Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଧବା ବୃଦ୍ଧା ମା ଉପରେ ମାନସିକ ବିକାର ପୁଅ ର ବୋଝ, ବନ୍ଦ ଥିବା ସ୍କୁଲ ଗୃହ ରେ କଟୁଛି ଜୀବନ।

କଳାହାଣ୍ଡି:୦୬/୧୧
ରିପୋର୍ଟ—ସନତ କୁମାର ପ୍ରଧାନୀ
ଆଜିକୁ ୨ ବର୍ଷ ହେବ ମାନସିକ ବିକାର ଭେଣ୍ଡିଆ ପୁଅ ର ବୋଝ କୁ ନେଇ ଜୀବନ କାଟୁଛନ୍ତି କୋକସରା ବ୍ଲକ କାଶିବାହାଲ ପଞ୍ଚାୟତ ସିଆଲଲଟି ପଡା ର ବୃଦ୍ଧା ମହିଳା ନେପୁର ମାଝୀ। ଦିନ ଥିଲା ହସଖୁସିରେ ସ୍ୱାମୀ ଥିବା ବେଳେ କୁଳି ମଜୁରୀ କରି ଦୁଇ ପୁଅ ଙ୍କ ସହ ଖୁସି ରେ ଜୀବନ ଅତିବାହିତ କରୁଥିଲେ। ଆଜିକୁ ୭ ବର୍ଷ ତଳେ ସ୍ୱାମୀ ଧନସିଂ ମାଝୀ ଙ୍କ ଦେହାନ୍ତ ପରେ ବିଧବା ମହିଳା ଙ୍କ ଉପରେ ସତେ ଯେମିତି ଦୁଖଃ ର କଳାବାଦଲ ମାଡି ବସିଲା। ବଡ଼ ପୁଅ କେଶବ ମାଝୀ (୨୮) ଏବେ ମାନସିକ ବିକାର ଗ୍ରସ୍ତ ହୋଇ ବିଧବା ମା ଙ୍କ ସାହାରା ରେ ଜୀବନ କାଟୁଛନ୍ତି। କେଶବ ପିଲାବେଳୁ ଠିକ ଥିଲା, ଡ଼ଙ୍ଗରିଗୁଡା ଇନ୍ଦ୍ରାବତୀ ହାଇସ୍କୁଲ ରେ ମାଟ୍ରିକ ପରୀକ୍ଷା ରେ ପାସ କରିବା ପରେ କୋକସରା ପଞ୍ଚାୟତ ଯୁକ୍ତ ଦୁଇ କଲେଜ ରେ ନାମ ଲେଖାଇ ପ୍ଲସ ଟୁ ପାସ କରିବା ପରେ ଘରର ଆର୍ଥିକ ବୋଝ ଓ ଅନାଟନ କାରଣରୁ ପାଠପଢ଼ା ରେ ଡୋରି ବାନ୍ଧି ଗ୍ୟାରେଜ ରେ ମେକାନିକ କାମ କରୁଥିଲେ। ତେବେ ଗତ ୭ ବର୍ଷ ତଳେ ତାଙ୍କ ବାପା ଧନସିଂ ମାଝୀ ଙ୍କ ମୃତ୍ୟୁ ପରେ ଆଜିକୁ ୨ ବର୍ଷ ହେଲା କେଶବ ଙ୍କ ମାନସିକ ଅବସ୍ଥା ଧୀରେ ଧୀରେ ବିକାର ଗ୍ରସ୍ତ ହେବାପରେ ଗାଁ ରେ ଗଣ୍ଡଗୋଳ କରିବାରୁ ଓ ଘରେ ଜାଗା ନଥିବାରୁ ଗାଁ ରେ ବନ୍ଦ ପଡିଥିବା ପ୍ରାଥମିକ ବିଦ୍ୟାଳୟର ସ୍କୁଲ ଶ୍ରେଣୀ ଗୃହ ରେ ବିଧବା ମା କେଶବ କୁ ଆଜିକୁ ୮ ମାସ ହେବ ରଖିଛନ୍ତି। କେଶବ ଙ୍କ ଖାଇବା ପିଇବା ସହ ସେବା ଯତ୍ନ ମଧ୍ୟ ନେଉଛନ୍ତି। ତେବେ ମାନସିକ ବିକାର ପୁଅ କୁ ଆଉ କେତେଦିନ ଯତ୍ନ ନେବେ ସେ ନେଇ ଚିନ୍ତାରେ ପଡ଼ି ରହିଛନ୍ତି। କେଶବ ଙ୍କ ସାନ ଭାଇ ଭକ୍ତ ମାଝୀ(୨୩) ମଧ୍ୟ ମାଟ୍ରିକ ପରେ ପାଠପଢ଼ା ବନ୍ଦ କରି ମା ଓ ଭାଇ ଙ୍କ ପାଇଁ ଶ୍ରମିକ ଭାବେ କାମ କରି ଦାନା ଯୋଗାଡ଼ କରି ମା ଓ ମାନସିକ ବିକାର ଭାଇ ପେଟ ପୋଷୁଛନ୍ତି। ବିଧବା ନେପୁର ଙ୍କୁ ବିଧବା ଭତ୍ତା ଓ ମାସିକ ୧୫ କେଜି ପିଡ଼ିଏସ ମିଳୁଥିବା ବେଳେ ଏବେ ମାନସିକ ବିକାର ଭେଣ୍ଡିଆ ପୁଅ ର ଚିକିତ୍ସା କରିବା ଗରିବ ବୃଦ୍ଧା ଙ୍କ ପାଇଁ ବୋଝ ଉପରେ କୋରଡ ମାଡ଼ ସଦୃଶ ହୋଇଛି। ଏଣୁ ବ୍ଲକ ପ୍ରଶାସନ କିମ୍ବା ସ୍ୱାସ୍ଥ୍ୟ ବିଭାଗ ଏ ଦିଗରେ ପଦକ୍ଷେପ ନେଇ ମାନସିକ ବିକାର ଯୁବକ କେଶବ ମାଝୀ ଙ୍କୁ ଉଦ୍ଧାର କରି ଚିକିତ୍ସା କଲେ ହୁଏତ ସେ ସୁସ୍ଥ ହେବେ ବୋଳି ଗ୍ରାମବାସୀ ମାନେ ଗଣମାଧ୍ୟମ ଜରିଆରେ ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି।
ଏନେଇ କୋକସରା ସିଏଚସି ଭାରପ୍ରାପ୍ତ ଡାକ୍ତର ତତ୍ୱଦର୍ଶୀ ଦାସ ଙ୍କ ପ୍ରତିକ୍ରିୟା ନେବାରୁ ଘଟଣା ସମ୍ପର୍କରେ ଆମେ ଅବଗତ ନଥିଲୁ ,ମେଡିକାଲ ଟିମ ପଠାଇ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି
ଅନ୍ୟପକ୍ଷରେ କୋକସରା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ଙ୍କ ପ୍ରତିକ୍ରିୟା ନେବାରୁ ଘଟଣା ବିଷୟରେ ସ୍ଥାନୀୟ ସରପଞ୍ଚ ଙ୍କ ସହିତ ଆଲୋଚନା କରି କେଶବ ମାଝୀ କୁ ଚିକିତ୍ସା ପାଇଁ ପଠାଇବା ପାଇଁ ଶୀଘ୍ର ବ୍ୟବସ୍ଥା କରାଯିବ ବୋଳି କହିଛନ୍ତି।