ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟରେ ନିଶାମୁକ୍ତ ଭାରତ ଅଭିଯାନ ଉଦଯାପିତ ହୋଇଯାଇଛି । ଆଜି ଅଧ୍ୟକ୍ଷ ଡ. ହିମାଂଶୁ ଶେଖର ପାଢୀଙ୍କ ସଭାପତିତ୍ବରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଅଧ୍ୟାପକ ବିଜୟ କୁମାର ପୁରୋହିତ ଯୋଗଦେଇଥିବା ବେଳେ ଅଧ୍ୟାପକ ଶିବ କୁମାର ପୁରୋହିତ , ଅଧ୍ୟାପକ ନରେନ୍ଦ୍ର ଝା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଶା ମୁକ୍ତ ଭାରତ ଗଠନରେ ମତ ପ୍ରକାଶ କରିଥିଲେ । ଅଧ୍ୟକ୍ଷ ଡ. ପାଢୀ ନିଜ ବକ୍ତବ୍ଯରେ କହିଥିଲେ ଛାତ୍ରଛାତ୍ରୀ ହିଁ ନିଶା ମୁକ୍ତ ଭାରତ ଗଠନ କରିପାରିବେ । ଏହି ଅବସରରେ ବକ୍ତୃତା ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରୀ ସୃଜନୀକା ପଣ୍ଡା , ଅର୍ପିତା ପଣ୍ଡା ଓ ଚନ୍ଦ୍ରିକା କର୍ଣ୍ଣଙ୍କୁ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା। ଅଧ୍ୟାପିକା ଯାମିନୀ ଦାଶ ସଭା ପରିଚାଳନା କରିଥିବା ବେଳେ ଛାତ୍ରୀ ସୃଜନୀକା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠିତ ସଭାରେ ଅଧ୍ୟାପକ ବିଜୟ ପଧାନ , ଅଧ୍ୟାପକ ଡ. ଶିଶିର ବଣିଆ , ଅଧ୍ୟାପିକା ଡ. ବନ୍ଦିତା ବିଶ୍ଵାଳ , ଅଧ୍ୟାପିକା ହରପ୍ରିୟା ମହାପାତ୍ର , ଅଧ୍ୟାପିକା ମାଲତି ନାଏକ , ଡେମନଷ୍ଟେଟର ବଳରାମ ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ଏହା ପୂର୍ବରୁ ସୋମବାର ନିଶା ମୁକ୍ତ ଭାରତ ନିର୍ମାଣ ସମ୍ପର୍କରେ ଏକ ବିଶାଳ ସଚେତନତା ରାଲି ସହର ପରିକ୍ରମା କରିଥିଲା । ପରେ ଯୁକ୍ତ ତିନି ଛାତ୍ରୀଛାତ୍ର ମାନଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।