚାଯତର ଉନ୍ନତି ଏବୋଂ ରୋଜଗାର ମିଳିବା କଥା ତାହା ଘୋର ମାତ୍ରାରେ ଅବହେଳା ହୋଇଅଛି ।
ଏନ୍ ଏଲ ସି କମ୍ପାନୀର କୋଇଲା ପରିବହନ ସମ୍ବଲପୁର ଜିଲ୍ଲାରୁ ଝାରସୁଗୁଡା ଜିଲ୍ଲାର ଅନେକ କଳ ଖରଖାନା ଗୁଡିକ କୁ ପରିବହନ ହେଉଅଛି ହେଲେ ଆମ ଅଞ୍ଚଳର ରାସ୍ତା ପାଣି ପବନ ଦୂଷିତ ହେବା ସହିତ ଜନସାଧାରଣ ବହୁତ କଷ୍ଟରେ ଏହି ଅଞ୍ଚଳରେ ବସବାସ କରୁଅଛନ୍ତି । ସେହି କୋଇଲା ପରିବହନ କରୁଥିବା ସଂସ୍ଥା ଗୁଡିକ ସ୍ଥାନୀୟ ବିସ୍ଥାପିତ ବା ଅଞ୍ଚଳର ଜଣେ ଭି ନାହାନ୍ତି , ଏଣୁ ଆମ୍ଭର ଦାବୀ ଅଗ୍ରାଧିକାର ଭିତ୍ତିରେ ସ୍ଥାନୀୟ PDF / PAF ପରିବାର କୁ ସୁଯୋଗ ଦେଲେ ଅଞ୍ଚଳର ଆର୍ଥିକ ବିକାଶ ସଙ୍ଗେ ସଙ୍ଗେ ବେକାର ଯୁବକ ଯୁବତୀ ମାନେ ରୋଜଗାର କ୍ଷମ ହୋଇ ପାରିବେ ।
3॰ SH-10 ଲପଙ୍ଗା ଠାରୁ ସମ୍ବଲପୁର ଜିଲ୍ଲା ସୀମାନ୍ତ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ଵରେ ସବୁବେଳେ ପରିବହନ ଟ୍ରକ ଜାମ ରହୁଥିବାରୁ ଜନସାଧାରଣ , ସ୍କୁଲ ଛାତ୍ରଛାତ୍ରୀ ଓ ରୋଗୀ ସବୁବେଳେ ହଇରାଣ ହେଉଅଛନ୍ତି ଏଣୁ ସ୍ଵତନ୍ତ୍ର ରାସ୍ତା ବା ବର୍ତମାନ ରାସ୍ତା କୁ 8 ଥାକିଆ ରାସ୍ତାକୁ ଉନ୍ନୀତ କରିବା ପାଇଁ ପୂର୍ବରୁ ଅନେକ ଥର ଦାବିପତ୍ର ଦେଲାପରେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।
4॰ ଖିଣ୍ଡା ଗ୍ରାମପଞ୍ଚାୟତର ୫୪୪ ପରିବାର ବିସ୍ଥାପିତ ହେବାକୁ ଅଛନ୍ତି ହେଲେ ମାତ୍ର ବର୍ତମାନ ପର୍ଯ୍ୟନ୍ତ ୨୬ ପରିବାର କୁ ବିସ୍ଥାପିତ କରାଯାଇଛି କିନ୍ତୁ ବାକି ପରିବାର ଆଗ୍ରହୀ ଥିଲେ ମଧ୍ୟ ତାଙ୍କୁ ବିସ୍ଥାପିତ କରାଯାଉନାହିଁ । ସମ୍ପ୍ରତି ଏହିପରିବାର ର ଘର ଠାରୁ ୧୦୦ ମିଟର ମଧ୍ୟରେ ଉଛ କ୍ଷମତା BLASTING ଦ୍ଵାରା ଲୋକଙ୍କ ଘର ଭାଙ୍ଗି ଯାଉଅଛି , ବିରୋଧ କାଲେ କମ୍ପାନୀ ମିଥ୍ୟା କେସ କରି ବର୍ତମାନ ପର୍ଯ୍ୟନ୍ତ ୩୬ ଜଣଙ୍କ ନାମରେ ବିଭିନ୍ନ ଦଫାରେ ମାମଲା ରୁଜୁ କରିଅଛି ଏଣୁ ଲୋକଙ୍କୁ ତୁରନ୍ତ ବିସ୍ଥାପିତ କରରାଯାଉ ଓ ମିଥ୍ୟା କେସ କୁ ତୁରନ୍ତ ଅପସାରଣ କରାଯାଉ ।
5॰ NLC ରେ ବିଭିନ୍ନ ସମୟରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଅଛି NLC ସର୍ବଭାରତୀୟ ସ୍ତରରେ ଚୟନ କରି ନିଯୁକ୍ତି କରୁଅଛି ଏଣୁ ଆମ୍ଭର ଦାବୀ ଅନ୍ୟୁନ 50% PDF/PAF/ସ୍ଥାନୀୟ ପରିବାର ର ଯୁବକ ଯୁବତୀଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦିଆଯାଉ ଓ ବାକି 50% କୁ ସର୍ବଭାରତୀୟ ସ୍ତରରେ ଚୟନ କରି ନିଯୁକ୍ତି କଲେ ଆମ୍ଭର କୌଣସି ଆପତ୍ତି ନାହିଁ ।
6॰ ଆମ୍ଭ ଖିଣ୍ଡା ଗ୍ରାମପଞ୍ଚାୟତ ରେ ଏନ୍ଏଲସି ଓ ଖିଣ୍ଡା ଗ୍ରାମପଞ୍ଚାୟତ ର ଦନ୍ତାମୁରା ଗ୍ରାମରୁ ଜେଏସଡବ୍ଲୁ ତାର ଇଣ୍ଟେକ୍ ୱେଲ ସ୍ଥାପନ କରିଅଛି କିନ୍ତୁ ଏହି ଦୁଇ କମ୍ପାନୀ ନାମକୁ ମାତ୍ର ସି ଏସ ଆର କାର୍ଯ୍ୟ କରୁଅଛନ୍ତି ଏଣୁ ଆମ୍ଭର ଦାବୀ ଗ୍ରାମସଭା ଓ ଗ୍ରାମପଞ୍ଚାୟତ ର ପ୍ରସ୍ତାବ ଅନୁଯାଇ ଅଞ୍ଚଳରେ ବିଭିନ୍ନ ଉନ୍ନୟନ କାମ କରାଯାଉ ।
ଏନ୍ଏଲସି, ଜେଏସଡବ୍ଲୁ ଓ ଆଦିତ୍ୟ ଆଲୁମିନିୟମ କମ୍ପାନୀରେ ପୂର୍ବରୁ ଝାରସୁଗୁଡା ଜିଲ୍ଲାର କ୍ଷମତାଶାଳି ଲୋକ ରିମୋଟ ମାଧ୍ୟମରେ ଏହି ପ୍ରକଳ୍ପ ଗୁଡିକ ପରିଚାଳନା କରୁଥିଲେ ଓ ବର୍ତମାନ ମଧ୍ୟ କରୁଅଛନ୍ତି ଏବୋଂ କୋଇଲା ପରିବହନ ପାଉଁଶ ପରିବହନ କରି ସ୍ଥାନୀୟ ଲୋକଙ୍କୁ ରୋଜଗାର ବିହୀନ କରୁଅଛନ୍ତି ଏଣୁ ମାନ୍ୟବର ସାଂସଦ ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଥିଲେ ଯେ ଶିଳ୍ପଗୁଡ଼ିକରୁ ଏହି ବ୍ୟବସାୟୀ ମାନଙ୍କୁ ବାହାର କରି ସ୍ଥାନୀୟ ପ୍ରତିନିଧି ଓ ସୁଯୋଗ ଦିଆଯିବ ଏଥି ପ୍ରତି ମାନ୍ୟବର ସାଂସଦ ସ୍ଵତନ୍ତ୍ର ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ।
ଆଗାମୀ ଦିନରେ ଏହି ସମସ୍ୟା ଗୁଡିକର ସମାଧାନ ନକଲେ ବିରାଟ ଜନଆନ୍ଦୋଳନ କରିବା ପାଇଁ ବାଧ୍ୟ ହେବୁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀ ରେ ଖିଣ୍ଡା ଗ୍ରାମ ପଞ୍ଚାୟତ ର ସରପଞ୍ଚ ସନ୍ଧ୍ୟା ରାଣୀ ପ୍ରଧାନ ଙ୍କ ସଭାପତିତ୍ବ ରେ ବୀର ସୁରେନ୍ଦ୍ର ସାଏ ଶ୍ରମିକ ସଂଘ ର କାର୍ଯ୍ଯକାରୀ ସଭାପତି ବାବଲୁ ରାଉତ. ରୁଦ୍ର ପଧାନ. ଗୁଣନିଧି ବୁଧିଆ. କୃପା ବୁଧିଆ ପ୍ରଦିପ ପାତ୍ର. ଦୁର୍ଗା ଭୋଇ ଙ୍କ ସହିତ ଅନେକ ଗ୍ରାମ ବାସୀ ଉପସ୍ଥିତ ଥିଲେ