Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିପୋତ୍ସଵ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମନ ମୋହିଲା ଘୁମୁରା ନୃତ୍ୟ।

କଳାହାଣ୍ଡି:୦୫/୧୧
ରିପୋର୍ଟ—ସନତ କୁମାର ପ୍ରଧାନୀ
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବରାଡ଼ଙ୍ଗା ପଞ୍ଚାୟତ ଶିଉନି ଗ୍ରାମ ରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଦୀପାବଳି ପାଳନ ଅବସରରେ ଦିପୋତ୍ସଵ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୂଜା କମିଟି ର ସଭାପତି ସନାତନ ପଣ୍ଡା ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ,ମୁଖ୍ୟବକ୍ତା ଭାବେ ସ୍ଥାନୀୟ ସମିତି ସଭ୍ୟ ଗୁପ୍ତେଶ୍ଵର ବାଗ ସମ୍ମାନିତ ଅତିଥି ଭାବେ ବରିଷ୍ଠ ଶିକ୍ଷକ ବୈକୁଣ୍ଠ ଜାଲ, ଆମପାଣି ସିଆରସିସି କେଦାର ନାଏକ, ଶିକ୍ଷକ ଗିରିଶ ଚନ୍ଦ୍ର ସରବୁ,ଗଜାନନ ଧ ମାଝୀ, ସମାଜସେବୀ ନରେନ୍ଦ୍ର ଧଙ୍ଗଡା ମାଝୀ
ପ୍ରମୁଖ ମଞ୍ଚ ରେ ଉପସ୍ଥିତ ରହି ଦିପୋତ୍ସଵ ସାଂସ୍କୃତିକ କାର୍ଯ୍ୟକ୍ରମ ଅଞ୍ଚଳ ର ସାଂସ୍କୃତିକ ପରମ୍ପରା ଓ ଲୋକକଲା କୁ ଉଜ୍ଜୀବିତ କରି ରଖିଛି ବୋଳି ମତ ଦେଇଥିଲେ। ଏହି ଅବସରରେ ସ୍ଥାନୀୟ ଯୁବତୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ।ପରେ କଳାହାଣ୍ଡି ର ଅନନ୍ୟ ଲୋକକଲା ବିରବାଦ୍ୟ ଘୁମୁରା ମଞ୍ଚ ରେ ପରିବେଷିତ ହୋଇଥିଲା। ବିଚାରକ ଭାବେ ସ୍ଵପ୍ନେନ୍ଦୁ ମୁଣ୍ଡ, ଈଶ୍ୱରୀ ପ୍ରସାଦ ଅଗସ୍ତି,ଅମିତ କୁମାର ପଣ୍ଡା,ପରମେଶ୍ବର ଧଙ୍ଗଡା ମାଝୀ ରହି ଥିଲେ।ଏହି ଘୁମୁରା ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ସାନ କେନ୍ଦୁଗୁଡା ଦଳ, ଦ୍ଵିତୀୟ ସ୍ଥାନ।କଦଳୀ ମୁଣ୍ଡା ଦଳ ଓ ତୃତୀୟସ୍ଥାନ ମାଲପଡା ଘୁମୁରା ଦଳ ଅଧିକାର କରି ପୁରସ୍କାର ରାଶି ଗ୍ରହଣ କରିଥିଲେ। ଦିପୋତ୍ସଵ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ସୁଧୀର କୁମାର ଧଙ୍ଗଡା ମାଝୀ ମଞ୍ଚ ସଂଯୋଜନା କରିଥିବା ବେଳେ ଭୁବନେଶ୍ୱର ଦିଶାରୀ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ କୁ ଶିଉନି ର ଯୁବକ ଗୋଷ୍ଠି ସହଯୋଗ କରିଥିଲେ।