Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରବି ଚାଷ ପାଇଁ ଜଳ ଯୋଗାଣ କରିବାକୁ ଚାଷୀଙ୍କ ଦାବିପତ୍ର।

କଳାହାଣ୍ଡି: ୩୧/୧୦
ଖବରଦାତା— ସନତ କୁମାର ପ୍ରଧାନୀ
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଖୁଣ୍ଟିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଶ୍ରୀରାମପୁର ଓ ସରଧାପୁର ଗ୍ରାମର ଚାଷୀମାନେ ଆସନ୍ତା ରବି ଚାଷ ପାଇଁ ଜଳ ଯୋଗାଣ କରିବାକୁ ଉଠା ଜଳସେଚନ ପ୍ରକଳ୍ପ ଅଧିକାରୀ, କୁସୁମଖୁଣ୍ଟିଙ୍କୁ ସାକ୍ଷାତ କରି ନିଜ ଦାବୀ ପତ୍ର ପ୍ରଦାନ କରିଛନ୍ତି। ଏହି ଦୁଇଟି ଗ୍ରାମର ପ୍ରାୟ ଚାଷୀ ଚାଷ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିଥାନ୍ତି। ତତ୍ ସହିତ ୮୦% ଭାଗ ଚାଷ ଜମିରେ ଉଠା ଜଳସେଚନର ବ୍ୟବସ୍ଥା ମଧ୍ଯ ରହିଛି। ଯଦି ରବି ଚାଷ ପାଇଁ ଜଳ ଯୋଗାଣର ବ୍ୟବସ୍ଥା କରାଯାଏ ତାହେଲେ ନିଶ୍ଚିତ ଭାବରେ ଏହି ଦୁଇଟି ଗ୍ରାମର ସମସ୍ତ ଚାଷୀମାନେ ଉପକୃତ ହେବେ।ଏଣୁ ଆସନ୍ତା ରବି ଚାଷ ପାଇଁ ଜଳ ଯୋଗାଣର ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିଜ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଦାବୀ ପତ୍ର ପ୍ରଦାନ ସମୟରେ ଉକ୍ତ ଦୁଇଟି ଗ୍ରାମର ଚାଷୀ ଧର୍ମବ୍ରତ ପଣ୍ଡା, ତ୍ରିଲୋକ ନାଥ ସିଂ, ଟଙ୍କଧର ଧରୁଆ,ବୁଦ୍ଧିରାମ ବୋଡକିଆ, ତୁଳାରାମ ମଶ୍ରା, ତୁଷାର ରଣା, ନରେନ୍ଦ୍ର ମଶ୍ରା, ଗଣେଶ ରଣା, ଧବଳେ ବାଗ ପ୍ରମୁଖ ଉପସ୍ଥିତ ରହି ବିଭାଗୀୟ ଅଧିକାରୀଙ୍କୁ ନିର୍ବାହୀ ଯନ୍ତ୍ରୀଙ୍କ ମାଧ୍ୟମରେ ନିଜ ଦାବୀ ପତ୍ର ପ୍ରଦାନ କରିଥିଲେ