Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବ୍ଲକ ସ୍ତରୀୟ କଳାହାଣ୍ଡି ପ୍ରତିଷ୍ଠା ଦିବସ ପାଳନ,ସମ୍ମାନିତ ହେଲେ ଓଏଏସ ଓ କଳାକାର।

କଳାହାଣ୍ଡି:୦୧/୧୧
ରିପୋର୍ଟ—ସନତ କୁମାର ପ୍ରଧାନୀ
୭୫ ତମ କଳାହାଣ୍ଡି ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ କୋକସରା ବ୍ଲକ ସଭାଗୃହ ରେ ପାଳନ କରାଯାଇଛି। କୋକସରା ଭାରପ୍ରାପ୍ତ ବିଡ଼ିଓ ବିଶ୍ୱନାଥ ରାଉତ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ସୁବ୍ରତ କୁମାର ବେହେରା,ସମ୍ମାନୀତ ଅତିଥି ଭାବେ ତହସିଲଦାର ନବୀନ କିଶୋର ପାଢ଼ୀ, ରାଜ୍ୟ ଓମଫେଡ ଅଧ୍ୟକ୍ଷ କିଶୋର ଚନ୍ଦ୍ର ପ୍ରଧାନୀ,ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଉପେନ୍ଦ୍ର ସାହୁ, ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଡ଼. ଅଭିଷେକ ବେହେରା,ବିଜେପି ନେତା ତ୍ରିନାଥ ଶବର,ସହକାରୀ ଯନ୍ତ୍ରୀ ସର୍ବେଶ୍ୱର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କଳାହାଣ୍ଡି ଜିଲ୍ଲା ର ଇତିହାସ ପୃଷ୍ଠଭୂମି, ପରମ୍ପରା,ସଭ୍ୟତା, ଆଦିବାସୀ ସଂସ୍କୃତି, ପର୍ଵ ପର୍ବାଣୀ, ପର୍ଯ୍ୟଟନ ସ୍ଥଳୀ,ଲୋକ ଚଳଣି ବିକଶିତ କଳାହାଣ୍ଡି ର ବିଭିନ୍ନ ଦିଗ ଉପରେ ମତାମତ ରଖିଥିଲେ। ବ୍ଲକ ସ୍ତରୀୟ କଳାହାଣ୍ଡି ପ୍ରତିଷ୍ଠା ଦିବସ ରେ ବ୍ଲକ ର ଦୁଇ ଜଣ ପ୍ରତିଭା ଯେଉଁମାନେ ଚଳିତ ଓଡିଶା ପ୍ରଶାସନିକ ସେବା ରେ କୃତକାର୍ଯ୍ୟ ହୋଇ ବ୍ଲକ ର ଟେକ ରଖିଥିବା ଲଡୁଗାଁ ଗ୍ରାମ ର ଟେକା ପାଣିଗ୍ରାହୀ ଙ୍କ ଝିଅ ଦୀପ୍ତିମୟୀ ପାଣିଗ୍ରାହୀ ଓ ହଂସପଡା ଗ୍ରାମ ର ରାଜେନ୍ଦ୍ର ନାଏକ ଙ୍କ ଝିଅ ଶିବାନୀ ନାଏକ ଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା।ସେହିପରି ଘୁମୁରା ଗୁରୁ ମହେଶ୍ବର ସରାଫ ଓ କବି ଲୋକନାଥ ପଟ୍ଟନାୟକ ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମ ରେ ବ୍ଲକ ର ୨୨ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ ଓ ସଚେତନ ନାଗରିକ ମାନେ ଉପସ୍ଥିତ ଥିଲେ।